ଓଡିଶା

odisha

ETV Bharat / sports

ICC T20 Rankings: ଟି-୨୦ରେ ଦ୍ୱିତୀୟ ସ୍ଥାନକୁ ଉଠିଲେ ଦିପ୍ତି

ଟିମ ଇଣ୍ଡିଆର ଅଲରାଉଣ୍ଡର ଦିପ୍ତି ଶର୍ମା ଆଜି ଜାରି ହୋଇଥିବା ନୂତନ ICC ଟି୨୦ ବୋଲିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ଅଧିକ ପଢନ୍ତୁ

ଦିପ୍ତି ଶର୍ମା
ଦିପ୍ତି ଶର୍ମା

By

Published : Jan 31, 2023, 7:37 PM IST

ହାଇଦ୍ରାବାଦ : ଜାରି ହୋଇଛି ନୂତନ ICC ଟି୨୦ ମାନ୍ୟତା । ଟିମ ଇଣ୍ଡିଆର ଅଲରାଉଣ୍ଡର ଦିପ୍ତି ଶର୍ମା ଆଜି (ମଙ୍ଗଳବାର) ଜାରି ହୋଇଥିବା ନୂତନ ICC ଟି୨୦ ବୋଲିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଦ୍ବିତୀୟ ମାନ୍ୟତା ହାସଲ କରିବା ପରେ ଦିପ୍ତି ଏବେ ଶୀର୍ଷ ମାନ୍ୟତା ହାସଲ କରିବା ନେଇ ଟାର୍ଗେଟ ରଖିଛନ୍ତି । ICC ଟି୨୦ ବୋଲିଂ ମାନ୍ୟତାରେ ଏବେ ଶୀର୍ଷ ଅକ୍ତିଆର କରିଛନ୍ତି ଇଂଲଣ୍ଡର ସୋଫି ଏକଲଷ୍ଟୋନ ।

ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ତ୍ରିକୋଣୀୟ ସିରିଜ ଜାରି ରହିଛି । ଏହି ସିରିଜରେ ଏପର୍ଯ୍ୟନ୍ତ ୯ ଟି ୱିକେଟ ହାସଲ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମର ଦିପ୍ତି ଶର୍ମା । ନୂତନ ICC ଟି୨୦ ବୋଲିଂ ମାନ୍ୟତାରେ ଦିପ୍ତି ଶର୍ମା ୭୩୭ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଂଲଣ୍ଡର ସୋଫି ଏକଲଷ୍ଟୋନ ୭୬୩ ରେଟିଂ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ନନକୁଲୁଲେକ ମଲବା ରହିଛନ୍ତି । ତାଙ୍କର ୭୩୨ ରେଟିଂ ରହିଛି ।

ତେବେ ତ୍ରିକୋଣୀୟ ସିରିଜରେ ଯଦି ଦିପ୍ତି ଶର୍ମା ନିଜର ଦମଦାର ଫର୍ମ ଜାରି ରଖନ୍ତି ତାହାଲେ ତାହେଲେ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ଟି୨୦ ସିରିଜ ପୂର୍ବରୁ ଇଂଲଣ୍ଡର ସୋଫି ଏକଲଷ୍ଟୋନକୁ ପଛରେ ପକାଇ ICC ଟି୨୦ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିପାରନ୍ତି । ସେହିପରି ICC ଟି୨୦ ବୋଲିଂ ମାନ୍ୟତାରେ ଟିମ ଇଣ୍ଡିଆର ମହିଳା ସ୍ପିନର ୪ ସ୍ଥାନ ଉପରକୁ ଉଠି ୧୪ ସ୍ଥାନ ହାସଲ କରିଛନ୍ତି । ସେହିପରି ରେନୁକା ସିଂହ ୬୬୬ ରେଟିଂ ସହିତ ସପ୍ତମ ସ୍ଥାନରେ ରହିଛନ୍ତି । ଏଗାର ସ୍ଥାନରେ ୬୫୪ ରେଟିଂ ସହିତ ଭାରତୀୟ ବୋଲର ସ୍ନେହା ରଣା ରହିଛନ୍ତି ।

ସେହିପରି ICC ଟି୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ତାହିଲା ମ୍ୟାକଗ୍ରେଥ । ତାଙ୍କର ରେଟିଂ ପଏଣ୍ଟ ରହିଛି ୮୦୩ । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ବେଥ ମୁନୀ । ତାଙ୍କର ରେଟିଂ ପଏଣ୍ଟ ୭୬୫ ରହିଛି । ତୃତୀୟ ସ୍ଥାନରେ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା । ତାଙ୍କର ରେଟିଂ ପଏଣ୍ଟ ରହିଛି ୭୩୧ । ICC ଟି୨୦ ବ୍ୟାଟିଂ ମାନ୍ୟତା ଶୀର୍ଷ ୧୦ ଭିତରେ ଅଷ୍ଟମ ସ୍ଥାନରେ ସେଫାଳି ବର୍ମା ରହିଛନ୍ତି । ତାଙ୍କର ରେଟିଂ ୬୨୯ ରହିଛି ।

ABOUT THE AUTHOR

...view details