ଓଡିଶା

odisha

ETV Bharat / sports

ବୁମରା, ଚହର, କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌ - କୋରୋଭାଇରସ

ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଦୀପକ ଚହର, ସିଦ୍ଧାର୍ଥ କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌ । ଅଧିକ ପଢନ୍ତୁ...

Deepak chahar siddhart kaul get first dose of covid-19 vaccine
ବୁମରା, ଚହର, କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌

By

Published : May 11, 2021, 3:55 PM IST

ନୂଆଦିଲ୍ଲୀ:ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଦୀପକ ଚହର, ସିଦ୍ଧାର୍ଥ କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌ । ଟିକା ନେବା ପରେ ଉଭୟ ଖେଳାଳି ସମସ୍ତଙ୍କୁ ଯଥା ଶୀଘ୍ର ସମ୍ଭବ ଟିକା ନେବାକୁ ଅପିଲ କରିଛନ୍ତି ।

ପୋଲିସ, ଡାକ୍ତର ଓ ଜରୁରୀ ସେବାରେ ନିୟୋଜିତ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି ଚହର ।

ଅନ୍ୟପଟେ କୌଲ ଟ୍ବିଟରେ ଲେଖିଛନ୍ତି, ମହାମାରୀ ବିରୁଦ୍ଧରେ ଟିକା ସଞ୍ଜିବନୀ ଭଳି । ଫଳରେ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ । ଖୁବ ଶୀଘ୍ର ସବୁକିଛି ସ୍ବାଭାବିକ ହେଉ ଏହା ହିଁ କାମନା ।

ବୁମରା, ଚହର ଓ କୌଲ ଆଇପିଏଲ 2021ରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଟିମର ସଦସ୍ୟ ରହିଥିଲେ । ତେବେ ଦିଲ୍ଲୀ ଓ ଅହମ୍ମଦାବାଦରେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଥିଲେ ମଧ୍ୟ ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details