ଓଡିଶା

odisha

ETV Bharat / sports

ମତୁଆଲା ମୁଡରେ ଦୀପକ ଚହର: ଗୀଟାର ବଜାଇଲେ, ଗୀତ ଗାଇଲେ - deepak chahar plays guitar

ଗାୟକ ସାଜିଲେ ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଦୀପକ ଚହର । ଅଚାନକ କ୍ରିକେଟ ଜଗତରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଅଲରାଉଣ୍ଡର ଦୀପକ ଚହର । ଅଧିକ ପଢ଼ନ୍ତୁ...

ମତୁଆଲା ମୁଡରେ ଦୀପକ ଚହର, ଗୀଟାର ବଜାଇଲେ, ଗୀତ ଗାଇଲେ
ମତୁଆଲା ମୁଡରେ ଦୀପକ ଚହର, ଗୀଟାର ବଜାଇଲେ, ଗୀତ ଗାଇଲେ

By

Published : Jul 23, 2021, 7:41 PM IST

କଲମ୍ବୋ: ଗାୟକ ସାଜିଲେ ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଦୀପକ ଚହର । ଅଚାନକ କ୍ରିକେଟ ଜଗତରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଅଲରାଉଣ୍ଡର ଦୀପକ ଚହର । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ବିଜୟ ହୋଇଛି । ପ୍ରଥମ ମ୍ୟାଚରେ ୭ ୱିକେଟରେ ବିଜୟୀ ହେବାପରେ ଦ୍ବିତୀୟ ମ୍ୟାଚକୁ ୩ ୱିକେଟରେ ବିଜୟୀ ହୋଇଥିଲା ଭାରତ । ଏଥିରେ ଅଲରାଉଣ୍ଡର ଦୀପକ ଚହର ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।

୨୭୬ ରନ ବିଜୟ ଲକ୍ଷ୍ୟ ପିଛା କରି ଭାରତ ୧୯୩ ରନରେ ୭ଟି ୱିକେଟ ହରାଇଥିଲା । ଏହି ସମୟରେ ଦୀପକ ଚହର ଧୈର୍ଯ୍ୟର ସହ ଖେଳି ଗୁରୁତ୍ବପୂର୍ଣ୍ଣ ୬୯ ରନ କରିଥିଲେ । ଯାହାଫଳରେ ଭାରତ ସିରିଜ କବଜା କରି ପାରିଥିଲା । ଏହାପରେ ବର୍ତ୍ତମାନେ ସେ ଫାଷ୍ଟ ବୋଲର ଦୀପକ ଚହରୁ ଅଲରାଉଣ୍ଡର ଦୀପକ ଚହର ପାଲଟିଛନ୍ତି । ତେବେ ତୃତୀୟ ଦିନିକିଆ ପୂର୍ବରୁ ତାଙ୍କ ହାତରେ ଏକ ଗିଟାର ଦେଖିବାକୁ ମିଳିଥିଲା । ଦୀପକ ଚହର ଗିଟାର ବଜାଇବା ସହ ଏହାର ତାଳେତାଳେ ୯୦ ଦଶକର ଏକ ରୋମାଣ୍ଟିକ ଗୀତ ଗୁଣୁଗୁଣାଉଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି ଚହର । ଏହି ଭିଡିଓକୁ ବିସିସିଆଇ ପକ୍ଷରୁ ସେୟାର କରାଯାଇଛି । ଭିଡିଓରେ ଚହରଙ୍କ ସହ ଟିମ୍ ଇଣ୍ଡିଆର ଫିଜିଓ ନିରଞ୍ଜନ ପଣ୍ଡିତଙ୍କୁ ମଧ୍ୟ ଦେଖାଯାଇଛି । ଯିଏ ଦୀପକ ଚହରଙ୍କ ଭରପୁର ସାଥ୍ ଦେଉଛନ୍ତି । ସୋସିଆଲ ମିଡିଆରେ ୟୁଜର ଏହି ଭିଡିଓକୁ ଖୁବ ପସନ୍ଦ କରିଥିବା ଦେଖା ଦେଇଛି । ସିରିଜ ବିଜୟ ପରେ ଦୀପକ ଚହରଙ୍କ ଏହି ରିଲାକ୍ସ ମୁଡକୁ ପସନ୍ଦ କରୁଛନ୍ତି କ୍ରିକେଟ ଫ୍ୟାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details