ଓଡିଶା

odisha

ETV Bharat / sports

Cricket World Cup 2023: କୋଲକାତାରେ କୋହଲିଙ୍କ ମାଷ୍ଟରକ୍ଲାସ୍‌, ଏମିତି ହାସଲ କଲେ 49ତମ ଦିନିକିଆ ଶତକ

କୋହଲିଙ୍କ 49ତମ ଶତକ ବେଶ ମହତ୍ତ୍ବପୂର୍ଣ୍ଣ । ଧୈର୍ଯ୍ୟ ଓ ଏକାଗ୍ରତା ସହ ଖେଳି ବିଶ୍ବର ଏକ ନମ୍ବର ବ୍ୟାଟର ଭାବରେ ନିଜକୁ ପ୍ରତିଫଳିତ କରିଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 6, 2023, 10:13 AM IST

Updated : Nov 6, 2023, 10:21 AM IST

virat kohli
virat kohli

କୋଲକାତା: ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କୋହଲିଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେ ବି କମ୍‌ ପଡ଼ିବ । ଦିନିକିଆରେ ତାଙ୍କର 49ତମ ଶତକ ବେଶ ମହତ୍ତ୍ୱପୂର୍ଣ୍ଣ ଥିଲା । ବିରାଟଙ୍କ ଶତକ ବଳରେ ଭାରତ ବିଶାଳ ସ୍କୋର୍‌ କରି ବିଜୟୀ ହୋଇଥିଲା, ଦିନିକିଆରେ ସର୍ବାଧିକ ଶତକ ହାସଲ କରି ସଚିତ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ ବିରାଟ, ବିଶ୍ବ କ୍ରିକେଟରେ ଭାରତକୁ ଶୀର୍ଷରେ ପହଞ୍ଚାଇବା ଏବଂ କୋହଲିଙ୍କ ଧୈର୍ଯ୍ୟ ଓ ଏକାଗ୍ରତାକୁ ଦର୍ଶାଇବା ସହ ତାଙ୍କୁ ବିଶ୍ବର ଏକ ନମ୍ବର ବ୍ୟାଟର ଭାବରେ ପ୍ରତିଫଳିତ କରିଛି ।

ବିନା ଛକାରେ ଶତକ:ଇଡେନ ଗାର୍ଡେନ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍‌ରେ କୋହଲି ପ୍ରଥମ ଶତକ ହାସଲ କରିଥିଲେ । 49ତମ ଶତକ ମଧ୍ୟ ସମାନ ଷ୍ଟାଡିୟମରେ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ 119 ବଲରେ 10ଟି ଚୌକା ସହ 101 ରନ ହାସଲ କରି ଅପରାଜିତ ଥିଲେ । ଶତକ ହାସଲ କରିବାକୁ ବିରାଟ ଗୋଟିଏ ବି ଛକା ମାରିନଥିଲେ । ଏଥିରୁ ଜଣା ପଡୁଛି ଯେ, ଓ୍ବିକେଟ ପଡିବା ତାଙ୍କ ପାଇଁ କେତେ କଷ୍ଟ ଦାୟକ । ତେଣୁ ସେ ତତ୍ପର ନହୋଇ ପୁରା ଧୈର୍ଯ୍ୟର ସହ ପାଳି ଖେଳିଥିଲେ । 90ରୁ 100 ରନ୍‌ କରିବା ପର୍ଯ୍ୟନ୍ତ ସେ କେବଳ ସିଙ୍ଗଲ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ବିରାଟ ଓ ଜାଡେଜାଙ୍କୁ ପ୍ରଶଂସା କଲେ ରୋହିତ

ଦୁଇ ଥର 49ତମ ଶତକ ପୂରଣ କରିବାକୁ ବଞ୍ଚିତ ହୋଇଥିଲେ କୋହଲି: କୋହଲି 48ତମ ଶତକ ହାସଲ ପରେ 49ତମ ଶତକକୁ ଅପେକ୍ଷା କରିଥିଲେ ପ୍ରଶଂସକ । ଯାହା ଦୁଇଟି ମ୍ୟାଚ୍‌ ଖେଳି ସାରିବା ପରେ ବିରାଟ ପୂରଣ କରିପାରିଛନ୍ତି । ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ସେ ଯଥାକ୍ରମେ 95 ଓ 88 ରନ ସଂଗ୍ରହ କରିଥିଲେ । କିନ୍ତୁ ଶତକ ପୂର୍ବରୁ ଆଉ ହୋଇ ପାଭିଲିୟନକୁ ଫେରିଥିଲେ ।

କମ୍‌ ଇଂନିସରେ ବିରାଟ ସଚିନଙ୍କ ସମକକ୍ଷ:ସଚିନଙ୍କ ଠାରୁ କମ ଇଂନିସ ଖେଳି ବିରାଟ ଦିନିକିଆରେ 49ତମ ଶତକ ହାସଲ କରିପାରିଛନ୍ତି । ସଚିନ 452ଟି ଇଂନିସ ଖେଳି 49ତମ ଶତକ ହାସଲ କରିଥିଲେ । ବିରାଟ କୋହଲି 277ଟି ଇଂନିସ ଖେଳି ସଚିନଙ୍କ ସମକକ୍ଷ ହୋଇପାରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ 67ଟି ବଲ୍‌ରେ 50 ରନ୍ କରିଥିଲେ କୋହଲି ।

କୋହଲିଙ୍କ 50ତମ ଶତକଙ୍କୁ ଅପେକ୍ଷା କରିଛନ୍ତି ସଚିନ: ମ୍ୟାଚ ଶେଷ ହେବା ପରେ କୋହଲି କହିଥିଲେ ଯେ, ପ୍ରଶଂସକ ମାନେ ମୋତେ ସଚିନଙ୍କ ସହ ତୁଳନା କରୁଛନ୍ତି । କିନ୍ତୁ ମୁଁ କେବେ ବି ତାଙ୍କ ପରି ହୋଇପାରିବି ନାହିଁ ବୋଲି କହିଥିଲେ କୋହଲି। ବିରାଟଙ୍କ ଏହି ସଫଳତା ପରେ ସଚିନ ବିରାଟଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏତି ସହ ସେ 50 ତମ ଶତକ ହାସଲ କରନ୍ତୁ ବୋଲି ଆଶାବାଦୀ ଥିବା ଟ୍ବିଟ କରି କହିଛନ୍ତି ସଚିନ।

Last Updated : Nov 6, 2023, 10:21 AM IST

ABOUT THE AUTHOR

...view details