ହାଇଦ୍ରାବାଦ:ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେଧୀରେ ସୁଧାର ଆସୁଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ପନ୍ତଙ୍କ ରିକଭରି ସମୟରେ କୌଣସି ରିସ୍କ୍ ନେବାକୁ ଚାହୁଁନି ଡାକ୍ତରୀ ଦଳ । DDCA ନିର୍ଦ୍ଦେଶକ ଶ୍ୟାମ ଶର୍ମା ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ପନ୍ତଙ୍କୁ କୌଣସି ପ୍ରଶଂସକ ମେଡିକାଲରେ ଦେଖା କରି ପାରିବେ ନାହିଁ । ସେ କହିଛନ୍ତି ପନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଦେଖା କରିବାକୁ ମେଡିକାଲ ଆସନ୍ତୁ ନାହିଁ । କାରଣ ତାଙ୍କୁ ଇନ୍ଫେକ୍ସନ ହେବାର ଆଶଙ୍କା ରହିଛି । ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଶୁଭ ଚିନ୍ତକମାନେ ପ୍ରାର୍ଥନ କରନ୍ତୁ । ଯେବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯିବେ ସେତେବେଳେ ପନ୍ତ ଫ୍ୟାନ୍ସଙ୍କୁ ଦେଖା କରିବେ । ଏବେ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ତାଙ୍କୁ VIP ଦେଖା କରିବାକୁ ଆସିପାରିବେ ।
ICUରୁ ପ୍ରାଇଭେଟ ୱାର୍ଡକୁ ସିଫ୍ଟ ହେଲେ ପନ୍ତ
ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ତେଣୁ ତାଙ୍କୁ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ମ୍ୟାକ୍ସ ହସ୍ପିଟାଲର ICUରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ପନ୍ତ ଶୀଘ୍ର ସୁସ୍ଥ ହେଉଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ପନ୍ତଙ୍କ ଗୋଡରେ ଲାଗିଥିବା ଆଘାତ ଅସ୍ତ୍ରୋପ୍ରଚାର କେଉଁଠି ହେବ ତାହା BCCI ନିର୍ଣ୍ଣୟ କରିବ ।
ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଶୁକ୍ରବାର ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ କାର୍ରୁ ବାହାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।