ମୁମ୍ବାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022)ର ୬୪ ତମ ଲିଗ ମ୍ୟାଚ୍ ପଞ୍ଜାବ କିଙ୍ଗସ(PBKS) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଇଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବିପକ୍ଷ ଟିମ ପଞ୍ଜାବ ଆଗରେ ୧୬୦ ରନର ଟାର୍ଗେଟ ରଖିଛି । କର ବା ମର ମ୍ୟାଚ ଖେଳୁଥିବା ଉଭୟ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିବା ବେଳେ ଦିଲ୍ଲୀ ବ୍ୟାଟ୍ସମ୍ୟାନ ମିଚେଲ ମାର୍ଶ ଦମଦାର ବ୍ୟାଟିଂ କରି ସର୍ବାଧିକ ୬୩ ରନ କରିଛନ୍ତି ।
ମାର୍ଶ ୪୮ ବଲ୍ରେ ୩ଟି ଛକା ଓ ୪ଟି ଚୌକା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର କଗିସୋ ରବାଡ଼ାଙ୍କ ବଲରେ ସେ ଆଉଟ ହୋଇଥିଲେ । ଓପନର ସରଫରାଜ ଖାନ ଦ୍ବିତୀୟ ସର୍ବାଧିକ ରନ କରିଛନ୍ତି । ସେ ୧୬ଟି ବଲ୍ ଖେଳି ୩ଟି ଛକା ଓ ୪ଟି ଚୌକା ମାରି ମୋଟ ୩୨ ରନ କରିଥିବା ବେଳେ ବୋଲର ଅର୍ଶଦୀପ ସିଂଙ୍କ ଦ୍ବାରା ଆଉଟ ହୋଇଥିଲେ । କ୍ୟାପଟେନ ଋଷଭ ପନ୍ତ ଚଳିତ ମ୍ୟାଚରେ ଭଲ ପ୍ରଦର୍ଶନ କରିନାହାନ୍ତି । ସେ ମାତ୍ର ୭ ରନ ହାସଲ କରିଛନ୍ତି ।