କେପ୍ଟାଉନ: ଟେଷ୍ଟ କ୍ରିକେଟରେ ମଧ୍ୟ ନୋ ବଲ୍ ବଦଳରେ ଫ୍ରି ହିଟ୍ ନିୟମ ରଖିବାକୁ ଆସିଲା ପ୍ରସ୍ତାବ । ଟ୍ବିଟ୍ କରି ଏଭଳି ଏକ ନୂଆ ପ୍ରସ୍ତାବ ରଖିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ଡେଲ୍ ଷ୍ଟେନ୍ । ବର୍ତ୍ତମାନ ସୁଦ୍ଧା କେବଳ ସୀମିତ ଓଭର କ୍ରିକେଟରେ ଏହି ନିୟମ ରହିଛି । ଏହାଦ୍ବାରା ଟେଷ୍ଟ ମ୍ୟାଚ୍ରେ ଲୋୟର ଅର୍ଡର ବ୍ୟାଟରଙ୍କୁ ବ୍ୟାଟିଂ କରିବାକୁ ସୁବିଧା ହେବ ବୋଲି ସେ କହିଛନ୍ତି ।
ଡେଲ୍ ଷ୍ଟେନ ଟ୍ବିଟ୍ କରି କହିଛନ୍ତି ଯେ, "ଟେଷ୍ଟ କ୍ରିକେଟରେ ନୋ ବଲ୍ ବଦଳରେ ଫ୍ରି ହିଟ୍ । ଆପଣମାନେ କଣ ଭାବୁଛନ୍ତି । ଏହାଦ୍ବାରା ବୋଲରମାନଙ୍କୁ ବା ଲୋୟର ଅର୍ଡର ବ୍ୟାଟରଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ସୁଯୋଗ ମିଳିପାରିବ । ଯେତେବଳେ ସେମାନଙ୍କୁ ଧୂଆଁଦାର ବୋଲରଙ୍କ ସାମ୍ନା କରିବାକୁ ପଡ଼ୁଛି । ନୋ ବଲ୍ ଯୋଗୁଁ ବେଳେବେଳେ ଏହି ବ୍ୟାଟରମାନଙ୍କୁ ଗୋଟିଏ ଗୋଟିଏ ଓଭରରେ ୯ଟି ପର୍ଯ୍ୟନ୍ତ ସାମ୍ନା କରିବାକୁ ପଡ଼ୁଛି ।"