ଓଡିଶା

odisha

IPL 2022: CSKର ଅଲୋଡା ରେକର୍ଡ, ପାୱାର-ପ୍ଲେରେ ହରାଇଲା 5 ୱିକେଟ, ଟ୍ୱିଟରରେ ଟ୍ରେଣ୍ଡ କରୁଛି NO-DRS

By

Published : May 12, 2022, 9:24 PM IST

Updated : May 12, 2022, 9:33 PM IST

IPL 2022 58ତମ ମ୍ୟାଚ ଦୁଇ ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଷ୍ଟାଡିୟମରେ ବିଦ୍ୟୁତ କାଟ ଏବଂ ରିଭ୍ୟୁ ସିଷ୍ଟମ ବ୍ୟାହତକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

IPL 2022: CSK ର ଅଲୋଡା ରେକର୍ଡ, ପାୱାର-ପ୍ଲେରେ ହରାଇଲା 5 ୱିକେଟ
IPL 2022: CSK ର ଅଲୋଡା ରେକର୍ଡ, ପାୱାର-ପ୍ଲେରେ ହରାଇଲା 5 ୱିକେଟ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 58ତମ ମ୍ୟାଚ ଦୁଇ ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୈଦାନକୁ ଓହ୍ଲାଇଛନ୍ତି ଧୋନି ବାହିନୀ । ମାତ୍ର ମ୍ୟାଚ ଆରମ୍ଭରୁ ମୂଲ୍ୟବାନ ୱିକେଟ ହରାଇ ଚିନ୍ତାରେ ପଡିଛି ଚେନ୍ନାଇ ସୁପର କିଙ୍ଗସ । ଏହାରି ମଧ୍ୟରେ DRS ଅର୍ଥାତ୍ ଡିସିସନ ରିଭ୍ୟୁ ସିଷ୍ଟମକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଡିଆରଏସ୍ ନଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବିଦ୍ୟୁତ କାଟ ପାଇଁ ଡିଆରଏସ୍ ନଥିବା ସୂଚନା ରହିଛି । ତେବେ ଓପନର ଡେଭନ କନୱେଙ୍କ ଆଉଟ୍ ଅମ୍ପେୟାରଙ୍କ ଭୁଲ୍ ନିଷ୍ପତ୍ତି ବୋଲି କୁହାଯାଉଛି । ବିଦ୍ୟୁତ କାଟ୍ କାରଣରୁ ଡେଭନ ରିଭ୍ୟୁ ନେଇ ପାରିନଥିଲେ । ଫଳରେ ତାଙ୍କୁ ପାଭିଲିୟନ ଫେରିବାକୁ ପଡିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ୱିକେଟ ହରାଇଥିଲା ଚେନ୍ନାଇ । ତେବେ IPL ମ୍ୟାଚରେ ବିଦ୍ୟୁତ କାଟ ସମସ୍ୟାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ଏପଟେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇ ସିଏସକେ 98 ରନରେ ଆଲ ଆଉଟ ହୋଇଛି । ତେବେ ଚଳିତ ଆଇପିଏଲରେ କୌଣସି ଦଳ ପ୍ରଥମ ଥର ପାଇଁ ପାଓ୍ୱାର-ପ୍ଲେ ମଧ୍ୟରେ 5ଟି ଓ୍ବିକେଟ ହରାଇଛି । ଚେନ୍ନାଇ 5.4 ଓଭରରେ 29 ରନରେ 5ଟି ଓ୍ୱିକେଟ ହରାଇଥିଲା । ଦଳୀୟ ସ୍କୋର 29 ରନ ଥିବା ବେଳେ ରାଇଡୁ 5ମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2022, 9:33 PM IST

ABOUT THE AUTHOR

...view details