ଓଡିଶା

odisha

ETV Bharat / sports

ଓଡ଼ିଆ ପୁଅଙ୍କୁ ଭରସା କଲେନି ଧୋନୀ, ଶୁଭ୍ରାଂଶୁଙ୍କୁ ରିଲିଜ୍‌ କଲା CSK - ଶୁଭ୍ରାଂଶୁ ସେନାପତି

ଆଇପିଏଲ୍‌ ୨୦୨୪ ପୂର୍ବରୁ ଆଇପିଏଲ୍‌ ଖେଳୁଥିବା ଏକମାତ୍ର ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କ ହାତ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ଏଥର ମଧ୍ୟ ଦଳର ନେତୃତ୍ବ ନେବେ ଏମ୍‌ଏସ୍‌ ଧୋନୀ । ଅଧିକ ପଢ଼ନ୍ତୁ

ଓଡ଼ିଆ ପୁଅଙ୍କୁ ଭରସା କଲେନି ଧୋନୀ
ଓଡ଼ିଆ ପୁଅଙ୍କୁ ଭରସା କଲେନି ଧୋନୀ

By ETV Bharat Odisha Team

Published : Nov 26, 2023, 6:18 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଛି ଆଇପିଏଲ୍‌ ୨୦୨୪ ପାଇଁ କାଉଣ୍ଟ ଡାଉନ୍‌ । ରବିବାର ବିଭିନ୍ନ ଦଳ ନିଜ ନିଜର ରିଟେନ୍‌ ଓ ରିଲିଜ୍‌ ଖେଳାଳି ତାଲିକା ପ୍ରକାଶ କରିଛନ୍ତି । ତେବେ ଏଥିରେ ଓଡ଼ିଆ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । ଗତ ୨ ସଂସ୍କରଣରେ କୌଣସି ଆଇପିଏଲ୍‌ ଦଳରେ ସ୍ଥାନ ପାଇଥିବା ଏକମାତ୍ର ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଏଥର ଦଳରୁ ରିଲିଜ୍‌ କରିଦେଇଛି ଏମ୍‌ଏସ୍‌ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ତେବେ ଶୁଭ୍ରାଂଶୁଙ୍କ ସମେତ ମୋଟ ୮ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି ଚେନ୍ନାଇ । ଏଥର ମଧ୍ୟ ଦଳର ନେତୃତ୍ବ ନେଉଥିବା ନଜର ଆସିବେ କ୍ୟାପ୍ଟେନ୍‌ କୁଲ୍‌ ।

ଆଇପିଏଲ୍‌ ୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ରେ ହେବାକୁ ଯାଉଛି ନିଲାମ ପ୍ରକ୍ରିୟା । ତେବେ ଏହି ନିଲାମ ପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ କେଉଁ ଖେଳାଳିଙ୍କୁ ଦଳରୁ ରିଲିଜ୍‌ କରିବେ ଓ କାହାକୁ ରଖିବେ ସେନେଇ ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା । ଏହି କ୍ରମରେ ରବିବାର ବିଭିନ୍ନ ଦଳ ସେମାନଙ୍କର ଖେଳାଳି ସୂଚୀ ପ୍ରଦାନ କରିଛନ୍ତି । ଏଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ରିଲିଜ୍‌ କରିଥିବା ଜଣାପଡ଼ିଛି । ଆଇପିଏଲ୍‌ ୨୦୨୨ ପୂର୍ବରୁ ହୋଇଥିବା ମିନି ଅକ୍ସନରେ ଶୁଭ୍ରାଂଶୁ ସେନାପତିଙ୍କୁ ତାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ କିଣିଥିଲା ସିଏସ୍‌କେ । ସେ ଆଇପିଏଲ୍‌ ୨୦୨୩ ପାଇଁ ମଧ୍ୟ ଦଳରେ ରିଟେନ୍‌ ହୋଇଥିଲେ । ହେଲେ ଦୁଇ ବର୍ଷରେ ସେ ଗୋଟିଏ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନାହାନ୍ତି ।

ଏଗହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ଖେଳାଳିଙ୍କୁ ରିଲିଜ୍‌ କରିବେ ଫ୍ରାଞ୍ଚାଇଜ୍‌, ଆଇପିଏଲ୍‌ ୨୦୨୪ ପାଇଁ ରୋମାଞ୍ଚକର ହେବ ନିଲାମ

ସିଏସ୍‌କେ ରିଲିଜ୍‌ ଖେଳାଳି: ଅମ୍ବାତି ରାୟୁଡୁ (ରିଟାୟାର୍ଡ), ବେନ୍‌ ଷ୍ଟୋକ୍ସ, ଡ୍ବେନ୍‌ ପ୍ରିଟୋରିୟସ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, କାଇଲ ଜାମିସନ, ଆକାଶ ସିଂହ, ସିସନ୍ଦ ମଗଲ

ସବୁଠାରୁ ବଡ଼ କଥା ହେଲା ୪୦ ବର୍ଷୀୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳରେ ରିଟେନ୍‌ କରିଛି ସିଏସ୍‌କେ । ଯୁବ ତାରକା ଋତୁରାଜ ଗାଏକ୍‌ୱାଡ୍‌, ଶିଭମ ଦୁବେ ଓ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହିତ ଅଭିଜ୍ଞ ମୋଇନ ଅଲ୍ଲୀଙ୍କୁ ମଧ୍ୟ ରିଟେନ କରିଛି ଦଳ । ତେବେ ୮ ଜଣ ଖେଳାଳିଙ୍କୁ ରିଲିଜ୍‌ କରିବା ପରେ ଆଗାମୀ ମିନି ଅକ୍ସନ ପାଇଁ ଚେନ୍ନାଇ ପର୍ସରେ ୩୨.୧ କୋଟି ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details