ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ର 14ତମ ସଂସ୍କରଣ ସ୍ଥଗିତ ହେବାପରେ, ଘରମୁହାଁ ହୋଇଛନ୍ତି ସମସ୍ତ ଖେଳାଳି । ତେବେ ଦୁର୍ଭାଗ୍ୟବଶତଃ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କୋଚ୍ ମାଇକେଲ ହସି ଭାରତ ଛାଡିବା ପୂର୍ବରୁ କୋରୋନାରୁ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ଫଳରେ ସ୍ବଦେଶ ଫେରିନପାରି ଭାରତରେ ହିଁ ରହିଛନ୍ତି ହସି । ଏକ ଏୟାର ଆମ୍ବୁଲାନ୍ସ ଯୋଗେଁ ହସିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀରୁ ଚେନ୍ନାଇ ନେଇ ଚିକିତ୍ସା ସୁବିଧା ଯୋଗାଇଛି ।
ସିଏସକେର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଭୟ ହସି ଓ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜିଙ୍କୁ ଚେନ୍ନାଇ ନିଆଯାଇ ସୁରକ୍ଷିତ ଭାବେ ଚିକିତ୍ସା କରାଯାଉଛି । ଏଥିସହ ଅପରାହ୍ନରେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ରାଞ୍ଚି ଅଭିମୁଖେ ଉଡାଣ ଭରିବା ନେଇ ସୂଚନା ଦେଇଛନ୍ତି ।