ନୂଆଦିଲ୍ଲୀ: ପିତୃ ଦିବସ ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନେକ ଭାରତୀୟ କ୍ରିକେଟର । ଏହି ପବିତ୍ର ଦିବସର ଉତ୍ସବ ମନାଇ ଇଶାନ କିଶନ ଓ କୁଲଦୀପ ଯାଦବ ନିଜର ପିତାଙ୍କ ସହିତ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି ।କୁଲଦୀପ ଏବେ ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ଭାରତୀୟ ସୀମିତ ଓଭର ଟିମ ସହ ମୁମ୍ବାଇରେ କ୍ବାରେଣ୍ଟିନରେ ରହିଛନ୍ତି । ଜୁଲାଇ 13ରୁ ଏହି ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ପରେ ଟି20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ଅନ୍ୟପଟେ ଝାଡଖଣ୍ଡ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଯୁବ ମୁମ୍ବାଇ କ୍ରିକେଟର ଇଶାନ କିଶନ ମଧ୍ୟ ନିଜ ପିତାଙ୍କ ପାଇଁ ଭାବପୂର୍ଣ୍ଣ ବାର୍ତ୍ତା ଲେଖିବା ସହ ଫଟୋ ସେୟାର କରିଛନ୍ତି ।