ମେରଠ: କ୍ରିକେଟର ସୁରେଶ ରାଇନାଙ୍କ ଖୁଡିଙ୍କୁ ଛାତିରେ ସଂକ୍ରମଣ ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଅକ୍ସିଜେନର ଆବଶ୍ୟକ ପଡିଥିଲା ।
ଏହାପରେ ରାଇନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରିବା ସହ ଟ୍ବିଟ ଯୋଗେ ସାହାଯ୍ୟ ମାଗିଥିଲେ ।ଟ୍ବିଟରେ ରାଇନା, ଖୁଡିଙ୍କ ବୟସ, ଛାତିରେ ସଂକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ଓ ଶରୀରରେ ଅକ୍ସିଜେନର ମାତ୍ରା ଲେଖିଥିଲେ ।