ଡେରାଡୁନ: ଗତବର୍ଷ ଡିସେମ୍ବର 30 ତାରିଖରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ କ୍ରିକେଟର ଋଷବ ପନ୍ତ । ଦିଲ୍ଲୀରୁ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ସେବେଠୁ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପନ୍ତଙ୍କ ହାତ, ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ଲିଲାବତୀ ହସ୍ପିଟାଲ ସ୍ଥାନନ୍ତରଣ କରାଯିବ । ଏନେଇ ଡିଡିସିଏ (District Cricket Association) ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ସୂଚନା ଦେଇଛନ୍ତି ।
ଟ୍ବିଟ କରି DDCA ଦେଲା ସୂଚନା:ଆଜିଭାରତୀୟ କ୍ରିକେଟର ଋଷବ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରଣ କରାଯିବା ନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ଟ୍ବିଟ କରି ସୂଚନା ଦେଇଛି । 25 ବର୍ଷୀୟ ପନ୍ତଙ୍କ ହାତ, ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ପରବର୍ତ୍ତୀ ଅସ୍ତ୍ରୋପ୍ରଚାର ପାଇଁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତରଣ କରାଯିବ । ମ୍ୟାକ୍ସ ହସ୍ପିଟାଲରେ କିଛି ଅସ୍ତ୍ରୋପ୍ରଚାର ହୋଇ ସାରିଛି । ମୁମ୍ବାଇରେ ଉନ୍ନତ ଚିକିତ୍ସା ପ୍ରଦାନ ଦ୍ବାରା ସେ ଜଲଦି ସୁସ୍ଥ ହେବେ । ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଥିଲେ ଋଷବ ପନ୍ତ । ଜଳନ୍ତା କାରରୁ ଡେଇଁ ଜୀବନ ବଞ୍ଚାଇଥିଲେ ।