ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ କବଳରେ ଦେଶବାସୀ କଲବଲ ହେଉଥିବାବେଳେ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ହରଭଜନ ସିଂହ । କେବଳ କ୍ରିକେଟ ମଇଦାନରେ ଦର୍ଶକଙ୍କୁ ମନୋରଞ୍ଜନ ନୁହେଁ ବରଂ ଜୀବନମରଣର ସଂଘର୍ଷରେ ଜୁଝିହେଉଥିବା ଭାରତୀୟଙ୍କ ପାଇଁ ହରଭଜନ ମର୍ମାହତ ହୋଇଛନ୍ତି । ପୁନେରେ କୋଭିଡ-19 ଟେଷ୍ଟ ପାଇଁ ଏକ ମୋବାଇଲ ଲାବୋରୋଟରୀର ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଟର୍ବୋନେଟର ଭଜି । ଏହି ଲାବୋରୋଟରୀରେ ଶନିବାର ଠାରୁ ସେବା ଆରମ୍ଭ ହେବ ।
"ଦେଶରେ କୋଭିଡ-19ର ଭୟାଭୟତା ସ୍ଥିତିରେ ହରଭଜନ କିଛି ଦିନ ପୂର୍ବରୁ କୋଭିଡ-19 ଟେଷ୍ଟିଂ ଲାବ୍ ଆରମ୍ଭ କରିବାକୁ ବିଚାର କରିଥିଲେ । ଏହି ମୋବାଇଲ ଲାବ୍ ଆସନ୍ତାକାଲିଠୁ(ଶନିବାର) ଭାଡଗାନଂସେରୀରେ ସେବା ଯୋଗାଇବା ଆରମ୍ଭ କରିବ ।" ଏହା କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ।
ମାଇଁଲାବ୍ ଡିସକୋଭରୀ ସଲ୍ୟୁସନ ନାମକ ସହରର ଏକ ପ୍ରତିଷ୍ଠିତ ଡାଇଗନୋଷ୍ଟିକ୍ସ କମ୍ପାନୀ ଏହି ମୋବାଇଲ ଲାବୋରୋଟରୀର ପରିଚାଳନା କରିବ । ଏହାଦ୍ବାରା ସହରରେ ଟେଷ୍ଟିଂର ମାତ୍ରା ବଢାଇବାକୁ ଲକ୍ଷ୍ୟ ରହିଛି ।