ଓଡିଶା

odisha

ETV Bharat / sports

କୋରୋନା କବଳରେ କ୍ରିକେଟର ଭୁବନେଶ୍ବର କୁମାରଙ୍କ ପରିବାର, ମା' ଗୁରୁତର

ମହାମାରୀ କୋରୋନା କବଳରେ ଭାରତୀୟ କ୍ରିକେଟର ଭୁବନେଶ୍ବର କୁମାରଙ୍କ ପୁରା ପରିବାର । ଅଧିକ ପଢନ୍ତୁ...

Cricketer Bhuvneshwar Kumar's family got corona infected, mother's condition critical
କୋରୋନା କବଳରେ କ୍ରିକେଟର ଭୁବନେଶ୍ବର କୁମାରଙ୍କ ପରିବାର, ମା' ଗୁରୁତର

By

Published : Jun 1, 2021, 5:52 PM IST

Updated : Jun 1, 2021, 6:48 PM IST

ମେରଟ: ମହାମାରୀ କୋରୋନା କବଳରେ ଭାରତୀୟ କ୍ରିକେଟର ଭୁବନେଶ୍ବର କୁମାରଙ୍କ ପୁରା ପରିବାର । ପିତାଙ୍କ ଦେହାନ୍ତ ପରେ ଭୁବନେଶ୍ବରଙ୍କ ମା' କୋରୋନା ସହ ଲଢେଇ କରୁଛନ୍ତି । ଅନ୍ୟପଟେ ପତ୍ନୀ ନୂପୁରଙ୍କ ସମେତ ସଂପୂର୍ଣ୍ଣ ପରିବାର କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଭୁବନେଶ୍ବର କୁମାରଙ୍କ ପରିବାର

ମା' ଇନ୍ଦ୍ରାଣୀ ଦେବୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ ପୁରା ପରିବାର ସଦସ୍ୟଙ୍କୁ କୋଭିଡ ଟେଷ୍ଟ କରାଇଥିଲେ ଭୁବି । ସୋମବାର ରାତିରେ ଆସିଥିବା ରିପୋର୍ଟ ଅନୁଯାୟୀ, ସମସ୍ତ ସଦସ୍ୟଙ୍କୁ ରିପୋର୍ଟ ପଜିଟିଭ ଆସିଛି । ଭୁବନେଶ୍ବରଙ୍କ ମା' ଇନ୍ଦ୍ରାଣୀ ଦେବୀଙ୍କ ଶରୀରରେ ଅକ୍ସିଜେନ ମାତ୍ରା କମ ହେବା କାରଣରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ତେବେ ଭୁବନେଶ୍ବରଙ୍କ ପତ୍ନୀ ନୂପୁର ଓ ଭଉଣୀ ରେଖାଙ୍କ ଠାରେ କୋଭିଡ ଲକ୍ଷଣ କମ ରହିଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଛି ।

ଭୁବନେଶ୍ବର କୁମାରଙ୍କ ପରିବାର

ପିତାଙ୍କ ମୃତ୍ୟୁ ପରେ ଭେଟିବାକୁ ଆସିଥିବା ସଂପର୍କୀୟ ଏବଂ ଶୁଭଚିନ୍ତକଙ୍କୁ ଭୁବନେଶ୍ବର କୋରୋନା ଟେଷ୍ଟ କରାଇବା ସହ ନିଜକୁ ଆଇସୋଲେଟ କରିବାକୁ ଅପିଲ କରିଛନ୍ତି ।

ଯକୃତ ଜନିକ ରୋଗରେ ପୀଡିତ ଭୁବନେଶ୍ବରଙ୍କ ପିତା କିରଣ ପାଲ ସିଂହଙ୍କ ଦେହାନ୍ତ ମେ 20ରେ ହୋଇଥିଲା । ଗଙ୍ଗାନଗରରୁ ବୁଲନ୍ଦସହର ର ଲୁହାରଲି ପୈତୃକ ଗ୍ରାମକୁ ପାର୍ଥୀବ ଶରୀର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । କିରଣସିଂହଙ୍କ ଅନ୍ତିମ ଯାତ୍ରାରେ ସଂପର୍କୀୟ ଓ ଶୁଭଚିନ୍ତକ ସାମିଲ ହୋଇଥିଲେ । ଅନ୍ତିମସଂସ୍କାର ପରେ ସମସ୍ତ ପରିଜନ ଗାଁରେ ରହିଥିଲେ । ଯେଉଁଠାରେ 4 ଦିନ ପରେ ଭୀଷଣ ଜ୍ବର ହେବାପରେ ଭୁବନେଶ୍ବରଙ୍କ ମା'ଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ମେରଠର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରୀ ଟିମ ତାଙ୍କୁ କୋରୋନା ସଂକ୍ରମିତ ବୋଲି ଜାଣିବାକୁ ପାଇଥିଲେ ।

ଅନ୍ୟପଟେ ଭୁବନେଶ୍ବରଙ୍କ ଗର୍ଭବତୀ ପତ୍ନୀ ନୂପୁରଙ୍କ କୋରୋନା ରିପୋର୍ଟ ପଜିଟିଭ ଜଣାପଡିବା ପରେ ନୋଏଡା ସ୍ଥିତ ବାସଭବନକୁ ନିଆଯାଇଛି । ଭଉଣୀ ମଧ୍ୟ ନିଜକୁ ଆଇସୋଲେସନରେ ରଖିଛନ୍ତି । ଫଳରେ କୋରୋନାକୁ ନେଇ କ୍ରିକେଟର ଭୁବନେଶ୍ବର କୁମାର କଠିନ ସମୟ ଦେଇ ଗତି କରୁଛନ୍ତି । ନିକଟରେ ପିତାଙ୍କୁ ହରାଇଥିବା ଭୁବିଙ୍କ ମା'ଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଗମ୍ଭୀର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2021, 6:48 PM IST

ABOUT THE AUTHOR

...view details