ହାଇଦ୍ରାବାଦ: ଆଇପିଏଲ୍ରେ ଛକା ଉପରେ ଛକା ବର୍ଷାଉ ଥିବା ଇଣ୍ଡିଜ୍ର ଧୂଆଁଦାର ବ୍ୟାଟ୍ସମ୍ୟାନ୍ ଆନ୍ଦ୍ର ରସେଲ ଏବେ ବିଶ୍ବକପ୍ ପ୍ରତୀକ୍ଷାରେ । କାରଣ ସେ ଏବେ ଠାରୁ ବିଶ୍ବକପ୍ରେ ଛକା ବର୍ଷା କରିବାର ସ୍ବପ୍ନ ଦେଖିଲେଣି । ତେବେ ବିଶ୍ବକପ୍ରେ ଓ୍ବେଷ୍ଟଇଣ୍ଡିଜ୍ 31ମେ ଦିନ ତାର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ ।
ରସେଲ ଇଣ୍ଡିଜ୍ର 15 ଜଣିଆ ବିଶ୍ବକପ୍ ଦଳରେ ସାମିଲ ଅଛନ୍ତି । ତେବେ ବିଶ୍ବକପ୍କୁ ନେଇ ସେ କହିଛନ୍ତି ଯେ, ମୁଁ ଓ୍ବେଷ୍ଟଇଣ୍ଡିଜ୍ର ପ୍ଲେୟାର ଭାବେ ପ୍ରତିନିଧିତ୍ବ କରି ଛକା ମାରିବା ପାଇଁ ବହୁତ ବ୍ୟାକୁଳ ଅଛି ଓ ଶତକ ମଧ୍ୟ କରିବି । ମୁଁ ବିଶ୍ବକପ୍ରେ ଯାହା କରିବାକୁ ଚାହୁଁଛି, ବର୍ତ୍ତମାନ କେକେଆର୍ ପାଇଁ କରୁଛି ।