ଓଡିଶା

odisha

ETV Bharat / sports

ଏଥର ରାଉଣ୍ଡ ରବିନ ଫର୍ମାଟରେ ବିଶ୍ବକପ, ଟ୍ରଫିକୁ ନେଇ ଅନିଶ୍ଚିତତା

ସମସ୍ତେ ଜଣେ ଜଣେ ମ୍ୟାଚ ବିଜେତା ଖେଳାଳି । ଏଥର ବିଶ୍ବକପ ରାଉଣ୍ଡ ରବିନ ଫର୍ମାଟରେ ହେବାକୁ ଯାଉଛି । ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଏକ ଦଳକୁ ବିଶ୍ବକପ ଫେବରିଟ କହିବା ସହଜ ହେବନାହିଁ । ଏହା କହିଛନ୍ତି ସାଉଥ ଆଫ୍ରିକାର ପୂର୍ବତନ ଷ୍ଟାର ଖେଳାଳି ଜଣ୍ଟି ରୋଡ୍ସ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

By

Published : May 13, 2019, 6:55 PM IST

ମୁ୍ମ୍ବାଇ: ବିଶ୍ବକପ ପାଇଁ ସବୁ ଟିମ ନିଜକୁ ଦାବିଦାର କହିବା ସ୍ବାଭାବିକ । ଭାରତୀୟ ଦଳରେ ଶ୍ରେଷ୍ଠ 15ଖେଳାଳି ସ୍ଥାନ ପାଇଛନ୍ତି । ସମସ୍ତେ ଜଣେଜଣେ ମ୍ୟାଚ ବିଜେତା ଖେଳାଳି । ଏଥର ବିଶ୍ବକପ ରାଉଣ୍ଡ ରବିନ ଫର୍ମାଟରେ ହେବାକୁ ଯାଉଛି । ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଏକ ଦଳକୁ ବିଶ୍ବକପ ଫେବରିଟ କହିବା ସହଜ ହେବନାହିଁ । ଏହା କହିଛନ୍ତି ସାଉଥ ଆଫ୍ରିକାର ପୂର୍ବତନ ଷ୍ଟାର ଖେଳାଳି ଜଣ୍ଟି ରୋଡ୍ସ । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ମଧ୍ୟ ଅଛନ୍ତି ।

ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ବକପରେ ଭାରତୀୟ ଦଳ ଉପରେ ସେ ମତ ରଖିଛନ୍ତି । କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ବେଶ ଶକ୍ତିଶାଳୀ । କିନ୍ତୁ ଏମିତି ନୁହେଁ ଯେ ଅନ୍ୟ ଦଳମାନେ ଦୁର୍ବଳ । ପ୍ରତିଟି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । କାରଣ ପ୍ରତି ମ୍ୟାଚର ଫଳାଫଳ ପଏଣ୍ଟ ଟେବୁଲରେ ଫରକ ପକାଇବ । ଇାରତୀୟ ଦଳରେ ବହୁ ଅନୁଭବି ଖେଳାଳି ଅଛନ୍ତି । ବୁମରା ଡେଥ ଓଭରର ସ୍ପେଶାଲିଷ୍ଟ ବୋଲର । ତାଙ୍କୁ ଖେଳିବା ନିଶ୍ଚିନ୍ତ ଅନ୍ୟ ଦଳଙ୍କ ପାଇଁ କାଠିକର ପାଠ ହେବ ।

ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ମଧ୍ୟ ସକରାତ୍ମକ ମତ ଦେଇଛନ୍ତି ଜଣ୍ଟି । ବିଶ୍ବକପରେ ଭାରତ ପାଇଁ ପାଣ୍ଡ୍ୟା ଏକ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ । 1192 ବିଶ୍ବକପ ରାଉଣ୍ଡ ରବିନ ଫର୍ମାଟରେ ହୋଇଥିଲା । ସେତେବେଳେ ଇଂଲଣ୍ଡକୁ ହରାଇ ପାକିସ୍ତାନ ଚମ୍ପିଆନ ହୋଇଥିଲା । ଆଉ 9ଟି ଦଳ ପାକିସ୍ତାନ ସହିତ ଲଢେଇ କରିଥିଲେ ।

ABOUT THE AUTHOR

...view details