ଓଡିଶା

odisha

ETV Bharat / sports

4-ନମ୍ବର ଟେନସନକୁ ନେଇ ମୁହଁ ଖୋଲିଲେ ଗବର୍‌ - batting

4ର୍ଥ ସ୍ଥାନରେ ବ୍ୟାଟିଂକୁ ନେଇ ଭାରତୀୟ କ୍ରିକେଟ୍‌ ଟିମ୍‌ର ଚିନ୍ତାକୁ ନେଇ ଶିଖର ଧାଓ୍ବନ ନିଜ ମତ ରଖିଛନ୍ତି । ଟିମ୍‌ ପାଖରେ ବିଜୟ ଶଙ୍କର ଓ ଲୋକେଶ ରାହୁଲଙ୍କ ପରି ବ୍ୟାଟ୍ସମ୍ୟାନ୍‌ ଅଛନ୍ତି ବୋଲି ସେ କହିଛନ୍ତି।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

By

Published : Apr 25, 2019, 4:56 PM IST

ହାଇଦ୍ରାବାଦ: ବିଶ୍ବକପରେ 4 ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ? ଏହି ପ୍ରଶ୍ନ ପାଖାପାଖି 2 ବର୍ଷ ଧରି ଟିମ୍ ଇଣ୍ଡିଆର ମୁଣ୍ଡବିନ୍ଧାର କାରଣ ସାଜିଛି । ତବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ କହିଛନ୍ତି ଏ ନେଇ କୌଣସି ଚିନ୍ତା କରିବା ଦରକାର ନାହିଁ । ଟିମ୍‌ ପାଖରେ ବିଜୟ ଶଙ୍କର ଓ ଲୋକେଶ ରାହୁଲ ଅଛନ୍ତି । ଏହା ବ୍ୟତୀତ କିଏ କେଉଁଠି ବ୍ୟାଟିଂ କରିବେ ଏହାର ନିଷ୍ପତ୍ତି ଦଳର ଅଧିନାୟକ ଓ କୋଚ୍‌ କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@@BCCI

ବିଶ୍ବକପ୍‌ ପାଇଁ ଭାରତୀୟ ଟିମ୍‌ର ଘୋଷଣା ଦିନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ବିଜୟ ଶଙ୍କର 4 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ତାଙ୍କ ବ୍ୟତୀତ ଟିମ୍‌ରେ କେଦାର ଯାଦବ ଓ ଲୋକେଶ ରାହୁଲ ମଧ୍ୟ ରହିଛନ୍ତି ।


ଶେଖର କହିଛନ୍ତି ଯେ,ଏବେ କୌଣସି ଚିନ୍ତାର ବିଷୟ ନାହିଁ । 4ନଂରେ ବ୍ୟାଟିଂ କରିବା ପାଇଁ ବର୍ତ୍ତମାନ ବିଜୟ ଶଙ୍କର ଓ ଲୋକେଶ ରାହୁଲ ଅଛନ୍ତି । ତେବେ ଅଧିନାୟକ ଓ କୋଚ୍‌ଙ୍କ ନିଷ୍ପତ୍ତି ଅନୁସାରେ ଦଳ ଖେଳିବ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିମ୍‌ର ଅଧିକାଂଶ ସଦସ୍ୟ ଇଂଲଣ୍ଡରେ ଖେଳିଛନ୍ତି । ଯାହା ଦଳ ପାଇଁ ଲାଭଦାୟକ ।

ସୂଚନାଥାଉକି, କ୍ରିକେଟ୍‌ ମହାକୁମ୍ଭରେ ଭାରତ ତା'ର ପ୍ରଥମ ମୁକାବିଲା ଦ.ଆଫ୍ରିକା ସହ ଜୁନ୍‌ 5ରେ ଖେଳିବ ।

For All Latest Updates

ABOUT THE AUTHOR

...view details