ହାଇଦ୍ରାବାଦ:ଜାରି ରହିଛି ବିଶ୍ବକପ ମହାସମର। ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ । ଅଧିନାୟକ କେନ ୱିଲିୟମସନଙ୍କ ଅନୁପସ୍ଥିତି ସତ୍ତ୍ବେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ଉଦଘାଟନି ମ୍ୟାଚରେ ହରାଇ ବିଶ୍ବକପରେ ବିଜୟ ଅଭିଯାନ କରିଥିଲା ନ୍ୟୁଜିଲାଣ୍ଡ । ଡେଭେନ କନଓ୍ବେ ଓ ରଚିନ ରବିନ୍ଦ୍ର ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ଦ୍ବିତୀୟ ମ୍ୟାଚରେ ମଧ୍ୟ ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ତେବେ ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମର ଅଧିନାୟକ କେନ ୱିଲିୟମସନ୍ ଓ ଟିମ୍ ସାଉଦି ମଧ୍ୟ ଖେଳିବେ ନାହିଁ । କିନ୍ତୁ ଲୋକି ଫର୍ଗୁସନ ମ୍ୟାଚ୍ ଖେଳିପାରନ୍ତି ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ । ଆଜି ଦିନ 2ଟା ସମୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।
ଅନ୍ୟପଟେ ବିଶ୍ବକପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଖେଳିବ ନେଦରଲାଣ୍ଡ୍ସ । ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବ ନେଦରଲାଣ୍ଡ୍ସ । କିନ୍ତୁ ଏହି ଲକ୍ଷ୍ୟ ପୂରଣ ହେବା ସାମାନ୍ୟ କଷ୍ଟକର ହୋଇପାରେ । କିନ୍ତୁ ପୂର୍ବ ଭୁଲକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିବା ଆଜିର ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।