ହାଇଦ୍ରାବାଦ:ଆଇସିସି କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି 2ଟି ମ୍ୟାଚ ରହିଛି । ବିଶ୍ବକପର ସପ୍ତମ ଓ ଅଷ୍ଟମ ମୁକାବିଲା ଅନୁଷ୍ଠିତ ହେବ । ସକାଳ 10ଟା 30ରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ଏହା ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ମୁକବିଲା ଅପରାହ୍ନ 2ଟା 30ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଏହା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିମୟରେ ଖେଳାଯିବ । ବାଂଲାଦେଶ ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ସେହିପରି ପାକିସ୍ତାନ ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ଖାତା ଖୋଲିବାକୁ ପ୍ରୟାସ କରିବ ।
ଇଂଲଣ୍ଡ ବନାମ ବାଂଲାଦେଶ: ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ ତାର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲା । ଆଜି ବାଂଲାଦେଶକୁ ହରାଇ ବିଜୟ ଖାତା ଖୋଲିବାକୁ ପ୍ରାୟସ କରିବ । ବାଂଲାଦେଶ ତାର ପ୍ରଥମ ମ୍ୟାରେ ଆଫଗାନିସ୍ତାନକୁ 89 ରନରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପୂର୍ବରୁ 2011 ଓ 2015 ବିଶ୍ବକପରେ ଇଂଲଣ୍ଡକୁ ହରାଇ ସାରିଥିବା ବାଂଲାଦେଶ ଆଜି ଧର୍ମଶାଳାରେ ଦମ ଦେଖାଇବାକୁ ପ୍ରୟାସ କରିବ । ସେହିପରି ପ୍ରଥମ ମ୍ୟାଚ ହାରିଥିବା ଡିଫେଣ୍ଡିଂ ଚମ୍ପିଆନ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ।
ଗତ 4ଟି ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 4ଥର ଭେଟିଛନ୍ତି । ଉଭୟ 2ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଦିନିକିଆରେ ଉଭୟ ପରସ୍ପରକୁ 24 ଥରେ ଭେଟିଛନ୍ତି । ଏଥିରେ ଇଂଲଣ୍ଡ 19ଟି ଓ ବାଂଲାଦେଶ 5ଟି ମ୍ୟାଚ ଜିତିଛନ୍ତି । ରେକର୍ଡ ଦେଖିଲେ ଇଂଲଣ୍ଡ ପଲ୍ଲା ଭାରି ରହିଛି । ବେନ ଷ୍ଟୋକ୍ସ ଆଜି ଖେଳିବେ ନାହିଁ ତାଙ୍କ ସ୍ଥାନରେ ହ୍ୟାରୀ ବ୍ରୁକ ଖେଳିବେ । ମୋଇନ ଅଲ୍ଲୀ ମଧ୍ୟ ଖେଳି ନପାରନ୍ତି । ବାଂଲାଦେଶ ମଧ୍ୟ ତାର ଏକାଦଶରେ ପରିବର୍ତ୍ତନ କରିପାରେ । ମହମୁଦୁଲ୍ଲାଙ୍କ ସ୍ଥାନରେ ମେହଦି ହାସନା ଖେଳିପାରନ୍ତି ।
ପିଚ୍ ରିପୋର୍ଟ: ଧର୍ମଶାଳାରେ ଗତ 10 ବର୍ଷରେ 5ଟି ଦିନିକିଆ ଖେଳାଯାଇଛି । ଦ୍ବିତୀୟରେ ବ୍ୟାଟିଂ କରୁଥିବା ଦଳ 4ଟି ମ୍ୟାଚ ଜିତିଛି । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବ । ଧର୍ମଶାଳା ପିଚ ବୋଲିଂ ପାଇଁ ବେଶ ଅନୁକୂଳ । ସ୍ପିନର ପିଚର ଫାଇଦା ଉଠାଇବେ । 2013ରେ ଇଂଲଣ୍ଡ ଏହି ଷ୍ଟାଡିୟମରେ ଏକ ମ୍ୟାଚ ଖେଳିଥିଲା 7 ୱିକେଟରେ ବିଜୟୀ ହୋଇଥିଲା ।