ମୁମ୍ବାଇ:ୱାଙ୍ଖଡେରେ ୱାନମ୍ୟାନ ଶୋ' ଦେଖିବାକୁ ମିଳିଥିଲା । ଆଇସିସି କ୍ରିକେଟ ବିଶ୍ବକପ ଇତିହାସରେ ଅବିଶ୍ବସନୀୟ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଗୋଡ଼ରେ ଆଘାତ ସତ୍ତ୍ବେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ପୋରକ ଦ୍ବିଶତକ ବଳରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ 3 ୱିକେଟରେ ବିଜୟ ହାସଲ କରିଛି । ଏହା ସହିତ ପ୍ରଥମରୁ ଧିମା ପଡିଥିବା 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ଠିକ ସମୟରେ କମବ୍ୟାକ କରି ଚଳିତ ବିଶ୍ବକପ ସେମିଫାଇନାଲରେ ପହଞ୍ଚିଛି । 128 ବଲରେ 201 ରନ ଦଳକୁ ବିଜୟୀ କରାଇଥିଲେ ମ୍ୟାକ୍ସୱେଲ । ବିଶ୍ବାସ ସବୁବେଳେ ଥିଲା ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ପରେ ଏହା ଅଧିକ ବଢ଼ିଯାଇଛି ବୋଲି କହିଛନ୍ତି ଗ୍ଲେନ୍ ମ୍ୟାକ୍ସୱେଲ ।
ଦ୍ବିତୀୟ ଦ୍ରୁତ ଦିନିକିଆ ଦ୍ବିଶତକ ହାସଲକାରୀ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପାଇଁ ପାଟ କାମିନ୍ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ କେବଳ ଯେ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିନାହିଁ ବରଂ ଆଇସିସି ବିଶ୍ବକପ 2023 ସେମି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍ ପରେ ମ୍ୟାକ୍ସୱେଲ କହିଛନ୍ତି, ''ଆଜି ଫିଲ୍ଡିଂ କରିବା ସମୟରେ ବହୁତ ଗରମ ହେଉଥିଲା । ପ୍ରବଳ ଖରା ଓ ଗରମ ପାଇଁ ମୁଁ ବ୍ୟାୟାମ କରି ପାରିନଥିଲି ଫଳରେ ଏହାର ପ୍ରଭାବ ମୋ ଉପରେ ପଡିଥିଲା । ମୁଁ କିଛି ସମୟ ଅଟକି ଗୋଡରେ କିଛି ସମୟର ମୋମେଣ୍ଟ କରିବାକୁ ଚାହୁଁଥିଲି ।''