ଓଡିଶା

odisha

ETV Bharat / sports

Cricket World Cup 2023: ପାକିସ୍ତାନୀ କ୍ରିକେଟରଙ୍କୁ ମୁହଁତୋଡ଼ ଜବାବ ଦେଲେ ଶାମି, କହିଲେ ମୁହଁରେ ଟିକେ ଲାଜ ରଖ - ହାସନ ରଜା

ବିଶ୍ବକପ୍‌ ୨୦୨୩ରେ ଭାରତୀୟ ବୋଲରଙ୍କୁ ଅଲଗା ବଲ ଦିଆଯାଉଛି ବୋଲି କହି ବିତଣ୍ଡା ଯୁକ୍ତି କରୁଥିଲେ ପୂର୍ବତନ କ୍ରିକେଟର ହାସନ ରଜା । ମୁହଁତୋଡ଼ ଜବାବ ଦେଲେ ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମି । କହିଲେ ମୁହଁରେ ଟିକେ ଲାଜ ରଖ, ନିଜ ଦେଶର ୱାସିମ ଆକ୍ରମଙ୍କୁ ବିଶ୍ବସ କର । ଅଧିକ ପଢ଼ନ୍ତୁ

ହାସନ ରଜାଙ୍କୁ ମୁହଁତୋଡ଼ ଜବାବ ଦେଲେ ଶାମି
ହାସନ ରଜାଙ୍କୁ ମୁହଁତୋଡ଼ ଜବାବ ଦେଲେ ଶାମି

By ETV Bharat Odisha Team

Published : Nov 8, 2023, 10:13 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ କ୍ରିକେଟ୍‌ ଦଳର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଅନ୍ୟପଟେ ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୮ ମ୍ୟାଚ୍‌ ଜିତି ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିବା ସହ ସେମିଫାଇନାଲ୍‌ରେ ପ୍ରବେଶ କରିସାରିଛି । ଏହାରି ଭିତରେ ପାକିସ୍ତାନର କିଛି ପ୍ରଶଂସକ ଓ ପୂର୍ବତନ ଖେଳାଳି ବିତଣ୍ଡା ଯୁକ୍ତି ଆରମ୍ଭ କରିଛନ୍ତି । ଭାରତ ଖେଳୁଥିବା ମ୍ୟାଚ୍‌ରେ ଦଳର ବୋଲର ମାନଙ୍କୁ ଏକ ସ୍ବତନ୍ତ୍ର ବଲ ଦିଆଯାଉଛି ଏବଂ ଡିଆର୍‌ଏସ୍‌ ଗୁଡ଼ିକ ମଧ୍ୟ ସେମାନଙ୍କ ସପକ୍ଷରେ ଦିଆଯାଉଛି ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟର ହାସନ ରଜା ଦାବି କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହାରି ଭିତରେ ହାସନ ରାଜାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମି ।

ଶାମି ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ହାସନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, "ଲାଜ କରନ୍ତୁ । ଫାଲତୁ କଥା ନକହି ଖେଳ ଉପରେ ଧ୍ୟାନ ଦିଅନ୍ତୁ । କେବେ ତ ଅନ୍ୟମାନଙ୍କ ସଫଳତାରେ ଖୁସି ହୁଅନ୍ତୁ । ଏହା ଲୋକାଲ ଟୁର୍ଣ୍ଣାମେଣ୍ଟ ନୁହେଁ । ଏହା ହେଉଛି ବିଶ୍ବକପ୍‌ । ଆପଣ ନିଜେ ମଧ୍ୟ ଜଣେ ଖେଳାଳି ଥିଲେ । ୱାସିମ୍‌ ଭାଇ ବୁଝାଇଲେ । ତଥାପି ଆପଣ ବୁଝିଲେ ନାହିଁ । ଆପଣଙ୍କର ନିଜର ୱାସିମ ଆକ୍ରମଙ୍କ ଉପରେ ମଧ୍ୟ ଭରସା ନାହିଁ । ଆପଣ କେବଳ ନିଜକୁ ପ୍ରଶଂସା କରିବାରେ ଲାଗିଛନ୍ତି ।" ଶାମିଙ୍କ ଏହି ପୋଷ୍ଟ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଛି । ପ୍ରଶଂସକମାନେ ମଧ୍ୟ ଶାମିଙ୍କ ଏଭଳି ଜବାବକୁ ପସନ୍ଦ କରି ସେୟାର କରୁଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ସଫଳତମ ଟିମ୍‌ ଭାରତ, ପଛରେ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲାଣ୍ଡ

ପ୍ରକାଶଯୋଗ୍ୟ, ହାସନ ରଜା ପାକିସ୍ତାନରେ ଆୟୋଜିତ ଏକ ମିଡିଆ ଶୋ'ରେ କହିଥିଲେ, "ଟିମ୍ ଇଣ୍ଡିଆ ଭଲ ବ୍ୟାଟିଂ କରୁଛନ୍ତି । କିନ୍ତୁ ଯେତେବେଳେ ସେମାନେ ବୋଲିଂ କରୁଛନ୍ତି, ହଠାତ୍ ସବୁ କିଛି ବଦଳି ଯାଉଛି । ମହମ୍ମଦ ସିରାଜ ଓ ମହମ୍ମଦ ଶାମି ଯେଉଁଭଳି ଭାବେ ବଲ୍‌କୁ ସୁଇଙ୍ଗ୍‌ କରୁଛନ୍ତି, ତାକୁ ଦେଖିଲେ ଲାଗୁଛି ଆଇସିସି ବା ବିସିସିଆଇ ସେମାନଙ୍କୁ ଅଲଗା ବଲ୍ ଦେଉଛି । ଭାରତୀୟ ଦଳକୁ ଦିଆଯାଉଥିବା ବଲ୍‌ଗୁଡ଼ିକରେ ଅତିରିକ୍ତ କୋଟିଂ ଅଛି, ଯାହା ଅତିରିକ୍ତ ସୁଇଙ୍ଗ୍‌ରେ ସାହାଯ୍ୟ କରୁଛି । ସେହି ବଲ୍‌ଗୁଡ଼ିକୁ ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ । ସେହିଭଳି ୭-୮ଟି ଡିଆର୍‌ଏସ୍‌ ଅତି ଦ୍ବନ୍ଦ୍ବାତ୍ମକ ଥିବାବେଳେ ସେଗୁଡ଼ିକ ଭାରତ ସପକ୍ଷରେ ଯାଇଛି ।" ହାସନଙ୍କ ଏଭଳି ଯୁକ୍ତି ଉପରେ ପ୍ରଥମେ ଟିପ୍ପଣୀ ରଖିଥିଲେ ପାକିସ୍ତାନର ଅନ୍ୟତମ ପୂର୍ବତନ କ୍ରିକେଟର ୱାସିମ ଆକ୍ରମ । ସେ କହିଥିଲେ ଯେ ସେମାନଙ୍କ କଥା ଶୁଣି ହସ ଲାଗୁଛି । ସେମାନଙ୍କର ମୁଣ୍ଡରେ ବୁଦ୍ଧି ନାହିଁ । ଏଭଳି ମନ୍ତବ୍ୟ ଦେଇ ସେମାନେ କେବଳ ନିଜକୁ ନୁହେଁ, ପାକିସ୍ତାନକୁ ମଧ୍ୟ ଲଜ୍ଜିତ କରୁଛନ୍ତି ବୋଲି ୱାସିମ ଆକ୍ରମ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details