ଓଡିଶା

odisha

ETV Bharat / sports

ବିଶ୍ବକପ୍‌ ୨୦୨୩: ରାତି ପାହିଲେ ସେମି ଫାଇଟ୍‌, ଦଳରେ ସମନ୍ବୟ ନେଇ ଆତ୍ମବିଶ୍ବାସୀ ରୋହିତ - ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ

ନ୍ୟୁଜିଲାଣ୍ଡ ବିପକ୍ଷରେ ବୁଧବାର ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ଖେଳିବ ଭାରତ । ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳରେ ଖେଳାଳିଙ୍କ ମଧ୍ୟରେ ରହିଥିବା ସମନ୍ବୟକୁ ନେଇ ଆତ୍ମବିଶ୍ବାସ ଦେଖାଇଛନ୍ତି ଅଧିନାୟକ ରୋହିତ ଶର୍ମା । ବିଶ୍ବକପ୍‌ ଭଳି ବଡ଼ ଷ୍ଟେଜ୍‌ରେ କେଉଁ ଦଳ ବେଶୀ ଭଲ ତାହା କହିବା କଷ୍ଟକର ବୋଲି ରୋହିତ କହିଛନ୍ତି । ଅଧିକ ପଢ଼ନ୍ତୁ

ଦଳରେ ସମନ୍ବୟ ନେଇ ଆତ୍ମବିଶ୍ବାସୀ ରୋହିତ
ଦଳରେ ସମନ୍ବୟ ନେଇ ଆତ୍ମବିଶ୍ବାସୀ ରୋହିତ

By ETV Bharat Odisha Team

Published : Nov 14, 2023, 10:32 PM IST

ମୁମ୍ବାଇ: ବୁଧବାର ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ୍‌ ଖେଳାଯିବ । ଏହି ମ୍ୟାଚ୍‌ ଉପରେ ରିଛି ସାରା ବିଶ୍ବର ନଜର । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଦଳ ସେମିଫାଇନାଲ୍‌ରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡକୁ ଭେଟିବ । ମୁମ୍ବାଇର ୱାଙ୍ଖେଡେ ମୈଦାନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଡ଼ କଥା କହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଦଳ ଭିତରେ ସବୁ ଖେଳାଳିଙ୍କ ମଧ୍ୟରେ ଭଲ ସମନ୍ବୟ ରହିଛି ଏବଂ ସମସ୍ତେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ରୋହିତ କହିଛନ୍ତି ।

'୨୦୧୯ଠାରୁ ୨୦୨୩ ଦଳ ବେଶୀ ସୁଦୃଢ଼': ବିଶ୍ବକପ୍‌ ଭଳି ବଡ଼ ଷ୍ଟେଜ୍‌ରେ କେଉଁ ଦଳ ବେଶୀ ଭଲ ତାହା କହିବା କଷ୍ଟକର ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି, "ମୁଁ ୨୦୧୧ ବିଶ୍ବକପ୍‌ ଖେଳି ନାହିଁ । ହେଲେ ସେହି ବିଶ୍ବକପ୍‌ ଆମେ ଜିତିଥିଲୁ । ମୁଁ ୨୦୧୫ ଏବଂ ୨୦୧୯ ବିଶ୍ବକପ୍‌ରେ ଖେଳିଛି । ମୁଁ ବି କହିପାରିବି ନାହିଁ ଯେ ୨୦୧୯ରେ ଖେଳିଥିବା ଦଳ ୨୦୨୩ ଦଳ ଅପେକ୍ଷା ଭଲ ଥିଲା । ମୁଁ ଦଳ ପ୍ରଦର୍ଶନ ବିଷୟରେ କହିବି, ଏହି ଦଳର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି ।" ଗତ ବିଶ୍ବକପ୍‌ରେ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଫେରିଥିଲେ ଭାରତ । ଏନେଇ ରୋହିତ କହିଛନ୍ତି, "ଯାହା ହୋଇଯାଇଛି, ତାହା ଅତୀତ । ବର୍ତ୍ତମାନ ଆମେ କଣ କରିପାରିବା ସେନେଇ ଆମେ ଆଲୋଚନା କରିବା । ଅତୀତରେ କଣ ହୋଇଥିଲା ସେ ବିଷୟରେ ବିତର୍କ ହେବା ଉଚିତ୍ ହେବନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାରତ ବିପକ୍ଷ ସେମି ଲଢ଼େଇ ପୂର୍ବରୁ କିୱି ଅଧିନାୟକଙ୍କ ଆତ୍ମବିଶ୍ବାସ, କହିଲେ ଏବେ ଅସଲ ଖେଳ ଆରମ୍ଭ

ଭାରତୀୟ ଦଳରେ ରହିଛି ଭଲ ସମନ୍ୱୟ: ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ମଧ୍ୟରେ ଏକ ଭଲ ସମନ୍ବୟ ରହିଥିବା ଦେଖିବାକୁ ମିଳୁଛି । ସମସ୍ତ ଖେଳାଳି ଅନ୍ୟ ସାଥି ଖେଳାଳିଙ୍କ ସଫଳତାକୁ ଜୋରଦାର ଉପଭୋଗ କରୁଛନ୍ତି । ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ 'ଫିଲ୍ଡର ଅଫ୍‌ ଦି ମ୍ୟାଚ୍‌' ମେଡଲ ପ୍ରଦାନ କରାଯାଉଛି । ଏଥିରେ ମଧ୍ୟ ସମସ୍ତେ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ତେବେ ଡ୍ରେସିଂ ରୁମ୍‌ରେ ଦଳର ସମନ୍ବୟ ସମ୍ପର୍କରେ ଟିପ୍ପଣୀ କରିବାକୁ ଯାଇ ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ଏକ ଫ୍ୟାଶନ ଶୋ' ହୋଇଥିବା ରୋହିତ କହିଛନ୍ତି । ଦଳ ଭିତରେ ସବୁ ଖେଳାଳିଙ୍କ ମଧ୍ୟରେ ଭଲ ସମନ୍ୱୟ ରହିଛି ଏବଂ ସମସ୍ତେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଅଧିନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ ଆଗରେ କିଏ

'ବିପକ୍ଷ ଦଳର ମାନସିକତା ବୁଝିନିଏ ନ୍ୟୁଜିଲାଣ୍ଡ': ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଦଳ ଉପରେ ଟିପ୍ପଣୀ କରି ଭାରତୀୟ ଅଧିନାୟକ କହିଛନ୍ତି,"ନ୍ୟୁଜିଲାଣ୍ଡ ଏକ ଭଲ ସନ୍ତୁଳିତ ଦଳ । ନ୍ୟୁଜିଲାଣ୍ଡ ଦଳ ବିପକ୍ଷ ଦଳର ମାନସିକତା ବୁଝନ୍ତି ।" ଏହା ବ୍ୟତୀତ ୱାଙ୍ଖେଡେ ଷ୍ଟାଡିୟମରେ ଟସ୍‌ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି ରୋହିତ । ନକ୍‌ଆଉଟ୍‌ ମ୍ୟାଚ୍‌ରେ ଦଳ ଉପରେ ରହିଥିବା ଚାପକୁ ସ୍ବୀକାର କରିଛନ୍ତି ଭାରତୀୟ ଅଧିନାୟକ । ସେ କହିଛନ୍ତି, "ଯେତେବେଳେ ଆପଣ ଏକ ବିଶ୍ବକପ୍‌ ମ୍ୟାଚ୍‌ ଖେଳିବେ, ନିଶ୍ଚିତ ଭାବେ ଚାପ ପଡ଼ିବ । ଏହି ଚାପରେ ଦଳ ଖେଳାଳିମାନେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details