ଓଡିଶା

odisha

World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗର ଫାଇଦା ଉଠାଇଲେ ସାମି, ପ୍ରଶଂସା କଲେ ରୋହିତ

By ETV Bharat Odisha Team

Published : Oct 23, 2023, 9:17 AM IST

କ୍ରିକେଟ ବିଶ୍ବକପ 2023ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମହମ୍ମଦ ସାମି । 5ୱିକେଟ ହାସଲ କରିଥିବା ସାମିଙ୍କୁ ଅଧିନାୟକ ରୋହିତ ଶର୍ମା ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

World Cup 2023
ସାମିଙ୍କୁ ରୋହିତଙ୍କ ପ୍ରଶଂସା

ଧର୍ମଶାଳା:ଆଇସିସି ଦିନିକିଆ କ୍ରିକେଟରେ ଭାରତ ତାର ପଞ୍ଚମ ମ୍ୟାଚ୍‌ ଜିତି ବିଜୟ ଆଭିଯାନ ଜାରି ରଖିଛି । ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ବିଜୟ ହାସଲ କରି ଭାରତ ଲଗାତାର ପଞ୍ଚମ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଭାରତୀୟ ଏକାଦଶରେ ମହମ୍ମଦ ସାମିଙ୍କୁ ସୁଯୋଗ ଦେବା ସଫଳ ହୋଇଛି । ସାମିଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା କିୱି ଦଳ । ମହମ୍ମଦ ସାମି ଏହି ମ୍ୟାଚରେ 5ଟି ୱିକେଟ ହାସଲ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସାମିଙ୍କର ଏହି ପ୍ରଦର୍ଶନ ନେଇ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କୁ ପ୍ରଂଶସା କରିଛନ୍ତି ।

ଏହା ବି ପଢନ୍ତୁ...World Cup 2023: ରୋହିତଙ୍କ ରେକର୍ଡ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ 50 ODI ଛକା

ସାମିଙ୍କ ପ୍ରଦର୍ଶନ ନେଇ ରୋହିତ ଶର୍ମା କହିଛନ୍ତି,"ନ୍ୟୁଜିଲାଣ୍ଡ ବିପକ୍ଷରେ ସାମିଙ୍କର ବୋଲିଂ ସ୍ପେଲ ଚମତ୍କାର ଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟରେ ମହମ୍ମଦ ସାମିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସାମି ସାନଦାର ପ୍ରଦର୍ଶନ ସହ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାର ଭରପୁର ଫାଇଦା ନେଇଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ରେ ଭଲ ଆରମ୍ଭ ହୋଇଥିଲା । ସନ୍ତୁଳନ ରଖିବା ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା । ବହୁତ ଆଗକୁ ଭାବିବା ଆବଶ୍ୟକ ନାହିଁ । ବର୍ତ୍ତମାନରେ ରହିବା ଅଧିକ ଗୁରୁତ୍ବପୂର୍ଣ୍ଣ । ଏହି ମ୍ୟାଚରେ ମହମ୍ମଦ ସାମି ଜବରଦସ୍ତ ଫାଇଦା ଉଠାଇଛନ୍ତି । ପରିସ୍ଥିତି ହିସାବରେ ଖେଳିବା ନେଇ ସାମିଙ୍କ ପାଖରେ ଅନୁଭବ ରହିଛି ।"

ରୋହିତ ଆହୁରି କହିଛନ୍ତି,"ଗୋଟିଏ ସମୟରେ ଲାଗୁଥିବା ନ୍ୟୁଜିଲାଣ୍ଡ ପାଳି 300ରୁ ଅଧିକ ହୋଇଯିବ । ମାତ୍ର ଭାରତୀୟ ବୋଲର ନୟନ୍ତ୍ରଣକୁ ଆଣିଥିଲେ । ଏହାର ସମସ୍ତ ଶ୍ରେୟ ବୋଲରଙ୍କୁ ଯାଉଛି । ମୁଁ ମୋର ବ୍ୟାଟିଂକୁ ଉପଭୋଗ କରୁଥିଲି । ଶୁଭମନ ଗିଲ୍‌ ଓ ମୁଁ ପରସ୍ପରକୁ ତାରିଫ କରୁଛୁ । ଏହି ବିଜୟ ନେଇ ମୁଁ ବହୁତ ଖୁସି । ଆମେ ଯେବେ ୱିକେଟ୍‌ ହରାଇ ସଙ୍କଟରେ ପଡ଼ି ଯାଇଥିଲୁ ସେବେ ବିରାଟ କୋହଲି ଓ ଜାଡେଜା ଦମଦାର ପ୍ରଦର୍ଶନ କରି ଦଳକୁ ଉଦ୍ଧାର କରିଥିଲେ । ଅନେକ ବର୍ଷ ହେବ କୋହଲି ଦଳ ପାଇଁ ଏହା କରି ଆସୁଛନ୍ତି ।"

ଏହା ବି ପଢନ୍ତୁ...World Cup 2023: ଧର୍ମଶାଳାରେ ଇତିହାସ ରଚିଲେ ଶୁଭମନ, 2000 ଦିନିକିଆ ରନ କ୍ଲବରେ ହେଲେ ସାମିଲ

ପ୍ରକାଶ ଥାଉ କି, ବିଶ୍ବକପ ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ବିଜୟ ଧାରା ଜାରି ରଖିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତ ତାର 5 ମ୍ୟାଚରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ 273 ରନ୍‌ କରିଥିଲା । 274 ରନ୍‌ ଟାର୍ଗେଟ୍‌ ନେଇ ପାଳି ଆରମ୍ଭ କରିଥିବା ଭାରତ 4 ୱିକେଟ୍‌ରେ ବିଜୟ ହାସଲ କରିବା ସହ 2019ର ପ୍ରତିଶୋଧ ନେଇଥିଲା । ବିରାଟ କୋହଲି ସର୍ବାଧିକ 95 ରନର ଇନିଂସ ଖେଳିଥିଲେ । ଘାତକ ବୋଲିଂ କରି ମହମ୍ମଦ ସାମି 54 ରନ୍‌ ଦେଇ 5ଟି ୱିକେଟ ହାସଲ କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ABOUT THE AUTHOR

...view details