ଓଡିଶା

odisha

ETV Bharat / sports

World Cup 2023: ରୋହିତଙ୍କ ରେକର୍ଡ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ 50 ODI ଛକା - ବିଶ୍ବକପ 2023

ଦିନିକିଆ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଛକା ମାରିବାରେ ଏକ ରେକର୍ଡ କରିଛନ୍ତି । ଅଧିକ ପଢ଼ନ୍ତୁ

Cricket World Cup 2023
World Cup 2023

By ETV Bharat Odisha Team

Published : Oct 23, 2023, 8:00 AM IST

Updated : Oct 23, 2023, 8:50 AM IST

ଧର୍ମଶାଳା:ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଭାରତ ତାର ପଞ୍ଚମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ଏକ ନୂଆ ରେକର୍ଡ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ଏହି ମ୍ୟାଚରେ 40 ବଲ ଖେଳି 46 ରନ କରିଥିଲେ । ଏହି ଇନିଂସରେ ସେ 4ଟି ଛକା ମାରିଥିଲେ । ଏହା ସହିତ ରୋହିତ 2023 କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ 51ଟି ଛକା ମାରିବାର ରେକର୍ଡ ଅର୍ଜନ କରିଛନ୍ତି ।

ରୋହିତ ଶର୍ମା 21ଟି ମ୍ୟାଚ୍‌ ଖେଳି 50 ଛକା ଅତିକ୍ରମ କରିଥିଲେ । ରୋହିତ ଶର୍ମାଙ୍କ ଦିନିକିଆରେ ଛକା ସଂଖ୍ୟା 53 ରହିଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଏଭି ଡି ଭିଲର୍ସଙ୍କ ନାମରେ ରହିଛି । ସେ 2015 ମସିହାରେ 20 ଦିନିକିଆ ଖେଳି 58ଟି ଛକା ମାରିଥିଲେ । ସେହିପରି କ୍ରିସ୍‌ ଗେଲ 2019ରେ 17ଟି ଦିନିକିଆ ଖେଳି 56ଟି ଛକା ମାରିଥିଲେ । ଏହି ରେକର୍ଡରେ 53 ଛକା ସହିତ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ବିଶ୍ବକପ୍‌ରେ ସର୍ବାଧିକ ଛକା ମାରିବାରେ ରୋହିତ ଦ୍ବିତୀୟକୁ ଉଠିଛନ୍ତି । ସେ 22ଟି ବିଶ୍ବକପ ମ୍ୟାଚ୍‌ରୁ ମୋଟ 40ଟି ଛକା ମାରି ସାରିଛନ୍ତି । ବିଶ୍ବକପରେ କ୍ରିସ୍‌ ଗେଲ୍‌ ସର୍ବାଧିକ 49ଟି ଛକା ମାରିଛନ୍ତି । ରୋହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । 37ଟି ଛକା ମାରି ଏଭି ଡି ଭିଲର୍ସ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍‌ ସଫଳତା, ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ଶାମି

ଏହା ବି ପଢନ୍ତୁ...World Cup 2023: ଧର୍ମଶାଳାରେ ଇତିହାସ ରଚିଲେ ଶୁଭମନ, 2000 ଦିନିକିଆ ରନ କ୍ଲବରେ ହେଲେ ସାମିଲ

ପ୍ରକାଶ ଥାଉ କି, ବିଶ୍ବକପ ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ବିଜୟ ଧାରା ଜାରି ରଖିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତ ତାର 5 ମ୍ୟାଚରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ 273 ରନ୍‌ କରିଥିଲା । 274 ରନ୍‌ ଟାର୍ଗେଟ ନେଇ ପାଳି ଆରମ୍ଭ କରିଥିବା ଭାରତ 4 ୱିକେଟ୍‌ରେ ବିଜୟ ହାସଲ କରିବା ସହ 2019ର ପ୍ରତିଶୋଧ ନେଇଥିଲା । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌ରେ 40 ବଲରେ ଖେଳି 46 ରନ କରିଥିଲେ । ସେଥିରେ 4ଟି ଛକା ଓ 4ଟି ଚୌକା ସାମିଲ ଥିଲା ।

Last Updated : Oct 23, 2023, 8:50 AM IST

ABOUT THE AUTHOR

...view details