ଓଡିଶା

odisha

ETV Bharat / sports

World Cup 2023: ଅଲୋଡ଼ା ରେକର୍ଡ, ଶୂନରେ ଆଉଟ ହେବାରେ ରୋହିତ-ଈଶାନ ଦ୍ବିତୀୟ ଭାରତୀୟ ଓପନିଂ ଯୋଡି - ଭାରତୀୟ ବ୍ୟାଟରଙ୍କ ନକାରତ୍ମକ ରେକର୍ଡ

ଆଇସିସି କ୍ରିକେଟ ବିଶ୍ବକପରେ ଭାରତ ଚେପକ ଷ୍ଟାଡିମରେ ଅଷ୍ଟ୍ରେଲିଆ ବିପକ୍ଷରେ ତାର ପ୍ରଥମ ମୁକାବିଲା ଖେଳିଥିଲା । ଦଳ ବିଜୟୀ ହୋଇଥିଲେ ବି ନକାରତ୍ମକ ରେକର୍ଡରେ ସାମିଲ ହୋଇଛି । ଅଧିକ ପଢନ୍ତୁ

ishan kishan rohit sharma shameful record
Indian pair shameful record in world cup

By ETV Bharat Odisha Team

Published : Oct 9, 2023, 9:07 AM IST

ଚେନ୍ନାଇ:ଭାରତର ଅଧିନାୟକ ରୋହିତ ଶର୍ମା ଓ ଈଶାନ କିଶନଙ୍କ ନକାରତ୍ମକ ରେକର୍ଡରେ ସାମିଲ ହୋଇଛନ୍ତି । ଦିନିକିଆ ବିଶ୍ବକପ କ୍ରିକେଟ ଇତିହାସରେ 7ଥର ଲାଗି କୌଣସି ଦଳର ଦୁଇ ଓପନିଂ ବ୍ୟାଟର ଶୂନରେ ପାଭିଲିୟନ ଫେରିଛନ୍ତି । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ରୋହିତ ଶର୍ମା ଓ ଈଶାନ କିଷନ ଶୂନରେ ଆଉଟ ହେବା ଦ୍ବିତୀୟ ଭାରତୀୟ ଓପନିଂ ଯୋଡି ହୋଇଛନ୍ତି । ଶେଷଥର ଲାଗି ଭାରତର ଦୁଇ ଓପନର 2004ରେ ଶୂନରେ ଆଉଟ ହୋଇଥିଲେ । ଜିମ୍ବାୱେ ବିପକ୍ଷରେ ଏହା ହୋଇଥିଲା । ଚେପକରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ଓଭରରେ ଈଶାନଙ୍କୁ ମିଚେଲ ଷ୍ଟାର୍କ ଆଉଟ କରିଥିଲେ । ଦ୍ବିତୀୟ ଓଭରର ତୃତୀୟ ବଲରେ ରୋହିତ ଶର୍ମା ଓ ପରେ ଶ୍ରେୟସ ଆୟରଙ୍କୁ ଆଉଟ କରିଥିଲେ ଜୋଶ ହାଡଲେଉଡ ।

ପୂର୍ବରୁ ଏହି ରେକର୍ଡ ସୁନୀଲ ଗାଭାସ୍କର ଓ କେ ଶ୍ରୀକାନ୍ତଙ୍କ ନାମରେ ଥିଲା । 1883 ମସିହାରେ ଜିମ୍ବାୱେ ବିପକ୍ଷରେ ସୁନୀଲ ଗାଭାସ୍କର ଓ କେ ଶ୍ରୀକାନ୍ତଙ୍କ ନାମରେ ଏହି ନକାରାତ୍ମକ ରେକର୍ଡ ଥିଲା । ସୁନୀଲଙ୍କୁ ପିଟର ରାସନ ଆଉଟ କରିଥିଲେ । ସେ ମାତ୍ର 2ଟି ବଲ ଖେଳିଥିଲେ । ଏହାପରେ 13ଟି ବଲ ଖେଳି ବିନା ଖାତା ଖୋଲି କେ ଶ୍ରୀକାନ୍ତ ବି ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...Cricket World Cup 2023: ଓପନିଂ ମ୍ୟାଚ୍‌ ଜିତାଇଲେ କୋହଲି-ରାହୁଲ, ବିଜୟରୁ ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭ

ଦିନିକିଆ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି 200 ରନ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତ 2 ରନରେ 3ଟି ୱିକେଟ୍‌ ହରାଇଥିଲା । ପ୍ରଥମ 4ଜଣ ବ୍ୟାଟରଙ୍କ ମଧ୍ୟରୁ 3 ଜଣ ଶୂନରେ ଆଉଟ ହୋଇଥିଲେ । କୌଣସି ଦିନିକିଆ ବିଶ୍ବକପ କ୍ରିକେଟ ଇତିହାସରେ ପ୍ରଥମଥର ଲାଗି ଭାରତୀୟ ବ୍ୟାଟରଙ୍କ ଏହା ଅଲୋଡ଼ା ରେକର୍ଡ ।

ଏହା ବି ପଢନ୍ତୁ...Cricket World Cup: ଚେପକ ପିଚ୍ ଟେଷ୍ଟ ମ୍ୟାଚ ଟ୍ରାକ ପରି କହିଲେ ଜାଡେଜା

ପ୍ରକାଶ ଥାଉ କି, ବିଶ୍ବକପ 2023ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । 5 ଥର ବିଶ୍ବକପ ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା ଭାରତ । ଜବରଦସ୍ତ ବୋଲିଂ ବଳରେ କଙ୍ଗାରୁ ଦଳକୁ 199ରନରେ ଅଟକାଇ ଦେଇଥିଲା । 200ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବି ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅଦ୍ଭୂତପୂର୍ବ ଭାଗୀଦାରୀ ବଳରେ ଭାରତ ବିଜୟ ହାସଲ କରିିଛି । 6 ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚରେ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍‌ ନେଇଥିଲେ । ବିରାଟ କୋହଲି 85 ରନ ଓ କେଏଲ ରାହୁଲ ଅପରାଜିତ 97 ରନ କରିଥିଲେ । କେଏଲ ରାହୁଲ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ABOUT THE AUTHOR

...view details