ହାଇଦ୍ରାବାଦ: ଆଇସିସି ବିଶ୍ବକପ 2023 ସେମିଫାଇନାଲ ପାଇଁ ଦିନ ପାଖଉଛି । ଦିନ ଯେତିକି ନିକଟ ହେଉଛି ରୋମାଞ୍ଚ ସେତିକି ବଢୁଛି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ସେମି ରେସରେ ଚତୁର୍ଥ ଦଳ ଭାବେ କେଉଁ ଦଳ ପ୍ରବେଶ କରିବା ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ କିଏ ଚତୁର୍ଥ ଦଳ ଭାବେ ସେମିଫାଇନାଲ ଖେଳିବ ତାକୁ ନେଇ ଆଲୋଚନା ଜାରି ରହିଛି । ନ୍ୟୁଜିଲାଣ୍ଡ ତାର ଶେଷ ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 5 ୱିକେଟରେ ପରାସ୍ତ କରିବା ପରେ ସେମି ଫାଇନାଲ ଖେଳିବା ଆଶା ଉଜ୍ଜ୍ବଳ ହୋଇଛି । ଫଳରେ ପାକିସ୍ତାନର ଖେଳ ଶେଷ ହୋଇଛି । ପାକିସ୍ତାନର ସେମି ଫାଇନାଲକୁ ଯିବାର ଆଶା ମଉଳି ଯାଇଛି ।
କିପରି ସେମି ଫାଇନାଲ ଖେଳିବ ପାକିସ୍ତାନ:ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବା ଅସମ୍ଭବ ହୋଇଛି । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ପାକିସ୍ତାନ ସେମି ଫାଇନାଲ ଖେଳିବା ନେଇ ଚିନ୍ତାରେ ପଡ଼ିଛି । ବାବର ବାହିନୀକୁ ସେମିକୁ ଯିବାକୁ ହେଲେ ବଡ଼ ସ୍କୋର୍ରେ ବିଜୟ ହାସଲ କରିବାକୁ ହେବ । ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ତାର ଶେଷ ଲିଗ ମ୍ୟାଚ୍ ଖେଳିବେ । ଏହି ମ୍ୟାଚ୍ରେ ଦଳକୁ ବଡ଼ ବିଜୟ ହାସଲ କରିବାକୁ ହେବ ।