ଓଡିଶା

odisha

Cricket World Cup 2023: ଘରୋଇ ପିଚ୍‌ର ଫାଇଦା କାମ ଦେବନି, ଆମକୁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ କହିଲେ ରୋହିତ

By ETV Bharat Odisha Team

Published : Oct 7, 2023, 10:10 PM IST

ଆସନ୍ତାକାଲି ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିବ ଭାରତ । ତେବେ କିପରି ରହିଛି ଦଳର ପ୍ରସ୍ତୁତି କଣ ରଣନୀତି ଆପଣେଇବେ ଅଧିନାୟକ ରୋହିତ ଶର୍ମା, ସେନେଇ ପ୍ରେସ୍‌ମିଟ୍‌ରେ ଖୁଲାସା କରିଛନ୍ତି ଭାରତୀୟ ଅଧିନାୟକ । ଅଧିକ ପଢ଼ନ୍ତୁ

ଆମକୁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ କହିଲେ ରୋହିତ
ଆମକୁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ କହିଲେ ରୋହିତ

ଚେନ୍ନାଇ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ । ତେବେ ଏହା ପୂର୍ବରୁ ଏକ ପ୍ରେସ୍‌ମିଟ୍‌ କରି ଭାରତୀୟ ଦଳର ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ୩୬ ବର୍ଷୀୟ ରୋହିତ ଭାରତକୁ ବିଶ୍ବକପ୍‌ ଟ୍ରଫି ଜିତାଇବା ପାଇଁ ଟିମ୍‌ ରଣନୀତି ଏବଂ ଦଳ ଗଠନ ଅଭ୍ୟାସ ସହିତ ଭାରସାମ୍ୟ ରକ୍ଷା କରିବାକୁ କଠିନ ପରିଶ୍ରମ କରୁଛନ୍ତି । ତେବେ ଏଥର ଘରୋଇ ମାଟିରେ ବିଶ୍ବକପ୍‌ ଟ୍ରଫି ଜିତିବା ସୌଭାଗ୍ୟର ବିଷୟ ହେବ ବୋଲି ସେ ଏହି ପ୍ରେସ୍‌ମିଟ୍‌ରେ କହିଛନ୍ତି ।

ସେ କହିଛନ୍ତି, "ଏକ ବିଶ୍ବକପ ଦଳର ଅଧିନାୟକ ହେବା ଏକ ଗୌରବର ବିଷୟ । ମୁଁ ଗୋଟିଏ ଅସଫଳ ଦଳର ଅଂଶ ହେବାକୁ ଚାହିଁବିନି । ହତାଶା ଅନେକ ଆଶଙ୍କା ସୃଷ୍ଟି କରିପାରେ । ସଫଳତା ପାଇଁ ଭୋକ ରହିବା ଭଲ କଥା । କିନ୍ତୁ ମ୍ୟାଚ୍ ଜିତିବା ଏବଂ ଟ୍ରଫି ଉଠାଇବା ପାଇଁ ଦଳରେ ଏକ ସନ୍ତୁଳନ ସୃଷ୍ଟି କରିବା ଆବଶ୍ୟକ । ଆମ ସପକ୍ଷରେ ଏସବୁ ଉପରେ କିପରି କାର୍ଯ୍ୟ କରିବାକୁ ଆମେ ଜାଣୁ । ଏବଂ କିଛି ଆମକୁ ଭଗବାନଙ୍କ ନିକଟରେ ଛାଡିବାକୁ ପଡିବ, କାରଣ ଭାଗ୍ୟ ସବୁବେଳେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଆମ ଦଳ ଏବଂ ଖେଳାଳିଙ୍କ ଦକ୍ଷତା ବିଷୟରେ ଆମେ ସମ୍ପୂର୍ଣ୍ଣ ଆଶ୍ବସ୍ତ ଅଛୁ । ଅତୀତରେ ଆମେ କଣ କରିଛୁ ଏବଂ କେଉଁ ପ୍ରକାର କ୍ରିକେଟ୍ ଖେଳିଛୁ ସେଥିରେ କିଛି ଫରକ ପଡ଼ିବ ନାହିଁ । ଏବେ ଆମକୁ ଭଲ କ୍ରିକେଟ୍ ଖେଳିବା ଆବଶ୍ୟକ । ଅଷ୍ଟ୍ରେଲୀୟ ଖେଳାଳିମାନେ କିପରି ଖେଳିବାକୁ ହୁଏ ଜାଣନ୍ତି । ଆମକୁ ପିଚ୍ ଦେଖି କିପରି ଖେଳିବୁ, ତାହା ଆକଳନ କରିବାକୁ ପଡିବ । ଆମକୁ ଲାଇନ ଓ ଲେନ୍ଥକୁ ବିଚାର କରି ସଟ୍‌ ଗୁଡିକୁ ଖେଳିବାକୁ ପଡିବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଚେପକ୍‌ରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଭାରତ, ଏମିତି ରହିଛି ପିଚ୍‌ ସ୍ଥିତି

ସେ ଆହୁରି କହିଛନ୍ତି, "ଚେପକ୍‌ର ପିଚ୍‌ ବହୁତ ପରିବର୍ତ୍ତନଶୀଳ । ଆମେ ପିଚ୍‌ ଏବଂ ପରିବେଶ ଉପରେ ଆଧାର କରି ଆମର ରଣନୀତି ବିଷୟରେ ବିଚାର କରିବାକୁ ପଡିବ । ଚେନ୍ନାଇରେ ପ୍ରତ୍ୟେକ ଦିନର ଖେଳ ନୂଆ ଭଳି ଲାଗେ ଏବଂ ପ୍ରତିଦିନ ଏଠାରେ କିଛି ପରିବର୍ତ୍ତନ ହୁଏ ।" ମ୍ୟାଚର ଚାପ ବିଷୟରେ ରୋହିତ ଶର୍ମା କହିଛନ୍ତି, "ପ୍ରତ୍ୟେକ ବଡ ଟୁର୍ଣ୍ଣାମେଣ୍ଟରେ ଚାପ ରହିଥାଏ । କିନ୍ତୁ ଆମେ ଜାଣୁ ଚାପକୁ କିପରି ମୁକାବିଲା କରାଯିବ, ତାହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ । ଆମେ ସମସ୍ତେ ବହୁତ କ୍ରିକେଟ୍ ଖେଳିଛୁ ଏବଂ ପରିସ୍ଥିତି ଜାଣିଛୁ । କ୍ରିକେଟ୍ ପଡ଼ିଆରେ ଚାପକୁ କିପରି ନିୟନ୍ତ୍ରଣ କରାଯିବ ତାହା ଆମେ ଶିଖିଛୁ । ଚାପ ନିୟନ୍ତ୍ରଣ ପାଇଁ ପାଇଁ ଆମକୁ ସବୁବେଳେ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ପଡିବ । ଆମକୁ କେବଳ ଖେଳ ଉପରେ ଧ୍ୟାନ ଦେବାକୁ ପଡିବ । ମୁଁ ଦଳକୁ କହୁଛି ଗତକାଲି ଯାହା ଘଟିଛି ତାହା ନୁହେଁ ବରଂ ଆସନ୍ତାକାଲି କଣ ହେବ ତାହା ଉପରେ ଧ୍ୟାନ ଦିଅନ୍ତୁ ।"

ରୋହିତ ଆଗକୁ କହିଛନ୍ତି, "ଜଣେ ବ୍ୟାଟର ଭାବରେ ମୁଁ ଭଲ ଆରମ୍ଭ କରିବାକୁ ଚାହିଁବି ଏବଂ ମୋ କାନ୍ଧରେ କଠିନ କାର୍ଯ୍ୟ କରିବାର ଦାୟିତ୍ବ ଗ୍ରହଣ କରିବି । ଘରୋଇ ଅବସ୍ଥା ଦଳକୁ ବିଶେଷ ଫାଇଦା ହେବନି, କାରଣ ଅନେକ ଦଳ ଆଇପିଏଲ୍‌ ଓ ଦ୍ବିପାକ୍ଷିକ ସିରିଜରେ ଭାରତୀୟ ପରିସ୍ଥିତିରେ ଅନେକ କ୍ରିକେଟ୍ ଖେଳିଛନ୍ତି । କୌଣସି ଦଳ ପାଇଁ ପରିସ୍ଥିତି ଗୁରୁତ୍ବପୂର୍ଣ୍ଣ ହେବ ନାହିଁ । ଆପଣଙ୍କୁ କେବଳ ଭଲ ଖେଳିବାକୁ ପଡିବ, ତାହେଲେ ଯାଇ ଆପଣ ଭଲ ରେଜଲ୍ଟ ପାଇବେ ।" ତେବେ ରୋହିତଙ୍କ ପାଇଁ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ସବୁଠାରୁ ବଡ଼ ବିଶ୍ବକପ୍‌ ହେବାକୁ ଯାଉଛି । ଆଗାମୀ ବିଶ୍ବକପ୍‌ ସମୟରେ ତାଙ୍କୁ ୪୦ ବର୍ଷ ବୟସ ହୋଇଥିବ । ତେଣୁ ଏହା ତାଙ୍କର ଶେଷ ବିଶ୍ବକପ୍‌ । ସେହିଭଳି ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ ବୋଲି ବିବେଚନା କରୁଥିବା ବିରାଟ କୋହଲିଙ୍କ ପାଇଁ ମଧ୍ୟ ଏହା ଶେଷ ବିଶ୍ବକପ୍‌ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details