ବେଙ୍ଗାଲୁରୁ: ସେମି ଫାଇନାଲ ରାଉଣ୍ଡ ନିକଟ ହେଉଛି । ସେମିରେ ସ୍ଥାନ ପକ୍କା କରିବାକୁ ଦଳ ମଧ୍ୟରେ ଜୋରଦାର ହେବାକୁ ଲାଗିଲାଣି । ଆସନ୍ତାକାଲି (ଶନିବାର) ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ 35ତମ ଲିଗ ମ୍ୟାଚ ଖେଳାଯିବ । ସେମି ଟିକେଟ ପାଇଁ ବେଙ୍ଗାଲୁରୁରେ ପାକିସ୍ତାନକୁ ହରାଇବାକୁ ଲକ୍ଷ୍ୟ ରଖିଛି କ୍ବିୱି ଦଳ । ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଯେବେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଖେଳିବ । ଦୁଇ ଦଳ ମଧ୍ୟରେ ଏକ ଟକ୍କର ହେବ । ନ୍ୟୁଜିଲାଣ୍ଡ 7ଟି ମ୍ୟାଚରୁ 4ଟି ଜିତି ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ 7ଟି ମ୍ୟାଚରୁ 3ଟି ଜିତି ପଞ୍ଚମ ସ୍ଥାନରେ ରହିଛି ।
ବେଙ୍ଗାଲୁରୁରେ ଏକ କଡ୍ଡା ଟକ୍କର ଦେଖିବାକୁ ମିଳିବ । ପଏଣ୍ଟ ଟେବୁଲ ଚତୁର୍ଥ ସ୍ଥାନରେ ରହିଥିବା କିୱି ଦଳର ଲକ୍ଷ୍ୟ ଗୋଟିଏ ରହିବ ପାକିସ୍ତାନକୁ ପରାସ୍ତ କରିବା । ଦଳର ରାଚିନ ରବିନ୍ଦ୍ର ଫୁଲ ଫର୍ମରେ ରହିଛନ୍ତି । 7ଟି ମ୍ୟାଚରେ ସେ 415ରନ କରିଛନ୍ତି । ଡ୍ୟାରୀ ମିଚେଲ 346 ରନ କରିଛନ୍ତି । ଦଳରେ ଯଥେଷ୍ଟ ଦକ୍ଷ ଖେଳାଳି ରହିଛନ୍ତି । ପାକିସ୍ତାନକୁ ହରାଇ ସେମିରେ ସ୍ଥାନ ପକ୍କା କରିବା ନେଇ ଦଳ ପାଖରେ ସୁଯୋଗ ରହିଛି ।