ଚେନ୍ନାଇ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଚଳିତ ସଂସ୍କରଣରେ ଆଜି 16ତମ ଲିଗ୍ ମ୍ୟାଚ୍ ଖେଳାଯିବ । ଏଥିରେ ନ୍ଯୁଜିଲାଣ୍ଡ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ନ୍ୟୁଜିଲାଣ୍ଡ ଚତୁର୍ଥ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ବିପର୍ଯ୍ୟୟ ଘଟାଇ ବିଜୟଖାତା ଖୋଲିଥିବା ଆଫଗାନିସ୍ତାନ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବ ଉତ୍ସାହ ଦେଖିବାକୁ ମିଳିଛି ।
ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ:2019 ବିଶ୍ବକପ ରନର୍ସଅପ୍ ନ୍ୟୁଜିଲାଣ୍ଡ୍ ଚଳିତ ସଂସ୍କରଣରେ ଏଯାବତ ଅପରାଜେୟ ରହିଛି । ଦଳ 3ଟି ମ୍ୟାଚ୍ ଖେଳି 3ଟି ଯାକ ମ୍ୟାଚ୍ରେ ଜବରଦସ୍ତ ବିଜୟ ହାସଲ କରିଛି । ଦଳ ନିଜର ଦକ୍ଷତା ଦେଖାଇବା ସହି ସେମିଫାଇନାଲ ଦାବିଦାର ଭାବେ ପ୍ରମାଣ ଦେଇଛି । ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛି । ଦଳରେ ଆହତ ସମାସ୍ୟା ରହିଛି । ଅଧିନାୟକ କେନ ୱିଲିମୟସନ ଆହତ ହୋଇଛନ୍ତି ତାଙ୍କ ସ୍ଥାନରେ ଟମ ଲାଥମ ଦଳର ନେତୃତ୍ବ ନେବେ । ଦଳ ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଆଜି ୱିଲ ୟଙ୍ଗ ଓପନ କରିବେ ।
2019 ବିଶ୍ବକପ୍ ରନର୍ସଅପ୍ ନ୍ୟୁଜିଲାଣ୍ଡ ଚଳିତ ସଂସ୍କରଣରେ ଏଯାବତ ଅପରାଜେୟ ରହିଛି । ଦଳ 3ଟି ମ୍ୟାଚ୍ ଖେଳି 3ଟି ଯାକ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି । ଦଳ ନିଜର ଦକ୍ଷତା ଦେଖାଇବା ସହି ସେମିଫାଇନାଲ୍ ଦାବିଦାର ଭାବେ ପ୍ରମାଣ ଦେଇଛି । ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛି । ଦଳରେ ଆହତ ସମାସ୍ୟା ରହିଛି । ଅଧିନାୟକ କେନ୍ ୱିଲିମୟସନ ଆହତ ହୋଇଛନ୍ତି ତାଙ୍କ ସ୍ଥାନରେ ଟମ୍ ଲାଥମ ଦଳର ନେତୃତ୍ବ ନେବେ । ଦଳ ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଆଝି ୱିଲ ୟଙ୍ଗ ଓପନ କରିବେ ।