ଓଡିଶା

odisha

ETV Bharat / sports

Cricket World Cup 2023: ୨୨୩ରେ ଅଟକିଲା ନେଦରଲାଣ୍ଡ୍ସ, ବିଜୟଧାରା ଜାରି ରଖିଲା ନ୍ୟୁଜିଲାଣ୍ଡ - କ୍ରମାଗତ ଦ୍ବତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ପରାଜିତ

ବିଶ୍ବକପ୍‌ ୨୦୨୩ରେ ବିଜୟର ଧାରା ଜାରି ରଖିଲା ନ୍ୟୁଜିଲାଣ୍ଡ । ନେଦରଲାଣ୍ଡ୍ସର କ୍ରମାଗତ ଦ୍ବିତୀୟ ପରାଜୟ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । ଜବାବରେ ୨୨୩ ରନରେ ସମସ୍ତ ୱିକେଟ୍‌ ହରାଇଛି ନେଦରଲାଣ୍ଡ୍ସ । ଅଧିକ ପଢ଼ନ୍ତୁ

୯୯ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ
୯୯ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

By ETV Bharat Odisha Team

Published : Oct 9, 2023, 9:39 PM IST

Updated : Oct 9, 2023, 10:10 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ବିଜୟର ଖାତା ଖୋଲିପାରିଲାନି ନେଦରଲାଣ୍ଡ୍ସ । କ୍ରମାଗତ ଦ୍ବତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ପରାଜିତ ହୋଇଥିବାବେଳେ ସେପଟେ ବିଜୟର ଧାରା ଜାରି ରଖିଛି ନ୍ୟୁଜିଲାଣ୍ଡ । ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଚଳିତ ସଂସ୍କରଣରେ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିବା ପାଇଁ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା । ଜବାବରେ ରନରେ ସମସ୍ତ ୱିକେଟ୍‌ ହରାଇଛି ନେଦରଲାଣ୍ଡ୍ସ । ଫଳରେ ରନ୍‌ରେ ଚଳିତ ସଂସ୍କରଣରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆହ୍ବାନ କରିଥିଲା ନେଦରଲାଣ୍ଡ୍ସ । ତେବେ ପ୍ରଥମେ ବ୍ୟାଟିଂ କରିବା ସୁଯୋଗର ବେଶ ଫାଇଦା ଉଠାଇଥିଲା କିୱି ଦଳ । ଦଳ ପକ୍ଷରୁ ଓପନର ଡେଭନ କନୱେ ଓ ୱିଲ ୟଙ୍ଗ୍‌ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୬୭ ରନ ଯୋଡ଼ିଥିଲେ । ଏହି ସମୟରେ ୩୦ ରନ କରିଥିବା କନୱେ ପାଭିଲିୟନ ଫେରିଯାଇଥିଲେ । ଏହାପରେ ରଚିନ ରବୀନ୍ଦ୍ରଙ୍କ ସହ ମିଶି ଦଳୀୟ ଖାତାକୁ ଆଗକୁ ନେଇଥିଲେ ୟଙ୍ଗ୍‌ । ସେ ୨୬.୧ ଓଭରରେ ୭୦ ରନ କରି ଆଉଟ୍‌ ହୋଇଯାଇଥିଲେ । ଅନ୍ୟପଟେ ରଚିନ ୫୧ ରନର ପାଳି ଖେଳି ଆଉଟ୍‌ ହୋଇଥିଲା । ଶେଷରେ ଟମ୍‌ ଲାଥମ ବେଶ ଚମତ୍କାର ପାଳି ଖେଳି ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେରାଇଲ ମିଚେଲ ୪୮, ସାଣ୍ଟନର ଅପରାଜିତ ୩୬, ମ୍ୟାଟ୍‌ ହେନରୀ ଅପରାଜିତ ୧୦ ଓ ଗ୍ଲେନ୍‌ ଫିଲିପ୍ସ ଏବଂ ଚାପମ୍ୟାନ୍‌ ୪ ଓ ୫ ରନ ଲେଖାଏଁ ସ୍କୋର କରିଥିଲେ । ଶେଷରେ ଦଳ ୩୨୨ ରନରେ ପାଳି ଶେଷ କରିଥିଲା ।

ନେଦରଲାଣ୍ଡ୍ସ ବୋଲିଂ: ନେଦରଲାଣ୍ଡ୍ସ ପକ୍ଷରୁ ଆର୍ଯାନ ଦତ୍ତ, ଭାନ ମିକେରେନ ଓ ଭାନ୍‌ ଡେର୍‌ ମେର୍‌ୱେ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ବେସ୍‌ ଡିଲାଏଡ୍‌ ଗୋଟିଏ ୱିକେଟ ଅକ୍ତିଆର କରିଥିବାବେଳେ ଅନ୍ୟ କୌଣସି ବୋଲରଙ୍କୁ ସେଭଳି ସଫଳତା ମିଳିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ ମୁକାବିଲା, ଖେଳିବେନି କେନ୍‌ ୱିଲିୟମସନ୍‌

ନେଦରଲାଣ୍ଡ୍ସ ବ୍ୟାଟିଂ: ଏହାପରେ ୩୨୩ ରନର ବଡ଼ ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ନେଦରଲାଣ୍ଡ୍ସକୁ ଓପନର ସେଭଳି ଭଲ ଆରମ୍ଭ ଦେଇନଥିଲେ । ବୀକ୍ରମଜିତ ସିଂହ ୧୨ ଓ ମାକ୍ସ ଓଡ୍‌ୱଡ୍‌ ୧୬ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ କଲିନ୍‌ ଆକେର୍‌ମ୍ୟାନ୍‌ ପରିସ୍ଥିତିକୁ ବୁଝି ବିଚାରି ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟେ ବ୍ୟାଟରମାନେ ୱିକେଟ୍‌ ବଞ୍ଚାଇବା ପାଇଁ ସଙ୍ଘର୍ଷ କରିଥିଲେ । ଆକେର୍‌ମ୍ୟାନ୍‌ ଦଳ ପାଇଁ ସର୍ବାଧିକ ୭୩ ବଲରୁ ୫ ଚୌକା ବଳରେ ୬୯ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସ୍କଟ୍‌ ଏଡୱାଡ୍ସ (୩୦)ଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟର ୩୦ ରନ୍‌ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ୪୬.୩ ଓଭରରେ ୨୨୩ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଛି । ଚଳିତ ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି ନେଦରଲାଣ୍ଡ୍ସ ।

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍‌ ସାଣ୍ଟନର ୫ ୱିକେଟ୍‌ ସଫଳତା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ମ୍ୟାଟ୍‌ ହେନରୀ ମଧ୍ୟ ୩ ୱିକେଟ୍‌ ସହ ବେଶ ଆକର୍ଷଣୀୟ ବୋଲିଂ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଚିନ ରବୀନ୍ଦ୍ର ଗୋଟିଏ ୱିକେଟ୍‌ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 9, 2023, 10:10 PM IST

ABOUT THE AUTHOR

...view details