ହାଇଦ୍ରାବାଦ:ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ର ନବମ ମ୍ୟାଚ ପାକସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କାକୁ 6ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ମହମ୍ମଦ ରିଜୱାନ ଶ୍ରୀଲଙ୍କା ବିପକ୍ଷରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅପରାଜିତ 131 ରନ କରିଥିଲେ । ଏହା ପରେ ପାକିସ୍ତାନ ଏକ ନୂଆ ରେକର୍ଡ ବୁକ୍ରେ ପ୍ରବେଶ କରିଛି । ଅକ୍ଟୋବର 5ରୁ ଆରମ୍ଭ ହୋଇଥିବା ବିଶ୍ବକପ 2023ରେ ଏଯାବତ ବିଶ୍ବକପର 9ଟି ମ୍ୟାଚ ଖେଳାଯାଇଛି । କିଛି ବ୍ୟାଟିଂ ରେକର୍ଡ ସ୍ଥାପନା ହୋଇଥିବା ବେଳେ ଆଉ ନୂଆ ରେକର୍ଡ ସୃଷ୍ଟି ହୋଇଛନ୍ତି । ନଜର ପକାନ୍ତୁ ସେହି ରେକର୍ଡ ଉପରେ ।
1. ନୂଆଦିଲ୍ଲୀର ଅରୁଣ ଡେଟଲୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ବିପକ୍ଷରେ 428 ରନ କରିଥିଲା । ଏହା ବିଶ୍ବକପରେ ସର୍ବାଧିକ ଦଳୀୟ ସ୍କୋର।
2.ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରମ ବିଶ୍ବକପ ଲିଗ୍ ମ୍ୟାଚରେ ଦ୍ରୁତତମ ଶତକ ହାସଲ କରିଥିଲେ । ମାତ୍ର 49 ବଲରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଥିଲେ ।
3.ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଯାହାକୁ ଦକ୍ଷିଣ ଆଫ୍ରିକା ଜିତିଥିଲା । ଏଥିରେ ଏକ ରେକର୍ଡ ହେଇଛି । ଏହି ମ୍ୟାଚରେ ବିଶ୍ବକପରେ ସର୍ବାଧିକ ମୋଟ 754 ରନ ହୋଇଥିଲା ।
4. ପାକିସ୍ତାନ ସବୁଠୁ ବଡ଼ ବିଶ୍ବକପ ରନ ଟାର୍ଗେଟ ହାସଲ କରିଥିଲା । 345 ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ । ଏହାପୂର୍ବରୁ 2011 ବିଶ୍ବକପରେ ଅୟାର୍ଲାଣ୍ଡ, ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚରେ 328ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା ।
5. ବିଶ୍ବକପରେ ପାକିସ୍ତାନ ବନାମ ଶ୍ରୀଲଙ୍କା ପ୍ରଥମ ମ୍ୟାଚ ଯେଉଁଥିରେ ଦୁଇ ଦଳର 4 ଜଣ ପ୍ଲେୟାର ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କାର ସମରବିକ୍ରମ ଓ କୁଶଳ ମେଣ୍ଡିସ ଶତକ ହାସଲ କରିଥିବା ବେଳେ ପାକିସ୍ତାନର ମହମ୍ମଦ ରିଜୱାନ ଓ ଅବଦୁଲ ଶାଫକ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ରେ 3ଜଣ ଖେଳାଳି ଶତକ ଅର୍ଜନ କରିଥିଲେ । ସେଥିରେ କ୍ବିଣ୍ଟନ୍ ଡିକକ୍, ଆଡେନ ମାର୍କ୍ରମ ଓ ରାଲ ଭେନ ଡେର ଦୁସାନଙ୍କ ଏହି ରେକର୍ଡ କରିଥିଲେ ।