ଲକ୍ଷୌ:ବିଶ୍ବକପ 2023ରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ବୋଲରଙ୍କ ଘାତକ ବୋଲିଂ ବଳରେ ଭାରତ ଏଯାବତ ଅପରାଜେୟ ରହିଛି । 3ଟି ବଡ ଦଳକୁ 200 ରନ କରିବାରୁ ଅଟକାଇଛି । ଅଷ୍ଟ୍ରେଲିଆକୁ 199, ପାକିସ୍ତାନକୁ 192 ଓ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡକୁ 129 ରନରେ ଅଟାକାଇ ଦେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମହମ୍ମଦ ସାମି 7 ଓଭର ବୋଲି କରି 22 ରନ ଦେଇ 4 ୱିକେଟ ହାସଲ କରିଥିଲେ । ବେୟାରଷ୍ଟୋ, ଷ୍ଚୋକ୍ସ, ଅଲି ଓ ରସିଦଙ୍କୁ ପାଭିଲିୟନ ପଠାଇଥିଲେ ମହମ୍ମଦ ସାମି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ସେ 5ଟି ୱିକେଟ ନେଇଥିଲେ । 4 ୱିକେଟ ସଫଳତା ପରେ ସାମି ଏକ ରେକର୍ଡ କରିଛନ୍ତି । ବିଶ୍ବକପରେ ସବୁଠୁ ଅଧିକ 4 ୱିକେଟ ନେଇଥିବା ମିଚେଲ ଷ୍ଟାର୍କଙ୍କ ବରାବର ହୋଇଛନ୍ତି ।
ମିଚେଲ ଷ୍ଟାର୍କ ବିଶ୍ବକପରେ 6 ଥର 4 ୱିକେଟ ହାସଲ କରିଥିଲେ । ମହମ୍ମଦ ସାମି ନ୍ୟୁଜିଲାଣ୍ଡ ବିପକ୍ଷରେ 5 ୱିକେଟ ଓ ଇଂଲଣ୍ଡ ବିପକ୍ଷରେ 4 ୱିକେଟ ନିଜ ନାମରେ କରିଛନ୍ତି । ମିଚେଲ ଷ୍ଟାର୍କ 24 ମ୍ୟାଚରେ 6 ଥର 4ଟି ୱିକେଟ ନେଇଥିଲେ । ମହମ୍ମଦ ସାମି 11 ମ୍ୟାଚ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି । ଯଦି ସାମି ଆଉ ଥରେ ଏହି ପରି ସଫଳତା ହାସଲ କରି ନିଅନ୍ତୁ ତେବେ ସବୁଠୁ ଅଧିକ ଥର 4 ୱିକେଟ ନେବା ବୋଲର ହୋଇଯିବେ । ଦିନିକିଆ ଇତିହାସରେ ଅଧିକ ଥର 4 ୱିକେଟ ନେବାରେ ମହମ୍ମଦ ସାମି ଅଜିତ ଅଗରକରଙ୍କୁ ପଛରେ ପକାଇ ଦେଇଛନ୍ତି । ଅଗରକର 144ଟି ମ୍ୟାଚରେ 12 ଥର 4ଟି ୱିକେଟ ହାସଲ କରିଥିଲେ । ମହମ୍ମଦ ସାମି 95 ମ୍ୟାଚରେ 13 ଥର 4ଟି ୱିକେଟ ଅକ୍ତିଆର କରିଛନ୍ତି । ଅନୀଲ କୁମ୍ବଲେ 210 ମ୍ୟାଚ ଖେଳି 10ଥର 4ଟି ୱିକେଟ ହାସଲ କରିଥିଲେ ।
ଏହା ବି ପଢନ୍ତୁ...World Cup 2023: ଘରୋଇ ଗ୍ରାଉଣ୍ଡରେ ଚମକିଲେ ଚାଇନାମ୍ୟାନ କୂଳଦୀପ