ଓଡିଶା

odisha

ETV Bharat / sports

Cricket World Cup 2023: ଭାରତକୁ ହରାଇବା ସହଜ ନୁହେଁ କହିଲେ ସାଣ୍ଟ୍‌ନର - ବିଶ୍ବକପ୍‌ ୨୦୨୩

ରବିବାର ପରସ୍ପରକୁ ଭେଟିବେ ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ଏହା ପୂର୍ବରୁ ବଡ଼ ବୟାନ ଦେଇଛନ୍ତି କିୱି ଦଳର ଷ୍ଟାର ସ୍ପିନର ମିଚେଲ୍‌ ସାଣ୍ଟ୍‌ନର । ଭାରତକୁ ହରାଇବା ସହଜ ନୁହେଁ ବୋଲି କହିଛନ୍ତି ସାଣ୍ଟ୍‌ନର । ଅଧିକ ପଢ଼ନ୍ତୁ

ଭାରତକୁ ହରାଇବା ସହଜ ନୁହେଁ କହିଲେ ସାଣ୍ଟ୍‌ନର
ଭାରତକୁ ହରାଇବା ସହଜ ନୁହେଁ କହିଲେ ସାଣ୍ଟ୍‌ନର

By ETV Bharat Odisha Team

Published : Oct 20, 2023, 10:57 PM IST

ହାଇଦ୍ରାବାଦ: କ୍ରକେଟ୍‌ ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ କେବଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଅପରାଜିତ ରହିଛନ୍ତି । ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବାବେଳେ ସେ ସବୁ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ରେସ୍‌ରେ ଆଗରେ ରହିଛନ୍ତି । ନେଟ୍‌ ରନ୍‌ ରେଟ୍‌କୁ ହିସାବ କଲେ +୧.୯୨୩ ରନ୍‌ ରେଟ୍‌ ସହ ପଏଣ୍ଟ୍ସ ଟେବୁଲର ଶୀର୍ଷରେ ନ୍ୟୁଜିଲ୍ୟାଣ୍ଡ ରହିଥିବାବେଳେ +୧.୬୫୯ ରନ୍‌ ରେଟ୍‌ ସହ ଦ୍ବିତୀୟରେ ରହିଛି ଭାରତ । ତେବେ ଏହି ଦୁଇ ଅପରାଜିତ ଦଳ ଆଗାମୀ ଅକ୍ଟୋବର ୨୨ ତାରିଖ (ରବିବାର) ଧର୍ମଶାଳାରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ରେ ଗୋଟିଏ ଦଳକୁ ବିଶ୍ବକପ୍‌ ୨୦୨୩ର ପ୍ରଥମ ପରାଜୟ ମିଳିବ । ତେବେ ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଷ୍ଟାର ସ୍ପିନର ମିଚେଲ୍‌ ସାଣ୍ଟ୍‌ନରଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ଭାରତକୁ ପରାସ୍ତ କରିବା କଷ୍ଟକର ବୋଲି କହିଛନ୍ତି ସାଣ୍ଟ୍‌ନର ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାଣ୍ଟ୍‌ନର କହିଛନ୍ତି, "ନ୍ୟୁଜିଲ୍ୟାଣ୍ଡ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରିଆସିଛି । ଆମ ଦଳର ଖେଳାଳିମାନେ ନିଜକୁ ଭାରତୀୟ ପରିବେଶ ସହ ଖାପ ଖୁଆଇବାକୁ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଭାରତୀୟ ଦଳ ଘରୋଇ ପରିବେଶରେ ବିଶ୍ବକପ୍‌ ଖେଳୁଛି । ଏହା ସହିତ ଘରୋଇ ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି । ସେମାନେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତକୁ ପରାସ୍ତ କରିବା ବିପକ୍ଷ ଦଳ ଗୁଡ଼ିକ ପାଇଁ କଷ୍ଟକର । ଏପରିକି ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ସହଜ ନୁହେଁ । ଧର୍ମଶାଳାର ପିଚ୍‌ କିପରି ରହିବ ସେ ସମ୍ପର୍କରେ ଦଳ ପକ୍ଷରୁ ତର୍ଜମା କରାଯିବ ।" ସେହି ଅନୁଯାୟୀ ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସାଣ୍ଟ୍‌ନର ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ପାଣ୍ଡ୍ୟା, ସାମି କିମ୍ବା SKYଙ୍କୁ ମିଳିପାରେ ସୁଯୋଗ

ସେହିଭଳି ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିବାରୁ ତାଙ୍କୁ ଆରମ୍ଭରୁ ଆଉଟ୍‌ କରିବା ଉପରେ ନ୍ୟୁଜିଲାଣ୍ଡ ଦଳ ଗୁରୁତ୍ବ ଦେବ ବୋଲି ସାଣ୍ଟ୍‌ନର କହିଛନ୍ତି । ସେ କହିଛନ୍ତି, "ରୋହିତଙ୍କ ବ୍ୟତୀତ ଭାରତୀୟ ଦଳର ଭେଟେରାନ୍‌ ବ୍ୟାଟର ବିରାଟ କୋହଲି, କେଏଲ୍‌ ରାହୁଲ ଓ ଶୁଭମନ ଗିଲ୍‌ଙ୍କ ପରି ଦକ୍ଷ ବ୍ୟାଟର ରହିଛନ୍ତି । ତେଣୁ ଭାରତକୁ ପରାସ୍ତ କରିବାକୁ ହେଲେ ନ୍ୟୁଜିଲାଣ୍ଡ ଦଳର ବୋଲରଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।" ପ୍ରକାଶ ଯୋଗ୍ୟ ନ୍ୟୁଜିଲ୍ୟାଣ୍ଡ ଦଳ ଚଳିତ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ହରାଇ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ନେଦରଲ୍ୟାଣ୍ଡ୍ସ, ବାଂଲାଦେଶ ଓ ଆଫଗାନିସ୍ତାନକୁ କ୍ରମାଗତ ଭାବେ ପରାସ୍ତ କରିଛି କିୱି ଦଳ । ତେଣୁ ଭାରତ ବିପକ୍ଷ ମ୍ୟାଚ୍‌ ଜିତିବାକୁ ହେଲେ ଦଳକୁ ସମାନ ପ୍ରକାର ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ ବୋଲି ସାଣ୍ଟ୍‌ନର ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details