ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟିଲା,ଆରମ୍ଭ ହୋଇଯାଇଛି ICC ପୁରୁଷ ବିଶ୍ବକପ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇଯାଇଛି । ଚଳିତ ବିଶ୍ବକପରେ ମହାରାଷ୍ଟ୍ରରେ 10 ଟି ଲିଗ ମ୍ୟାଚ ଖେଳାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୀର୍ଘ 27 ବର୍ଷ ପରେ ପୁନେର ବିଶ୍ବକପ ମ୍ୟାଚ ଖେଳାଯିବ । ମହାରାଷ୍ଟ୍ରର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମୋଟ 5ଟି ବିଶ୍ବକପ ମ୍ୟାଚ ଖେଳାଯିବ । ଆସନ୍ତା ଅକ୍ଟୋବର 19 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ସଫଳ ବିଶ୍ବକପ୍ ଆୟୋଜନ ନେଇ ଷ୍ଟାଡିମୟ ପ୍ରସ୍ତୁତ ରହିଛି । ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି MCA ସଭାପତି ରୋହିତ ପାୱାର ।
1996 ମସିହା ବିଶ୍ବକପ ବେଳେ ପୁନେର ଜବାହରଲାଲ ନେହେରୁ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଓ କେନିଆ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହାପରେ 2011 ବିଶ୍ବକପରେ ପୁନେରେ ଗୋଟିଏ ବି ମ୍ୟାଚ୍ର ଆୟୋଜନ କରାଯାଇନଥିଲା । କିନ୍ତୁ ଚଳିତ ଥର MCA ଷ୍ଟାଡିୟମର 5ଟି ବିଶ୍ବକପ୍ ମ୍ୟାଚ ଖେଳାଯିବ ।
- ଅକ୍ଟୋବର 19- ଭାରତ vs ବାଂଲାଦେଶ
- ଅକ୍ଟୋବର 30- ଆଫଗାନିସ୍ତାନ vs ଶ୍ରୀଲଙ୍କା
- ନଭେମ୍ବର 1- ନ୍ୟୁଜିଲାଣ୍ଡvs ସାଉଥ ଆଫ୍ରିକା
- ନଭେମ୍ବର 8- ଇଂଲଣ୍ଡ vs ନେଦରଲାଣ୍ଡ
- ନଭେମ୍ବର 11- ଅଷ୍ଟ୍ରେଲିଆ vs ପାକିସ୍ତାନ
ଏମସିଏ ସଭାପତି ବିଶ୍ବକପ ମ୍ୟାଚ୍ ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି ଯେ, ଦିନ ବେଳା ଷ୍ଟାଡିୟମରେ 5ଟି ମ୍ୟାଚ୍ ଖେଳାଯିବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏଠାରେ ଦର୍ଶକଙ୍କ ପାଇଁ ବସିବା ଓ ପାଣିର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଶୌଚାଳୟ ଏବଂ ପାର୍କିଂରେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶକମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।