ଲକ୍ଷ୍ନୌ:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମକୁ ଆସୁଥିବା ପାଣିରେ ଲୁବଣ ମାତ୍ରା ଅଧିକ ଥିବାରୁ ଏଠାରେ ଲୋ ସ୍କୋରିଂ ହୋଇଥାଏ । ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଏବଂ ଆଇପିଏଲ ମ୍ୟାଚରେ କମ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସମସ୍ୟା ଉପୁଜିଥିଲା । ଆଇପିଏଲ ପରେ ଏହି ଷ୍ଟାଡିୟମ ପିଚରେ ଉନ୍ନତୀ ଅଣାଯାଇଛି । ଏଥର ପିଚରେ 300 ରନ ପାର କରିବ ବୋଲି ଷ୍ଟାଡିୟମ ପରିଚାଳକ ଦାବି କରିଛନ୍ତି । ଅକ୍ଟୋବର 12 ତାରିଖରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ବିଶ୍ବକପ ମ୍ୟାଚ୍ ଖେଳାଯିବ ।
ସମସ୍ତ ଅନୁସନ୍ଧାନ ପରେ ବିଶ୍ବକପ 2023ର 5ଟି ମ୍ୟାଚ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହି ପିଚ ବୋଲରଙ୍କୁ ସୁହାଉ ଥିଲା ମାତ୍ର ବ୍ୟାଟରଙ୍କ ପାଇଁ ସମସ୍ୟା ଥିଲା । ଲୋ ସ୍କୋରିଂ ପିଚ ପାଇଁ ଷ୍ଟାଡିୟମରେ ଅନେକ ପରିବର୍ତ୍ତନ କରାଯାଇଛି । ଏଥରେ ଦଳୀୟ ସ୍କୋର 300 ପାକର କରିବ ବୋଲି ଷ୍ଟାଡିୟମ ପରିଚାଳକ ଦାବି କରିଛନ୍ତି । ଷ୍ଟାଡିୟମ ନିର୍ଦ୍ଦେଶକ ଉଦୟ ସିହ୍ନା କହିଛନ୍ତି, "ପିଚରେ ଯାହା ସମସ୍ୟା ଥିଲା ତାହାର ସମାଧାନ କରାଯାଇଛି । ପ୍ରତି ମ୍ୟାଚରେ 300ରନ ପରେ ସ୍କୋର ହେବା ନିଶ୍ଚିନ୍ତ ।"
ଏହା ବି ପଢନ୍ତୁ...Asian Games 2023: ତିଲକ ବର୍ମାଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ 9 ୱିକେଟରେ ହରାଇ ଫାଇନାଲରେ ଭାରତ