ଓଡିଶା

odisha

ETV Bharat / sports

Cricket World Cup 2023: ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ୫ ବ୍ୟାଟର, ଜାଣନ୍ତୁ କିଏ - ବ୍ରେଣ୍ଡନ ମ୍ୟାକୁଲମ

କ୍ରିକେଟ ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ଯାଉଥିବାବେଳେ ପୂର୍ବରୁ ଏହି ପ୍ରତିଯୋଗିତାରେ ହୋଇଥିବା ଅନେକ ରେକର୍ଡ ବିଷୟରେ ଆଲୋଚନା ଆରମ୍ଭ ହେଲାଣି । ତେବେ ଏଠାରେ ଜାଣନ୍ତୁ ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ୫ ବ୍ୟାଟର କିଏ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ୫ ବ୍ୟାଟର
ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ୫ ବ୍ୟାଟର

By ETV Bharat Odisha Team

Published : Oct 2, 2023, 7:47 PM IST

ହାଇଦ୍ରାବାଦ: କ୍ରିକେଟ ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ଆଉ ଦୁଇଟା ଦିନର ଅପେକ୍ଷା । ଆସନ୍ତା ଅକ୍ଟୋବର ୫ ତାରିଖ (ଗୁରୁବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳି ମହାକୁମ୍ଭ ଅଭିଯାନ ଆରମ୍ଭ କରିବେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ରନର ଅପ୍‌ ନ୍ୟୁଜିଲାଣ୍ଡ । ଯାହାକୁ ନେଇ କ୍ରିକେଟରମାନଙ୍କ ସହିତ କ୍ରିକେଟ ପ୍ରଶଂସକମାନଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଲାଣି । ତେବେ ଟି୨୦ କ୍ରିକେଟ ଉଦ୍ଭାବନ ହେବା ପରଠାରୁ ପ୍ରଶଂସକମାନେ ମୈଦାନରେ କେବଳ ଚୌକା ଓ ଛକାର ବର୍ଷା ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ବିଶ୍ବକପ୍‌ ୨୦୨୩ ପୂର୍ବରୁ ଆମେ ଆପଣଙ୍କୁ ଶ୍ରେଷ୍ଠ ୫ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠାରୁ ଅଧିକ ଛକା ମାରିଛନ୍ତି ।

କ୍ରିସ୍‌ ଗେଲ୍‌: ବିଶ୍ବକପ୍‌ ଇତିହାସରେ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟର ହେଉଛନ୍ତି ୱେଷ୍ଟଇଣ୍ଡିଜର ଧୂଆଁଧାର ବ୍ୟାଟର କ୍ରିସ୍‌ ଗେଲ୍‌ । ବିଶ୍ବକପ୍‌ରେ ସେ ୪୯ ଛକା ମାରି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ଯେତେବେଳେ କୌଣସି ମ୍ୟାଚ୍‌ରେ ସେ ଛକା ବର୍ଷା କରିବା ଆରମ୍ଭ କରିଦିଅନ୍ତି, ବିପକ୍ଷ ଦଳର ବୋଲରମାନଙ୍କ ଲାଇନ-ଲେନ୍ଥ ବିଗାଡ଼ି ଦେଇଥାନ୍ତି । ୨୦୦୩ରୁ ୨୦୧୯ ପର୍ଯ୍ୟନ୍ତ ଗେଲ୍ ୩୫ଟି ବିଶ୍ବକପ୍ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୩୪ ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । ଏଥିରେ ସେ ୯୦.୫୩ ଷ୍ଟ୍ରାଇକ୍ ରେଟ୍‌ରେ ୧,୧୮୬ ରନ୍ ସ୍କୋର କରିଛନ୍ତି ।

ଏବି ଡିଭିଲିୟର୍ସ: ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ସର୍ବାଧିକ ଛକା ମାରିଥିବା ବ୍ୟାଟର ହେଉଛନ୍ତି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟର ଏବି ଡିଭିଲିୟର୍ସ । ସେ ୩୭ ଛକା ମାରି ଏହି ତାଲିକାର ଦ୍ବିତୀୟରେ ରହିଛନ୍ତି । ଡିଭିଲିୟର୍ସ କ୍ରିକେଟ ଜଗତରେ 360 ଡିଗ୍ରୀ ଖେଳାଳି ଭାବରେ ଜଣାଶୁଣା । ସେ ୨୦୦୭ରୁ ୨୦୧୫ ପର୍ଯ୍ୟନ୍ତ ୨୩ଟି ବିଶ୍ବକପ୍ ମ୍ୟାଚ୍ ଖେଳିଥିବାବେଳେ ୨୨ଟି ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । ତେବେ ଡିଭିଲିୟର୍ସ କ୍ରିସ୍ ଗେଲଙ୍କ ଅପେକ୍ଷା କମ୍ ବିଶ୍ବକପ୍ ମ୍ୟାଚ୍ ଖେଳିଛନ୍ତି । ସେ ୧୧୭ର ଷ୍ଟ୍ରାଇକ୍ ରେଟ୍‌ରେ ୧,୨୦୭ ରନ୍ ସଂଗ୍ରହ କରିଛନ୍ତି ।

ରିକି ପଣ୍ଟିଂ: ବିଶ୍ବକପ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମ ତୃତୀୟ ସ୍ଥାନରେ ରହିଛି । ସେ ବିଶ୍ବକପ୍‌ରେ ୩୧ ଛକା ମାରିଛନ୍ତି । ପଣ୍ଟିଂ ୧୯୯୬ରୁ ୨୦୧୧ ପର୍ଯ୍ୟନ୍ତ ମୋଟ ୫ଟି ବିଶ୍ବକପ୍ ଖେଳିଥିଲେ । ଯେଉଁଥିରେ ସେ ୪୨ ଇନିଂସରେ ୭୯.୯୫ ହାରରେ ୧,୭୪୩ ରନ୍ ସ୍କୋର କରିଥିଲେ ।

ବ୍ରେଣ୍ଡନ ମ୍ୟାକୁଲମ: ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟର ବ୍ରେଣ୍ଡନ୍ ମ୍ୟାକୁଲମ୍ ୨୯ ଛକା ମାରିଛନ୍ତି । ସେ ୨୦୦୩ରୁ ୨୦୧୫ ପର୍ଯ୍ୟନ୍ତ ନିଜ ଦଳ ପାଇଁ ବିଶ୍ବକପ୍ ମ୍ୟାଚରେ ଖେଳିଥିଲେ । ସେ ୩୪ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ ୨୭ ଇନିଂସରେ ୧୨୦.୮୪ ହାରରେ ୭୪୨ ରନ୍ ସ୍କୋର କରିଥିଲେ ।

ହର୍ସେଲ ଗିବ୍ସ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର୍ ହର୍ସେଲ ଗିବ୍ସ ବିଶ୍ବକପ୍‌ ମ୍ୟାଚ୍‌ରେ ୨୮ ଛକା ମାରିଛନ୍ତି । ଗିବ୍ସ ତାଙ୍କ ସମୟର ସବୁଠାରୁ ଘାତକ ବ୍ୟାଟରଙ୍କ ମଧ୍ୟରୁ ଜଣେ ଥିଲେ । ସେ ୧୯୯୯ରୁ ୨୦୦୭ ମଧ୍ୟରେ ୨୪ଟି ଦିନିକିଆ ବିଶ୍ବକପ୍ ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୨୩ ଇନିଂସରେ ୮୭.୩୯ ହାରରେ ୧,୦୬୭ ରନ୍ ସ୍କୋର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପରେ କମାଲ କରିପାରନ୍ତି ଏହି 5 ବରିଷ୍ଠ ଖେଳାଳି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details