ପାଟନା:ବିଶ୍ବ ସମେତ ଭାରତ କ୍ରିକେଟ ବିଶ୍ବକପ 2023କୁ ନେଇ ବେଶ ଉତ୍ସାହିତ ରହିଛି । ଏଥରେ ବିହାର ପାଇଁ ବିଶ୍ବକପ ଅଧିକ ସ୍ବତନ୍ତ୍ର । କାରଣ ଏହି ସମ୍ମାନଜନକ ଟୁ୍ର୍ଣ୍ଣାମେଣ୍ଟରେ ୱିକେଟ କିପର ତଥା ବ୍ୟାଟର ଈଶାନ କିଶନ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ପାଟନାବାସୀଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହାରି ଭିତରେ ଇଟିଭି ଭାରତକୁ ସାକ୍ଷାତକାର ନେଇ ଈଶାନଙ୍କ ବିଷୟରେ ଅନେକ ଜଣା ଅଜଣା କଥା କରିଛନ୍ତି ତାଙ୍କ ବାପାମାଆ ।
ସବୁ କ୍ରମରେ ଖେଳିପାରିବେ ଈଶାନ:ବାପାମାଆଙ୍କ ସହ ଈଶାନ ଏକ ଯୌଥ ପରିବାରରେ ରୁହନ୍ତି । ତାଙ୍କର ବଡ଼ ଭାଇ ଓ ଭାଉଜ ଅଛନ୍ତି । ଏଥର ବିଶ୍ବକପରେ ଈଶାନ କିଶନ କେବଳ ଖାଲି ପ୍ରଦର୍ଶନ ନକରନ୍ତୁ ନଭେମ୍ବର 19 ତାରିଖରେ ସେ ବିଶ୍ବକପ ଟ୍ରଫି ଉଠାନ୍ତୁ ବୋଲି ସମସ୍ତେ ଆଶା କରିଛନ୍ତି । ଈଶାନ କିଷନଙ୍କ ବାପା ପ୍ରଣବ ପାଣ୍ଡେ କହିଛନ୍ତି ଈଶାନ ପାଖରେ ଯଥେଷ୍ଟ ଦକ୍ଷତା ରହିଛି ସେ ସବୁ କ୍ରମରେ ନିଜକୁ ଖାପଖୁଆଇ ଭଲ ପ୍ରଦର୍ଶନ ସହ ଖେଳିପାରିବେ ବୋଲି କହିଛନ୍ତି । ପାକିସ୍ତାନ ବିପକ୍ଷରେ ମିଡିଲ ଅର୍ଡରରେ ତାଙ୍କର ଭଲ ପ୍ରଦର୍ଶନ ରହିଥିଲା । କେଏଲ ରାହାଲୁଙ୍କ ସହ ତାଙ୍କର ଏକ ଭଲ ସହଭାଗିତା ରହିଥିଲା । ଈଶାନଙ୍କ ପ୍ରଦର୍ଶନ ମିଡିଲ ଅର୍ଡରରେ ବହୁତ ଭଲ । ସମସ୍ତେ ଜାଣନ୍ତି ସେ ଓପନିଂ କରନ୍ତୁ କିମ୍ବା ମିଡଲ ଅର୍ଡରରେ ଖେଳନ୍ତୁ ସେ ଭଲ ଖେଳିବେ । ସେ ଯେଉଁ କ୍ରମରେ ରହିଲେ ବି ଭଲ ଖେଳିବେ । ଆଇପିଏଲରେ ମଧ୍ୟ ସେ ସବୁ କ୍ରମରେ ଭଲ ଖେଳିବାର ଦକ୍ଷତା ଅଛି ବୋଲି କହିଛନ୍ତି ତାଙ୍କ ବାପା ପ୍ରବୀଣ ପାଣ୍ଡେ ।
ବଡ଼ ସ୍କୋର୍ ପରିସ୍ଥିତି ଉପରେ ନିର୍ଭର କରେ: କଣ ଈଶାନ ଏଥର ଦ୍ବିତୀୟ ଡବଲ ଶତକ ହାସଲ କରିବା ପ୍ରଶ୍ନରେ ତାଙ୍କ ବାପା କହିଛନ୍ତି, ''ଏହା ପରିସ୍ଥିତି ଉପରେ ନିର୍ଭର କରେ । ସେ କେତେ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଉଛନ୍ତି ତାହାକୁ ଦେଖି ଏହା କୁହାଯାଇପାରିବ । ଯଦି ଈଶାନ ମିଡଲ ଅର୍ଡରରେ ବ୍ୟାଟିଂ କରିବାକୁ ଆସନ୍ତି ତେବେ ସେ କେତେବେଳେ ବ୍ୟାଟିଂ କରିବେ କେତେ ଓଭର ସରିଛି କେତେ ଓଭର ବାକି ରହିଛି ସମସ୍ତ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଏହାପରେ ଜଣେ ବ୍ୟାଟର ଜାଣିପାରିବେ ସେ ବଡ଼ ସ୍କୋର ନା ଛୋଟ ସ୍କୋର୍ କରିବ । ତାହା ସବୁ ପରିସ୍ଥିତି ଉପରେ ନିର୍ଭର କରେ । ଏବେ ଏକାଦଶକୁ ନେଇ କିଛି ଅନୁମାନ କରିହେବ ନାହିଁ । ସମସ୍ତ ଖେଳାଳି ଭଲ ଖେଳୁଛନ୍ତି ଏବଂ ଫର୍ମରେ ଅଛନ୍ତି । ବର୍ତ୍ତମାନ କିଛି କହି ହେବନାହିଁ । ଯିଏ ବି ସୁଯୋଗ ପାଇବ ସେ ଭଲ ପ୍ରଦର୍ଶନ କରିବା ଉଚିତ ।''