ପୁନେ:ଆଇସିସି ଦିନିକିଆ ମେଗା ଇଭେଣ୍ଟ୍ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 । ମ୍ୟାଚ୍ ନମ୍ବର 17 । ଭାରତ ବନାମ ବାଂଲାଦେଶ ମଧ୍ୟରେ ଲଢେଇ । କ୍ରିଜ୍ରେ ଅଛନ୍ତି କିଙ୍ଗ୍ କୋହଲି ସାଥୀରେ ଅଛନ୍ତି କେଏଲ ରାହୁଲ । ବିଜୟ ପାଇଁ ବଲ କାଫି ଅଧିକ ଥିଲା । ବଲ ଅନୁସାରେ ରନ୍ କମ ଥାଏ । ସେପଟେ ବିଜୟ ପାଇଁ ଯେତିକି ରନ ଆବଶ୍ୟକ ଥିଲା ବିରାଟଙ୍କୁ ଶତକ ହାସଲ କରିବାକୁ ମଧ୍ୟ ସମାନ ଦରକାର ଥିଲା । ବିରାଟ ଯେଉଁଠି ଅସମ୍ଭବ ସମ୍ଭବ ହୋଇଯାଏ ସେଇଠି । ଫ୍ୟାନ୍ସଙ୍କର ଏହି ଭାବନାକୁ ସତ କରି ଦେଇଥିଲେ । ବିରାଟ 97 ବଲରେ 103 ରନ ହାସଲ କରିଥିଲେ । ଅପରାଜିତ ରହି ଦଳକୁ ବିଜୟୀ କରାଇବା ସହ ଛକା ମାରି ରୋମାଞ୍ଚଭରା ଶତକ ହାସଲ କରିଥିଲେ । ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରିବା ସହ ଭାରତ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି । ବିରାଟ କୋହଲି 49ତମ ଶତକ ସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୨୬ ହଜାର ରନ୍ ସଂଗ୍ରହ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଂଲାଦେଶ ବିପକ୍ଷରେ ଭାରତର ବିଜୟଠୁ ନେଇ ବିରାଟ ଯେଉଁଭଳି ଭାହେ ଶତକ ହାସଲ କରିଛନ୍ତି ତାକୁ ନେଇ ଚର୍ଚ୍ଚା ।
ବିଜୟ ପାଇଁ ଭାରତକୁ 63 ବଲରେ 15 ରନ ଦରକାର ଥିଲା । 40 ଓଭରରେ ନାସୁମ ଅହମ୍ମଦଙ୍କ ବଲ୍ରେ ଗୋଟିଏ ଛକା ମାରି ତାଙ୍କ ବ୍ୟକ୍ତିଗତ ସ୍କୋରକୁ 97ରେ ପହଞ୍ଚାଇଥିଲେ କୋହଲି । ଏହାପରେ ଭାରତକୁ ଜିତିବାକୁ ଆଉ 2 ରନ ଦରକାର ଥିଲା ମାତ୍ର କୋହଲିଙ୍କ ଶତକ ପାଇଁ 3 ରନ ଦରକାର ଥିଲା । ଛକା ମାରି ଦଳକୁ ବିଜୟୀ କରାଇବା ସହ ବିରାଟ ତାଙ୍କ ଶତକ ଅର୍ଜନ କରିଥିଲେ । ବିଜୟର କିଛି ସମୟ ବେଶ ରୋମାଞ୍ଚଭରା ଥିଲା । ଡ୍ରେସିଂ ରୁମ୍ରେ ସାଥୀ ଖେଳାଳି ହସି ହସି ବେଦମ ହୋଇଥିଲେ । ଶେଷରେ ଭାରତ ମ୍ୟାଚ ଜିତିଥିଲା ଆଉ ବିରାଟ ଶତକ ବି ହାସଲ କରିଥିଲେ ।
ଅଧା ରହିଥିଲା ସେହ୍ବାଗଙ୍କ ଶତକ ସ୍ବପ୍ନ: 2010 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଏକ ତ୍ରିକୋଣୀୟ ସିରିଜ ଖେଳୁଥିଲା । ଏଥିରେ ବିରେନ୍ଦ୍ର ସେହ୍ବାଗ ଅପରାଜିତ 99ରନ କରିଥିଲେ । ଶତକ ହାସଲ କରିବାକୁ ସେହ୍ବାଗଙ୍କୁ ମାତ୍ର ଗୋଟିଏ ରନ ବାକିଥିଲା ବିଜୟ ପାଇଁ ମଧ୍ୟ ଗୋଟିଏ ରନ ଦରକାର ଥିଲା । ମାତ୍ର ଶ୍ରୀଲଙ୍କା ବୋଲର ସୁରଜ ରନଦୀବ ଏକ ନୋ ବଲ ପକାଇଥିଲେ । ଏହାକୁ ଛକା ମାରିଥିଲେ ସେହ୍ବାଗ । ଭାରତ ବିଜୟ ହାସଲ କରିଥିଲା ମାତ୍ର ସେହ୍ବାଗ ଶତକ ହାସଲ କରିପାରିନଥିଲେ ।