ଓଡିଶା

odisha

ETV Bharat / sports

World Cup 2023: ଆଜି ଭାରତ-ଦକ୍ଷିଣ ଆଫ୍ରିକା ହାଇଭୋଲ୍ଟେଜ ଲଢେଇ, ଅଷ୍ଟମ ବିଜୟ ଲକ୍ଷ୍ୟରେ ରୋହିତ ସେନା - କ୍ରିକେଟ ବିଶ୍ବକପ 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି ଦୁଇ ଟାଇଟଲ ଦାବିଦାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । କୋଲକାତାର ଇଡେନ ଗାର୍ଡେନରେ ହେବ ହାଇଭୋଲ୍ଟଜ ମ୍ୟାଚ୍‌ । ଅଧିକ ପଢନ୍ତୁ

India vs South Africa match
ଭାରତ ବନାମ ଦକ୍ଷିଣ ଆଫ୍ରିକା

By ETV Bharat Odisha Team

Published : Nov 5, 2023, 11:16 AM IST

କୋଲକାତା: ଲିଗ୍ ପର୍ଯ୍ୟାୟ ମ୍ୟାଚ ସରି ସରି ଆସୁଛି । ସେମିଫାଇନାଲ ନିକଟ ହେଉଛି । ଟକ୍କର କଡ୍ଡା ହେବାରେ ଲାଗିଛି । ସେମି ଫାଇନାରେ ସ୍ଥାନ ପକ୍କା କରିବା ନେଇ ଲଢେଇ ଜୋରଦାର ହେଉଛି । କିଏ ମାରିବ ବାଜି କାହାର କଟିବ ପତ୍ତା ତାକୁ ନେଇ ଆକଳନ ଅନୁମାନ ଜାରି ରହିଛି । ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 37ତମ ଲିଗ ମ୍ୟାଚ ଖେଳାଯିବ । ହାଇଭୋଲ୍ଟେଜ୍‌ ମ୍ୟାଚରେ ପଏଣ୍ଟ ଟେବୁଲର ଦୁଇ ଟପ ଟିମ୍ ଭାରତ ବନାମ ଦକ୍ଷିଣ ଆଫ୍ରକା ମଧ୍ୟରେ ଇଡେନ୍‌ ଗାର୍ଡେନ୍‌ରେ ମୁକାବିଲା ହେବ । ଲଗାତାର ସପ୍ତମ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିବା ସହ ଟେବୁଲ ଟପରେ ଥିବା ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ମ୍ୟାଚ ଜିତି ସେମି ଫାଇନାଲରେ ଜାଗା ପକ୍କା କରିବାକୁ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରକା । ଭାରତୀୟ ବୋଲିଂ ଓ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମଧ୍ୟରେ ଲଢେଇ ହେବ । ଦୁଇ ଦଳ ମଧ୍ୟରେ ଆଜି ଅସଲ ଶକ୍ତି ପରୀକ୍ଷା ହେବ ।

ଭାରତ ବନାମ ଦକ୍ଷିଣ ଆଫ୍ରିକା:ଭାରତ ଏଯାବତ ଅପରାଜେୟ ରହିଛି । ଲଗାତାର ସପ୍ତମ ବିଜୟ ସହ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ କେହି ବି ରୋହିତ ସେନାକୁ ଅଟକାଇ ପାରିନାହାନ୍ତି । ଆଜି ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ । ଟିମ ଇଣ୍ଡିଆରେ ବୋଲିଂ ବିଭାଗ ଶକ୍ତିଶାଳୀ ରହିଛି । ମହମ୍ମଦ ସାମି ଫୁଲ ଫର୍ମରେ ରହିଛନ୍ତି । ସେହିପରି ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବୋଲିଂ କରିଥିଲେ । କୂଳଧଦୀପ ଯାଦବ, ଜାଡେଜା ମଧ୍ୟ ୱିକେଟ ଶିକାର କରିଛନ୍ତି । ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ହେଲେ ଭାରତକୁ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ । ବ୍ୟାଟିଂ ବିଭାଗର ସସମ୍ତ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବ ଭାରତ । ଶୁଭମନ ଗିଲ, ଶ୍ରେୟାସ ଆୟର ଓ ବିରାଟ କୋହିଲିଙ୍କ ଉପରେ ନଜର ରହିବ । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଫର୍ମକୁ ଫେଲ କରିବା ଲକ୍ଷ୍ୟରେ ରହିଛି ରୋହିତ ସେନା ।

ସେହିପରି ଗୋଟିଏ ମ୍ୟାଚରେ ନେଦରଲାଣ୍ଡସଠୁ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ବାକି ସବୁ ମ୍ୟାଚ ଜିତିଛି । ଦଳ ଫୁଲ ଫର୍ମରେ ରହିଛି । ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ବ୍ୟାଟିଂରେ ଦଳ ବେଶୀ ଶକ୍ତିଶାଳୀ ସାବ୍ୟସ୍ୟ ହୋଇଛି । ଭାରତୀୟ ଦଳର ବୋଲିଂ ଓ ଦକ୍ଷିଣ ଆଫ୍ରିକାର ବ୍ୟାଟିଂରେ ଟକ୍କର ହେବ । ବିଶେଷ କରି କ୍ବିଣ୍ଟନ ଡି କକ ଫର୍ମରେ ଅଛନ୍ତି । ସେ 2ଟି ଶତକ ହାସଲ କରିଛନ୍ତି । ଡି କକଙ୍କ ଉପରେ ନଜର ରହିବ ।

5ଥର ମୁହାଁମହିଁ: ଭାରତ 2 ଦକ୍ଷିଣ ଆଫ୍ରିକା 3: ସେମି ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ । ଚଳିତ ବିଶ୍ବକପରେ ଭାରତ ସମେତ ଦକ୍ଷିଣ ଆଫ୍ରିକା ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ଦିନିକିଆ ବିଶ୍ବକପର ଦୁଇଦଳ ପରସ୍ପରକୁ 5ଥର ମୁହାଁମୁହିଁ ହୋଇଛନ୍ତି । ଭାରତ 2ଟି ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା 3ଟି ମ୍ୟାଚ ଜିତିଛି । 3 ଦଶନ୍ଧି ଭିତରେ ଦୁଇ ଦଳ 90ଥର ପରସ୍ପରକୁ ଭେଟିଛନ୍ତି । ଭାରତ 37 ଓ ଦକ୍ଷିଣ ଆଫ୍ରିକା 50ଟି ମ୍ୟାଚ ଜିତିଛି । ରେକର୍ଡ ଦେଖିଲେ ଦକ୍ଷିଣ ଆଫ୍ରିକା ପଲ୍ଲା ଭାରି ରହିଛି । ହେଲେ ଭାରତୀୟ ଦଳ ଯେଉଁ ଭଳି ଫର୍ମରେ ବୋଲର ଯେଉଁଭଳି ଭାବେ ଘାତକ ସାବ୍ୟସ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ସବୁ ଗଣିତ ବିଗାଡି ଦେଇପାରନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଇଡେନ ଗାର୍ଡନରେ ଜୋରଦାର ହେବ କୋହଲିଙ୍କ ବର୍ଥ ଡେ' ସେଲିବ୍ରେସନ୍‌, ଜାଣନ୍ତୁ କଣ ରହିଛି ଆୟୋଜନ

ପିଚ୍ ରିପୋର୍ଟ:ଇଡେନ ଗାର୍ଡେନର ପିଚରେ ଏକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ । ସ୍ପିନର ମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ପିଚ୍‌ରେ ଚିଳତ ବିଶ୍ବକପରେ 2ଟି ମ୍ୟାଚ୍‌ ଖେଳାଯାଇଛି । 1991 ଓ 1993ରେ ଦୁଇ ଦଳ ପରସ୍ପରକୁ ଏଠାରେ 2ଥର ଭେଟିଛନ୍ତି । ଭାରତ ଦୁଇଟି ଯାକ ମ୍ୟାଚ ଜିତିଛି । 2005ରେ ଦକ୍ଷିଣ ଆଫ୍ରିକା ଭାରତକୁ ଏଠାରେ 10 ୱିକେଟରେ ପରାସ୍ତ କରିଥିଲା ।

ଭାରତୀୟ ସମ୍ଭାବ୍ୟ ଦଳ:ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଏକଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ:କ୍ବିଣ୍ଟନ ଡି କକ୍, ତେମ୍ବା ବାଭୁମା (ଅଧିନାୟକ), ରେସି ଭାନ ଡର ଡୁସେନ, ଆଇଡେନ ମାର୍କରାମ, ଡେଭିଡ ମିଲର, ହେନରିକ କ୍ଲାସନ, ମାର୍କୋ ଜାନସେନ, କାଗିସୋ ରାବାଡା, କେଶବ ମହାରାଜ, ଲଙ୍ଗି ଏମଗିଡି, ତ୍ରାବିଜ ସାମସି/ଗୋଲ୍ଡ କୋଏଜି ।

ABOUT THE AUTHOR

...view details