ଓଡିଶା

odisha

ETV Bharat / sports

World Cup 2023: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ - ଭାରତ ବନାମ ଦକ୍ଷିଣ ଆଫ୍ରିକା

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ 34ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଟପ୍‌ ଟିମ୍‌ ଭାରତ ଓ ଦକ୍ଷିଣ ଆଫ୍ରିକା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢ଼ନ୍ତୁ

India vs South Africa match
Cricket World Cup 2023

By ETV Bharat Odisha Team

Published : Nov 5, 2023, 1:43 PM IST

Updated : Nov 5, 2023, 1:51 PM IST

କୋଲକାତା: କ୍ରିକେଟ୍‌ ମହାକମ୍ଭ ବିଶ୍ବକପ 2023 । ମୈଦାନରେ ଦୁଇ ଟପ୍‌ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଛି ମୁକାବିଲା । କୋଲକାତାର ଇଡେନ୍‌ଗାର୍ଡେନରେ ମୁହାଁମୁହିଁ ହୋଇଛନ୍ତି ଅପରାଜେୟ ଭାରତ ଓ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଥିବା ଦକ୍ଷିଣ ଆଫ୍ରିକା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ଭାରତୀୟ ଦଳ ତାର ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଭାରତୀୟ ବୋଲର ଓ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ମଧ୍ୟରେ ଏକ କଡ୍ଡା ଟକ୍କର ହେବ ।

ଏହା ବି ପଢନ୍ତୁ...Cricket World Cup 2023: ଭାରତ ବନାମ ସାଉଥ ଆଫ୍ରିକା ଫାଇଟ, ଶୁଣନ୍ତୁ ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ଭାରତ ଏଯାବତ ଅପରାଜେୟ ରହିଛି । ଲଗାତାର ସପ୍ତମ ବିଜୟ ସହ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ କେହି ବି ରୋହିତ ସେନାକୁ ଅଟକାଇ ପାରିନାହାନ୍ତି । ଆଜି ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ । ଟିମ୍‌ ଇଣ୍ଡିଆରେ ବୋଲିଂ ବିଭାଗ ଶକ୍ତିଶାଳୀ ରହିଛି । ମହମ୍ମଦ ସାମି ଫୁଲ୍‌ଫର୍ମରେ ରହିଛନ୍ତି । ସେହିପରି ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବୋଲିଂ କରିଥିଲେ । କୂଳଦୀପ ଯାଦବ, ଜାଡେଜା ମଧ୍ୟ ୱିକେଟ୍‌ ଶିକାର କରିଛନ୍ତି । ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେବାକୁ ହେଲେ ଭାରତକୁ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ । ବ୍ୟାଟିଂ ବିଭାଗର ସସମ୍ତ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇଛି ଭାରତ । ଶୁଭମନ ଗିଲ୍‌, ଶ୍ରେୟାସ ଆୟର ଓ ବିରାଟ କୋହଲିଙ୍କ ଉପରେ ନଜର ରହିବ । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଫର୍ମକୁ ଫେଲ୍‌ କରିବା ଲକ୍ଷ୍ୟରେ ରହିଛି ରୋହିତ ସେନା ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ଦକ୍ଷିଣ ଆଫ୍ରିକା ହାଇଭୋଲ୍ଟେଜ ଲଢେଇ, ଅଷ୍ଟମ ବିଜୟ ଲକ୍ଷ୍ୟରେ ରୋହିତ ସେନା

ଭାରତୀୟ ଚୂଡ଼ାନ୍ତ ଏକାଦଶ:ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଏକଏଲ ରାହୁଲ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ : କ୍ବିଣ୍ଟନ ଡି କକ୍, ତେମ୍ବା ବାଭୁମା(ଅଧିନାୟକ), ରାସି ଭାନ ଡର ଡୁସେନ (ୱିକେଟ କିପର), ଆଇଡେନ ମାର୍କରାମ, ଡେଭିଡ ମିଲର, ହେନରିକ କ୍ଲାସନ, ମାର୍କୋ ଜାନସେନ, କାଗିସୋ ରାବାଡା, କେଶବ ମହାରାଜ, ଲଙ୍ଗି ଏମଗିଡି, ତ୍ରାବିଜ ସାମସି ।

Last Updated : Nov 5, 2023, 1:51 PM IST

ABOUT THE AUTHOR

...view details