ମୁମ୍ବାଇ:ଅନ୍ତ ହେଲା ହେଲା ଅପେକ୍ଷା । ସେହି ବିଶ୍ବକପ ମୁକାବିଲା । ସେହି ସମାନ ଦଳ । ବଦଳିଛି କେବଳ ବର୍ଷ ଆଉ ଭେନ୍ୟୁ । କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ର ପ୍ରଥମ ସେମିଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଏହି ହାଇଭୋଲ୍ଟେଜ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଚଳିତ ସଂସ୍କରଣରେ ଫୁଲ ଫର୍ମରେ ଥିବା ଭାରତ ଲିଗ ମ୍ୟାଚରେ ଅପରାଜେୟ ରହିଛି । 9ରୁ 9 ମ୍ୟାଚ କ୍ଲିନ ସୁପଇ କରିଛି ଟିମ୍ ଇଣ୍ଡିଆ । ଆଜି ୱାଙ୍ଖଡେରେ ଅନବିଟେବୁଲ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ କଡ୍ଡା ସେମି ମୁକାବିଲା ଦେଖିବାକୁ ମିଳିବ । 2019ର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ଏବେ ବି 140 କୋଟି ଭାରତୀୟ 2019 ବିଶ୍ବକପ ପରାଜୟକୁ ଭୁଲି ନାହାନ୍ତି । ଆଜି ୱାଙ୍ଖଡେ କିୱି ଦଳକୁ ମାତ ଦେଇ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ରୋହିତ ଆଣ୍ଡ କୋ । ସେପଟେ ନ୍ୟୁଜିଲାଣ୍ଡ ଭାରତକୁ ହରାଇବାକୁ ପ୍ରୟାସ କରିବ । ଅଧିକ ରିସ୍କ ନେଇ ଖେଳ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ କିୱି ଦଳ । ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ 9ଟି ମ୍ୟାଚରୁ 5ଟି ଜିତି 10 ପଏଣ୍ଟ ହାସଲ କରିଥିଲା । ଚତୁର୍ଥ ଦଳ ଭାରେ ସେମି ଫାଇନାଲରେ ପ୍ରବେଶ କରିଥିଲା ।
ଏହା ବି ପଢନ୍ତୁ...World Cup 2023: ରିପିଟ ହେବନି 2019 ଘଟଣା, ରିଭେଞ୍ଜ ନେବ ରୋହିତ ଆଣ୍ଡ କୋ