ଓଡିଶା

odisha

ETV Bharat / sports

World Cup 2023: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ସାମି-SKY

ବିଶ୍ବକପ 2023ରେ ଆଜି 21 ତମ ଲିଗ ମ୍ୟାଚରେ ଧର୍ମଶାଳାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 22, 2023, 1:44 PM IST

Updated : Oct 22, 2023, 1:54 PM IST

India vs Newzealand Toss
Cricket World Cup 2023

ଧର୍ମଶାଳା: ଆଇସିସି କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି 21 ତମ ଲିଗ ମ୍ୟାଚ ଆରମ୍ଭ ହୋଇଛି । ସୁପର ସନଣ୍ଡେରେ ମହାମୁକାବିଲା ଆରମ୍ଭ ହୋଇଛି । ଦୁଇ ଟପ୍ ଚିମ ମଧ୍ୟରେ ଆରମ୍ଭ ହୋଇଛି ଫାଇଟ । ଚଳିତ ବର୍ଷ ବିଶ୍ବକପରେ ଏଯାବତ ଶକ୍ତିଶାଳୀ ସାବ୍ଯସ୍ତ ହୋଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡା ଟକ୍କର ହେବ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିଛି । ସେହିପରି ବ୍ୟାଟିଂରେ ନ୍ୟୁଜିଲାଣ୍ଡ ବିପକ୍ଷ ଚୂଡାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ, ଶୀର୍ଷ ସ୍ଥାନ ପାଇଁ ହେବ ଫାଇଟ ହେବ ଟାଇଟ

ପାଣ୍ଡ୍ୟାଙ୍କ ସ୍ଥାନରେ ସାମି : ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲଂ କରୁଥିବାବେଳେ ଉପଅଧିନାୟକ ତଥା ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପାଣ୍ଡ୍ୟା ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ବୋଲିଂ ବିଭାଗରେ ମହମ୍ମଦ ସାମିଙ୍କୁ ସାମିଲ କରାଯିବା ନେଇ ଆକଳନ କରାଯାଉଥିଲା । ବୋଲିଂକୁ ଦୃଢ କରିବାକୁ ପାଣ୍ଡ୍ୟାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ଏକାଦଶରେ ସାମିଲ କରାଯାଇଛି । ସେହିପରି ବ୍ୟାଟିଂରେ ସୂର୍ଯ୍ୟକୁମାରଙ୍କୁ ଏକାଦଶରେ ସ୍ଥାନ ମିଳିଛି ।

ଭାରତ ଏଯାବତ 4ଟି ମ୍ୟାଚ୍‌ ଖେଳି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଘରୋଇ ଦଳ ଭାରତ ଆଜି ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ କବଜା କରିବାକୁ ପ୍ରୟାସ କରିବ । 2019 ବିଶ୍ବକପ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା । ଭାରତ ସେହି ପରାଜୟକୁ ଭୁଲି ନାହିଁ । 4 ବର୍ଷ ପୂର୍ବ ସେହି ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ରୋହିତ ସେନା । ଏହା ସହିତ ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ ହାସଲ ସହ ଲାଗାତାର ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଳଦୀବ ଯାଦବ, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ଡେଭନ କନୱେ, ୱିଲ ୟଙ୍ଗ୍‌, ରଚିନ ରବିନ୍ଦ୍ର, ଟମ ଲାଥମ (ଅଧିନାୟକ), ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ମାଟ ହେନେରୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଡ ।

Last Updated : Oct 22, 2023, 1:54 PM IST

ABOUT THE AUTHOR

...view details