ମୁମ୍ବାଇ: ଆଜି ମହାମୁକାବିଲା । ବିଶ୍ବକପ୍ ୨୦୨୩ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଏହି ହାଇପ୍ରୋଫାଇଲ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଚେତାବନୀ ଦେଇଛନ୍ତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ୨୦୧୯ ବିଶ୍ବକପ୍ରେ ୱିଲିୟମସନ୍ଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲ୍ରେ ହାରିଥିଲା ଭାରତ । ଗତ ସଂସ୍କରଣରେ କିୱି ଅଧିନାୟକଙ୍କ ପ୍ରଦର୍ଶନ ଓ ଚଳିତ ସଂସ୍କରଣରେ ପ୍ରଦର୍ଶନକୁ ତୁଳନା କରି ଗାଭାସ୍କର ଏକ ବଡ଼ ଅନୁମାନ ଲଗାଇଛନ୍ତି । ଗତ ଥର ଅପେକ୍ଷା ଏଥର ଅଧିକ ରିସ୍କ ନେବାକୁ ୱିଲିୟମସନ୍ ଆଗ୍ରହୀ ଥିବା କହିଛନ୍ତି ସୁନୀଲ ଗାଭାସ୍କର ।
ଆହତ କାରଣରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ମୁକାବିଲାରେ ଦଳର ଚୂଡ଼ାନ୍ତ ଏକାଦଶରୁ ବାହାରେ ରହିଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ । ଏହାପରେ ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଖେଳିଥିଲେ ମଧ୍ୟ ଏଥିରେ ପୁଣିଥରେ ଆହତ ହୋଇଥିଲେ । ଏହାପରେ ସୁସ୍ଥ ହୋଇ ପୁଣିଥରେ ସେ ଦଳକୁ ଫେରିଥିଲେ । ତେବେ ବାରମ୍ବାର ଆହାତ ହେଉଥିବା ସତ୍ତ୍ବେ ସେ ଦଳ ପାଇଁ ଚଳିତ ବିଶ୍ବକପ୍ରେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି । କିୱି ଅଧିନାୟକଙ୍କ ଏଭଳି ପ୍ରଦର୍ଶନ ପାଇଁ ଅନେକ ପୂର୍ବତନ କ୍ରିକେଟର ତାଙ୍କର ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ସେମିଫାଇନାଲ୍ ମୁକାବିଲା ପୂର୍ବରୁ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ୱିଲିୟମସନ୍ ଗତ ସଂସ୍କରଣ ଅପେକ୍ଷା ଏଥର ଅଧିକ ଆକ୍ରାମକ ହେବେ ।
ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବକପ୍ ୨୦୨୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ ଆଗରେ କିଏ