ଓଡିଶା

odisha

ETV Bharat / sports

World Cup 2023: ପ୍ରଥମେ ବ୍ୟାଟିଂ କରୁଛି ଭାରତ, ଟସ୍‌ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି - ଭାରତ ବନାମ ଇଂଲଣ୍ଡ ବିଶ୍ବକପ ମ୍ୟାଚ ଟସ

ICC ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 29ତମ ଲିଗ୍‌ ମ୍ୟାଚ୍‌ ଖେଳାଯାଉଛି । ଭାରତ ଓ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ମଧ୍ୟରେ ଏକନ୍ନା ଷ୍ଟାଡିୟମରେ ଆରମ୍ଭ ହୋଇଛି ମୁକାବିଲା । ଟସ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଅଧିକ ପଢ଼ନ୍ତୁ

World Cup 2023
India vs England World Cup 2023 Match

By ETV Bharat Odisha Team

Published : Oct 29, 2023, 1:38 PM IST

Updated : Oct 29, 2023, 2:06 PM IST

ଲକ୍ଷ୍ନୌ: ଆଇସିସି କ୍ରିକେଟ ମେଗା ଇଭେଣ୍ଟ କ୍ରିକେଟ ବିଶ୍ବକପ 2023 । ମ୍ୟାଚ ନମ୍ବର 29 । ମୈଦାନରେ ଭାରତ ବନାମ ଇଂଲଣ୍ଡ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ବିଶ୍ବକପ 2023ର 29ତମ ଲିଗ ମ୍ୟାଚରେ ମୁହାଁ ମୁହିଁ ହୋଇଛନ୍ତି ରୋହିତ ସେନା ଓ ବଟଲର ବାହିନୀ । ଟସ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରିବ ଭାରତ । ଭାରତ ତାର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ ।

ଚଳିତ ବିଶ୍ବକପ ସଂସ୍କରଣରେ ଭାରତ ଏଯାବତ ଅପରାଜେୟ ରହିଛି । ଦଳ 5ଟି ମ୍ୟାଚ୍‌ରେ ବିଜୟ ହାସଲ କରି ଟେବୁଲ ଦ୍ବିତୀୟରେ ରହିଛି । ଆଜି ଷଷ୍ଠ ମୁକାବିଲାରେ ଇଂଲଣ୍ଡକୁ ହରାଇ ଷଷ୍ଠ ବିଜୟ ସହ ଟେବୁଲ ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ ଟିମ୍‌ ଇଣ୍ଡିଆ । 2019 ବିଶ୍ବକପରେ ଭାରତ 7ଟି ଲିଗ୍‌ ମ୍ୟାଚ୍‌ ଜିତିଥିଲା । ମାତ୍ର ଇଂଲଣ୍ଡଠୁ ପରାସ୍ତ ହୋଇଥିଲା । ଇଂଲଣ୍ଡ 31ରନରେ ଜିତିଥିଲା । 2022 ଟି-ଟ୍ବେଣ୍ଟି ବିଶ୍ବକପରେ ମଧ୍ୟ ଭାରତକୁ 10 ୱିକେଟରେ ଇଂଲଣ୍ଡ ପରାସ୍ତ କରିଥିଲା । ଆଜି ଭାରତ 2019ରେ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଏକମାତ୍ର ଦଳ ଭାରେ ଚଳିତ ବିଶ୍ବକପ ସଂସ୍କରଣରେ ଭାରତ ଏଯାବତ ଅପରାଜେୟ ରହିଛି । ଆଜି ଇଂଲଣ୍ଡକୁ ମାତ ଦେଇ ବିଜୟଧାରା ବିଜାୟ ରଖିବାକୁ ପ୍ରୟାସ କରିବ ରୋହିତ ସେନା ।

ସେପଟେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦଳ ଏଯାବତ 5ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । ପଏଣ୍ଟ ଟେବୁଲ ଶେଷରେ ରହିଛି ଡିଫେଣ୍ଡିଂ ଚମ୍ପିଆନ । ଆଜି ଦଳ ଏହି ମ୍ୟାଚ୍‌ ଜିତି କମବ୍ୟାକ୍‌ କରିବାକୁ ପ୍ରୟାସ କରିବ । ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ବଟଲର ବାହିନୀ ।

ଅଧିନାୟକ ଭାବେ 100ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ ରୋହିତ:ହିଟମ୍ୟାନ ଭାବେ ଜଣାଶୁଣା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଧିନାୟକ ଭାବେ 100ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । 31ତମ ଦିନିକିଆ ଶତକ ହାସଲ କରିଥିବା ରୋହିତ ଆଜି 100ତମ ମ୍ୟାଚରେ ଭାରତ ପାଇଁ ନେତୃତ୍ବ ନେଉଛନ୍ତି । ନାଗପୁରୁରେ ଜନ୍ମିତ ରୋହିତ ଶର୍ମା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କଠୁ ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ଏହାପରେ ସେ 99ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦଳର କମାଣ ସମ୍ଭାଳିଛନ୍ତି । 39ଟି ଦିନିକିଆ, 51ଟି ଟି-ଟ୍ବେଣ୍ଟି ଓ 9ଟି ଟେଷ୍ଟ ମ୍ୟାଚର ନେତୃତ୍ବ ନେଇଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ 99 ମ୍ୟାଚରୁ ଭାରତ 73ଟି ମ୍ୟାଚରେ ବିଜୟୀ ହୋଇଛି । ଚଳିତ ବିଶ୍ବକପରେ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ ଅଷ୍ଟ୍ରେଲିଆ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚକୁ ଛାଡ଼ି ଦେଲେ ବାକି ମ୍ୟାଚ୍‌ରେ ରୋହିତଙ୍କ ପ୍ରଦର୍ଶନ ଭଲ ରହିଥିଲା । ଆଫଗାନିସ୍ତାନ ବିପକ୍ଷରେ ସେ ଶତକ (131) ହାସଲ କରିଥିଲେ । ପାକିସ୍ତାନ ବିପକ୍ଷରେ 86 ରନ୍‌ରେ ମ୍ୟାଚ ବିଜୟୀ ପାଳି ଖେଳିଥିଲେ । ବାଂଲାଦେଶ ବିପକ୍ଷରେ 48 ଓ ନ୍ୟୁଜିଲାଣ୍ଡ ବିପକ୍ଷରେ 46 ରନ କରିଥିଲେ । ବିଶ୍ବକପ 2023ରେ ସେ ଏଯାବତ ମୋଟ 311ରନ କରିଛନ୍ତି ।

ଏହା ବି ପଢନ୍ତୁ...World Cup 2023: ଆହତରୁ ମୁକୁଳିବା କଷ୍ଟଦାୟକ ସମୟ ଥିଲା କହିଲେ ରାହୁଲ

ଏହା ବି ପଢନ୍ତୁ...ବିଶ୍ବକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା, ଉତ୍ସାହୀ କ୍ରୀଡ଼ାପ୍ରେମୀ

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ।

ଇଂଲଣ୍ଡ ଚୂଡାନ୍ତି ଏକାଦଶ:ଜୋଶ ବଟଲର (ଅଧିନାୟକ), ଜନ୍ନୀ ବେୟରାଷ୍ଟୋ, ଡାୱିଡ ମଲାନ, ଜୋ ରୁଟ, ଲିଆମ ଲିଭିଂଷ୍ଟୋନ, ମୋଇନ ଅଲ୍ଲୀ, କ୍ରିସ ୱକ୍ସ, ଡେଭିଡ ୱିଲି,ବେନ ଷ୍ଟୋକ୍ସ, ଆଦିଲ ରଶିଦ, ମାର୍କ ଉଡ୍‌ ।

Last Updated : Oct 29, 2023, 2:06 PM IST

ABOUT THE AUTHOR

...view details