ଓଡିଶା

odisha

ETV Bharat / sports

Cricket World Cup 2023: ବର୍ଥ ଡେ'ରେ କିଙ୍ଗ୍‌ କୋହଲିଙ୍କ ସ୍ପେଶାଲ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୩୨୭ - ଜନ୍ମଦିନରେ ୪୯ତମ ଶତକ

ଜନ୍ମଦିନରେ ୪୯ତମ ଦିନିକିଆ ଶତକ ହାସଲ କଲେ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ୩୨୬ ରନ ସଂଗ୍ରହ କରିଛି ଭାରତ । ପଏଣ୍ଟ୍ସ ଟେବୁଲ ଶୀର୍ଷରେ ପହଞ୍ଚିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୩୨୭
ବର୍ଥ ଡେ'ରେ କିଙ୍ଗ୍‌ କୋହଲିଙ୍କ ସ୍ପେଶାଲ ଶତକ

By ETV Bharat Odisha Team

Published : Nov 5, 2023, 6:04 PM IST

Updated : Nov 5, 2023, 6:27 PM IST

କୋଲକାତା: ସରିଲା ଅପେକ୍ଷା । ବର୍ଥ ଡେ'ରେ ପ୍ରଶଂସକଙ୍କୁ କିଙ୍ଗ୍‌ କୋହଲିଙ୍କ ସ୍ବତନ୍ତ୍ର ଉପହାର । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଦିନିକିଆ ଶତକ ସହ ମହାନ କ୍ରିକେଟର ବିରାଟ କୋହଲିଙ୍କ ସମକକ୍ଷ ହେଲେ ବିରାଟ କୋହଲି । କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଉଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଓ ରବୀନ୍ଦ୍ର ଜାଡେଜାଙ୍କ ୨୯ ରନର ବିସ୍ଫୋରକ ପାଳି ବଳରେ ୩୨୬ ରନ କରିଛି ଭାରତ । ଅଧିନାୟକ ରୋହିତ ଶର୍ମା ଚିରାଚରିତ ଭାବେ ଧୂଆଁଧାର ଆରମ୍ଭ କରି ୪୦ ରନ୍‌ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ସର୍ବାଧିକ ୭୭ ରନ ସଂଗ୍ରହ କରିଥିଲେ । ପଏଣ୍ଟ୍ସ ଟେବୁଲ ଶୀର୍ଷରେ ପହଞ୍ଚିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଆରମ୍ଭରୁ ବିସ୍ଫୋରକ ଆରମ୍ଭ ମଧ୍ୟ କରିଥିଲେ ଦୁଇ ଓପନର । ରୋହିତ କେବଳ ୨୪ ବଲରୁ ୬ ଚୌକା ଓ ୨ ଛକା ବଳରେ ୪୦ ରନ୍‌ର ଧୂଆଁଧାର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ଯୁବ ଓପନର ଶୁଭମନ ଗିଲ୍‌ ୨୩ ରନ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ଆୟର ୮୭ ବଲରୁ ୭ ଚୌକା ଓ ୨ ଛକା ବଳରେ ୭୭ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ କେଏଲ୍‌ ରାହୁଲ କେବଳ ୮ ରନ କରି ଆଉଟ୍‌ ହୋଇଥିବାବେଳେ ୧୪ ବଲରୁ ୨୨ ରନ କରି ଆଉଟ୍‌ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହାପରେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ପାଳିକୁ ଆଗକୁ ବଢ଼ାଇଥିଲେ ବିରାଟ କୋହଲି । ଏହି ମ୍ୟାଚ୍‌ରେ ୧୨୧ ବଲରୁ ୧୦ ଚୌକା ବଳରେ ୧୦୧ ରନ କରିଥିବା କୋହଲିଙ୍କର ଏହା ହେଉଛି ୪୯ତମ ଦିନିକିଆ ଶତକ । ଏହି ଶତକ ସହ ସେ ସଚିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୭୯ତମ ଶତକ । ସେପଟେ ଜାଡେଜା ମାତ୍ର ୧୫ ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୨୯ ରନର ପାଳି ଖେଳି ଦଳୀୟ ସ୍କୋରକୁ ୩୨୬ରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ସମସ୍ତ ପ୍ରମୁଖ ବୋଲର ଯଥା, ଲୁଙ୍ଗି ଏନ୍‌ଗିଡି, ମାର୍କୋ ଜାନ୍‌ସେନ୍‌, କାଗିସୋ ରାବାଡା, କେଶବ ମହାରାଜ ଓ ତବ୍ରାଇଜ ସାମ୍‌ସି ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ । ୮.୨ ଓଭର ବୋଲିଂ କରି ୬୩ ରନ ବ୍ୟୟ କରିଥିବା ଏନ୍‌ଗିଡି ଆହତ ହୋଇ ଅଧାରୁ ମୈଦାନ ବାହାରକୁ ଚାଲିଯିବାରୁ ଜାନ୍‌ସେନ୍‌ ବଳକା ଓଭର ସମ୍ପୂର୍ଣ୍ଣ କରିଥିଲେ । ତେବେ ସେ ୯.୪ ଓଭର ବୋଲିଂ କରି ୯୪ ରନ ବ୍ୟୟ କରିବା ସହ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଜାନ୍‌ସେନ୍‌ ଆଜିର ମ୍ୟାଚ୍‌ରେ ୧୧ ଅତିରିକ୍ତ ରନ୍‌ ସହ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ଅତିରିକ୍ତ ରନ୍‌ ବ୍ୟୟକାରୀ ବୋଲର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 5, 2023, 6:27 PM IST

ABOUT THE AUTHOR

...view details