ଓଡିଶା

odisha

ETV Bharat / sports

Cricket World Cup 2023: ଟେନ୍‌ସନ ବଢ଼ାଇଲେ ପାଣ୍ଡ୍ୟା, ଆଗାମୀ ୨ଟି ମ୍ୟାଚ୍‌ ଖେଳିବେନି ! - ଆଗାମୀ ୨ଟି ମ୍ୟାଚ୍‌ ଖେଳିବେନି ପାଣ୍ଡ୍ୟା

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହେବାପରେ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପାଇଁ ବି ରହିବେ ଅନୁପସ୍ଥିତ । ଅଧିକ ପଢ଼ନ୍ତୁ

ଆଗାମୀ ୨ଟି ମ୍ୟାଚ୍‌ ଖେଳିବେନି ପାଣ୍ଡ୍ୟା
ଆଗାମୀ ୨ଟି ମ୍ୟାଚ୍‌ ଖେଳିବେନି ପାଣ୍ଡ୍ୟା

By ETV Bharat Odisha Team

Published : Oct 25, 2023, 6:34 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବଢ଼ିଲା ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ । ଫିଟ୍‌ ହୋଇ ପାରୁନାହାନ୍ତି ଦଳର ଉପଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ ପାଣ୍ଡ୍ୟା । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ସେ ଅନୁପସ୍ଥିତ ଥିଲେ । ଆସନ୍ତା ମ୍ୟାଚ୍‌ ବେଳକୁ ସେ ଫିଟ୍‌ ହୋଇଯିବେ ବୋଲି କୁହାଯାଉଥିଲା । ହେଲେ ଏବେ ପର୍ଯ୍ୟନ୍ତ ଫିଟ୍‌ ହୋଇପାରିନାହାନ୍ତି କୁଙ୍ଗ୍‌ ଫୁ ପାଣ୍ଡ୍ୟା । ବିଶ୍ବକପ୍‌ ୨୦୨୩ରେ ଭାରତୀୟ ଦଳ ଖେଳିବାକୁ ଯାଉଥିବା ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଦୁଇଟି ମୁକାବିଲାରେ ମଧ୍ୟ ପାଣ୍ଡ୍ୟା ଖେଳିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ହେଲେ ଏନେଇ ବିସିସିଆଇ ପକ୍ଷରୁ ଆଧିକାରିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...Cricket world Cup 2023: ପାଣ୍ଡ୍ୟାଙ୍କ ବଦଳରେ କାହାକୁ ମିଳିବ ସୁଯୋଗ ? ଦ୍ରାବିଡ କହିଲେ ଅଛି ଏକାଧିକ ବିକଳ୍ପ

ଗତ ୧୯ ଅକ୍ଟୋବର (ଗୁରୁବାର) ପୁଣେରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଆହତ ହୋଇଥିଲେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ନିଜେ ବୋଲିଂ କରୁଥିବା ସମୟରେ ଏକ ବଲକୁ ଫିଲ୍ଡ କରିବାକୁ ଯାଇ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏହାପରେ ସେ ପଡ଼ିଆରୁ ବାହାରି ଯାଇଥିଲେ । ସେହି ଓଭରର ବଳକା ୩ଟି ବଲ ବିରାଟ କୋହଲି ବୋଲିଂ କରିଥିଲେ । ପାଣ୍ଡ୍ୟାଙ୍କ ଗୋଡ଼ ସ୍କାନ କରିବା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ପରେ ପୁଣିଥରେ ସେ ଡ୍ରେସିଂ ରୁମ୍‌କୁ ଫେରିଥିଲେ । କିନ୍ତୁ ମୈଦାନକୁ ଆଉ ଫେରିନଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପଇଁ ମଧ୍ୟ ସେ ଉପସ୍ଥିତ ନଥିଲେ ଏବଂ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମୀ) ନେଇଯାଇଥିଲେ । ଏହି ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଥିଲା । ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ମହମ୍ମଦ ଶାମି ଦଳରେ ସାମିଲ ହୋଇଥିଲେ ।

କିନ୍ତୁ ଏବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନ ଯାଏଁ ହାର୍ଦ୍ଦିକ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇନାହାନ୍ତି । ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି ଓ ସେ ଫିଟ୍‌ ହେବାକୁ ଆଉ କିଛିଦିନ ସମୟ ନେବେ । ତେଣୁ ହାର୍ଦ୍ଦିକ ଆଗାମୀ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଉପସ୍ଥିତ ରହିପାରିବେନାହିଁ । ଏପିରିକି ଇଂଲଣ୍ଡ ପରେ ଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ମଧ୍ୟ ମିସ୍‌ କରିପାରନ୍ତି ହାର୍ଦ୍ଦିକ । ଭାରତର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ନଭେମ୍ବର ୫ ଓ ନଭେମ୍ବର ୧୨ରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ ବିପକ୍ଷ ମୁକାବିଲା ପାଇଁ ଉପଲବ୍ଧ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା । ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କ ଉପରେ କୌଣସି ପ୍ରକାର ବିପଦ ଆଣିବାକୁ ଚାହୁଁନାହିଁ । କାରଣ ସେମିଫାନାଲ ବେଳକୁ ଦଳକୁ ସମ୍ପୂର୍ଣ୍ଣ ଫିଟ୍‌ ପାଣ୍ଡ୍ୟାଙ୍କର ଆବଶଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details