ଓଡିଶା

odisha

ETV Bharat / sports

Cricket World Cup 2023: ବିପକ୍ଷ ଦଳ ପାଇଁ ଘାତକ ସାଜି ପାରନ୍ତି ଆଫଗାନ ଟିମର 5 ଖେଳାଳି

ବିଶ୍ବକପ ପାଇଁ ଆଫଗାନିସ୍ତାନ ଟିମ ପ୍ରସ୍ତୁତ। ବିପକ୍ଷ ଦଳ ପାଇଁ ଘାତକ ସାଜି ପାରନ୍ତି ଆଫଗାନ ଟିମର 5 ଖେଳାଳି। ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 1, 2023, 11:09 AM IST

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: ଅକ୍ଟୋବର 5ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ। ଏହା ପୂର୍ବରୁ ଜାରି ରହିଛି ଅଭ୍ୟାସ ମ୍ୟାଚ। ବିଶ୍ବକପ ମ୍ୟାଚରେ 10 ଟିମ ମଧ୍ୟରେ ହେବ ଜବରଦସ୍ତ ଫାଇଟ୍‌ । ଟ୍ରଫି ହାତଇବାକୁ ରଣନୀତି ସହ ପଡ଼ିଆକୁ ଓହ୍ଲାଇବେ ପ୍ରତିଦ୍ବନ୍ଦି ଦଳ । ଟ୍ରଫି ହାତେଇବା ଆଫଗାନିସ୍ତାନ ଦଳ ପ୍ରସ୍ତୁତି ଜୋରଦାର କରିଛି । ବିଶ୍ବକପରେ ଏହି ଟିମ୍‌ ଦମଦାର ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । କାହିଁକି ନା ଟିମ୍‌ରେ ରହିଛନ୍ତି ବିଶ୍ବସ୍ତରୀୟ ସ୍ପିନର ସାଙ୍ଗକୁ ଟପ୍‌ ବ୍ୟାଟର୍ସ । ନଜର ପାକାନ୍ତୁ ଆଫଗାନ ଟିମର 5 ଖେଳାଳିଙ୍କ ଉପରେ । ଯାହାଙ୍କ ଉପସ୍ଥିତି ବିପକ୍ଷ ଦଳ ପାଇଁ ଘାତକ ସାଜିପାରେ ।

ରସିଦ୍‌ ଖାନ୍‌: ଆଫଗାନିସ୍ତାନର ସ୍ପିନର ରସିଦ ଖାନ । ବିଶ୍ବକପରେ ରସିଦଙ୍କ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ତାଙ୍କ ଘାତକ ବୋଲିଂରେ ଅଧିକ ସମୟ ପଡ଼ିଆରେ ତିଷ୍ଟି ପାରନ୍ତି ନାହିଁ ବ୍ୟାଟର୍ସ । ବର୍ତ୍ତମାନ ପର୍ଯ୍ୟନ୍ତ ସେ 94ଟି ଦିନିକିଆ ମ୍ୟାଚ୍‌ ଖେଳି 172ଟି ଓ୍ବିକେଟ୍‌ ନେଇସାରିଛନ୍ତି । ସେହିପରି ବ୍ୟାଟିଂରେ ମଧ୍ୟ ରସିଦଙ୍କ ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା 94ଟି ଦିନିକିଆ ମ୍ୟାଚ୍‌ ଖେଳି ସେ 1211ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ 5ଟି ଅର୍ଦ୍ଧଶତକ ସାମିଲ ରହିଛି । ରସିଦଙ୍କ ସର୍ବାଧିକ ସ୍କୋର୍‌ 60 ରନ୍‌ ।

ଏହା ମଧ୍ୟ ପଢନ୍ତୁ-World Cup 2023: ବିଶ୍ବକପରେ ଇତିହାସ ରଚିଥିଲେ ଏହି ଟପ୍‌ ବ୍ୟାଟର୍ସ, ବୋଲିଂ କରିବାକୁ ଭୟ କରୁଥିଲେ ବୋଲର

ମୁଜୀବ-ଉର ରେହମାନ: ଆଫଗାନର ଅନ୍ୟତମ ଟପ୍‌ ବୋଲର ହେଉଛନ୍ତି ମୁଜୀବ-ଉର ରେହମାନ । ଯାହାଙ୍କ ବୋଲିଂ ବିଶ୍ବକପ ମ୍ୟାଚରେ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ସୁଦ୍ଧା ସେ ମୋଟ 66ଟି ଦିନିକଆ ମ୍ୟାଚ୍‌ ଖେଳି 93ଟି ଓ୍ବିକେଟ୍‌ ନେଇଛନ୍ତି । ଏହା ସହିତ 4.15 ରନ ବ୍ୟୟରେ ସେ 50 ରନ୍‌ ଦେଇ 5ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ରେହମାନ୍‌ଙ୍କ ସର୍ବାଧିକ ସ୍କୋର୍‌ ରହିଛି 185 । ଏଥିରେ ଗୋଟିଏ ଅର୍ଦ୍ଧ ଶତକ ସାମିଲ ରହିଛି ।

ମହମ୍ମଦ ନବି:ଆଫଗାନିସ୍ତାନ୍‌ ଟିମର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ହେଉଛନ୍ତି ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ମହମ୍ମଦ ନବି । ବର୍ତ୍ତମାନ ପର୍ଯ୍ୟନ୍ତ ସେ 47ଟି ଦିନିକିଆ ମ୍ୟାଚ୍‌ ଖେଳି 3,153 ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ 16ଟି ଅର୍ଦ୍ଧଶତକ ସାମିଲ ରହିଛି । ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି 116 ରନ । 4.29 ରନ୍‌ ବ୍ୟୟରେ ସେ 154 ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।

ଇବ୍ରାହିମ ଜର୍ଡାନ:ଆଫଗାନିସ୍ତାନ ଟିମ୍‌ର ଜଣେ ଟପ୍‌ ବ୍ୟାଟର ସାବ୍ୟସ୍ତ ହୋଇଛନ୍ତି ଇବ୍ରାହିମ ଜର୍ଡାନ । ବର୍ତ୍ତମାନ ସୁଦ୍ଧା 19ଟି ଦିନିକିଆ ଖେଳି ସେ 911ରନ ସଂଗ୍ରହ କରିଛନ୍ତି । ଏଥିରେ 4ଟି ଶତକ ଓ ଅର୍ଦ୍ଧ ଶତକ ମଧ୍ୟ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି 162 ରନ୍‌ ।

ରହାମାନୁଲ୍ଲା ଗୁରୁବାଜ: ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟର୍‌ ହେଉଛନ୍ତି ରହାମାନୁଲ୍ଲା । ତାଙ୍କର ପ୍ରଦର୍ଶନ କ୍ରମାଗତ ଭାବେ ଭଲ ରହି ଆସିଛି । ବର୍ତ୍ତମାନ ସେ 26ଟି ଦିନିକିଆ ମ୍ୟାଚ୍‌ ଖେଳି 958 ରନ ସଂଗ୍ରହ କରିଛନ୍ତି । ଏଥିରେ 5ଟି ଶତକ ଓ 2ଟି ଅର୍ଦ୍ଧଶତକ ସାମିଲ ରହିଛି । ଦିନିକିଆରେ ଗୁରୁବାଜଙ୍କ ସର୍ବାଧିକ ସ୍କୋର ହେଉଛି 151 ରନ ।

ABOUT THE AUTHOR

...view details