ବେଙ୍ଗାଲୁରୁ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଆଜି 25ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିମୟରେ ଖେଳାଯିବ ମ୍ୟାଚ । ଇଂଲଣ୍ଡ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ରହିଛି । ଦୁଇ ଦଳ 4ଟି ଲେଖାଏ ମ୍ୟାଚ ଖେଳି ଗୋଟିଏ ମ୍ୟାଚ ଜିତିଛନ୍ତି । ଆଜି ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ଆଜି ଦୁଇ ଦଳ ମଧ୍ୟରେ ଏକ କଡ୍ଡା ମୁକାବିଲା ଦେଖିବାକୁ ମିଳିବ ।
ଦକ୍ଷିଣ ଆଫ୍ରିକାଠୁ ପରାଜୟ ପରେ ଇଂଲଣ୍ଡ ତାର ଏକାଦଶରେ ପରିବର୍ତ୍ତନ କରିଛି । ରିସ ଟପଲି ଆହତ ହୋଇ ବିଶ୍ବକପରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ବ୍ରାଇଡନ କାର୍ସଙ୍କୁ ଡାକରା ମିଳିଛି । ସେପଟେ ଶ୍ରୀଲଙ୍କା ଦଳରେ ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ବିଶ୍ବକପରେ ଦଳରେ ସ୍ଥାନ ମିଳିଛି । ପତିରଣାଙ୍କ ସ୍ଥାନରେ ମାଥ୍ୟୁସଙ୍କୁ ସାମିଲ କରାଯାଇଛି । ଦଇ ଦଳ 4ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି । ମାତ୍ର ଗୋଟିଏ ମ୍ୟାଚ ଜିତିଛନ୍ତି । ଆଜି ଦୁଇ ଦଳ ପାଇଁ ଏକ ପ୍ରକାର ଶେଷ ସୁଯୋଗ ହେବ ।
ଏହା ବି ପଢନ୍ତୁ...Cricket World Cup 2023: ବାଦପଡ଼ିଲେ ପଥିରାନା, ଶ୍ରାଲଙ୍କା ସ୍କ୍ବାଡ୍ରେ ଭେଟେରାନ ଅଲରାଉଣ୍ଡର ମାଥ୍ୟୁସ
ହେଡ ଟୁ ହେଡ ଟକ୍କର:ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଏଯାବତ 78ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଏଥିରୁ ଇଂଲଣ୍ଡ 38ଟି ଜିତିଥିବାବେଳେ ଶ୍ରୀଲଙ୍କା 36ଟି ମ୍ୟାଚ ଜିତିଛି । 3ଟି ମ୍ୟାଚର ପରିଣାମ ବାହାରି ନଥିଲେ ଗୋଟିଏ ମ୍ୟାଚ ବରାବର ରହିଥିଲା । ରେକର୍ଡ ଦେଖିଲେ ଇଂଲଣ୍ଡର ପଲ୍ଲା ଭାରି ରହିଛି ହେଲେ ଶ୍ରୀଲଙ୍କା ଦଳ ପାଖରେ ଡିଫେଣ୍ଡି ଚମ୍ପିଆନକୁ ହରାଇବର ଯଥେଷ୍ଟ କ୍ଷମତା ରହିଛି । ବିଶ୍ବକପ ଇତିହାସରେ ଦୁଇଦଳ ପରସ୍ପରକୁ 11ଥର ଭେଟିଛନ୍ତି । ଇଂଲଣ୍ଡ 6 ଥର ଓ ଶ୍ରୀଲଙ୍କା 5ଟି ମ୍ୟାଚ ଜିତିଛି ।
ପିଚ୍ ରିପୋର୍ଟ:ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରନ ବର୍ଷା ହେବ । ପିଚ ବ୍ୟାଟିଂ ପାଇଁ ବେଶ ଉପଯୋଗୀ । ଛୋଟ ବାଉଣ୍ଡ୍ରରୀ ଓ ଦ୍ରୁତ ଆଉଟ ଫିଲ୍ଡ ବିଶାଳ ସଟ ପାଇଁ ବ୍ୟାଟରଙ୍କୁ ସୁହାଇବ । ବୋଲିଂରେ ପିଚ୍ ସ୍ପିନରଙ୍କୁ ମଧ୍ୟ ଫାଇଦା ଦେବ । ଗତ ସପ୍ତାହରେ ଏହି ପିଚରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମ୍ୟାଚ ଖେଳାଥିଲା । ମୋଟ 672 ରନ ସଂଗ୍ରହ ହୋଇଥିଲା ।
ଇଂଲଣ୍ଡ ସାମ୍ଭାବ୍ୟ ଦଳ:ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ, ବେ ଷ୍ଟୋକ୍ସ, ଜୋସ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ, ମୋଇନ ଅଲି, କ୍ରିସ ୱାକ୍ସ, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ/ଗସ ଆଟକିନସନ ।
ଶ୍ରୀଲଙ୍କା ସାମ୍ଭାବ୍ୟ ଦଳ:ପଥୁମ ନଶଙ୍କା, କୁଶଳ ପେରେରା, କୁଶଳ ମେଣ୍ଡି, (ଅଧିନାୟକ), ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜୟ ଡି ସିଲଭା, ଦୁନିଥ ୱେଲାଲଗେ, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷଣା, ଦିଲଶାନ ମୁଦୁଶଙ୍କା, କସୁନ ରଜିଥା ।