ଓଡିଶା

odisha

ETV Bharat / sports

World Cup 2023: ପ୍ରଦୂଷଣ ରୋକିବାକୁ BCCIର ବଡ ନିଷ୍ପତ୍ତି, ମୁମ୍ବାଇ-ଦିଲ୍ଲୀ ମ୍ୟାଚରେ ଫୁଟିବନି ବାଣ - ମୁମ୍ବାଇ ଦିଲ୍ଲୀରେ ବିଶ୍ବକପ ମ୍ୟାଚରେ ବାଣ ଫୁଟିବ ନାହିଁ

ବାୟୁ ପ୍ରଦୂଷଣ ରୋକିବାକୁ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି । ମୁମ୍ବାଇ ଓ ଦିଲ୍ଲାରେ ଆଗକୁ ହେବାକୁ ଥିବା ବିଶ୍ବକପ ମ୍ୟାଚରେ ବାଣ ଫୁଟିବ ନାହିଁ । ଅଧିକ ପଢ଼ନ୍ତୁ

Cricket World Cup 2023
Cricket World Cup 2023

By ETV Bharat Odisha Team

Published : Nov 1, 2023, 2:05 PM IST

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରୋକିବାକୁ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ମୁମ୍ବାଇ ଓ ଦିଲ୍ଲୀରେ ଦେବାକୁ ଥିବା ବିଶ୍ବକପ ମ୍ୟାଚରେ ବାଣ ଫୁଟିବ ନାହିଁ । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଏନେଇ ଆଇସିସିକୁ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି ।

ଆସନ୍ତାକାଲି(ଗୁରୁବାର) ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଏକ ମ୍ୟାଚ୍‌ ରହିଛି । ଏହି ପୂର୍ବରୁ ଏହି ନିଷତ୍ତି ନେଇଛି ବିସିସିଆଇ । ପ୍ରତି ମ୍ୟାଚ୍‌ର ଫଳାଫଳ ପରେ ବାଣ ଫୁଟାଯାଇ ଉତ୍ସବ ମନା ଯାଇଥାଏ । ମାତ୍ର ମୁମ୍ବାଇ ଓ ଦିଲ୍ଲୀରେ ପ୍ରଦୂଷଣ ମାତ୍ର ଅଧିକ ଥିବାରୁ ଆଉ ବାଣ ଫୁଟିବ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି । ଏ ନିଷ୍ପତ୍ତି ନେଇ ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ବିଟ କରି କହିଛନ୍ତି,"ମୁଁ ଆଇସିସି ସହିତ ଆନୁଷ୍ଠାନିକ ଭାବେ କଥା ହୋଇ ସାରିଛି । ମୁମ୍ବାଇ ଓ ଦିଲ୍ଲୀରେ ମ୍ୟାଚରେ କୌଣସି ଆତସବାଜି ହେବା ନାହିଁ । ପରିବେଶ ସୁରକ୍ଷା ପାଇଁ ବୋର୍ଡ ପ୍ରତିଶ୍ରୁତିବଦ୍ଧ । ଫ୍ୟାନ୍ସଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଉଛୁ ।"

ଏହା ବି ପଢନ୍ତୁ...World Cup 2023: ଆଜି ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ଫାଇଟ, ଶକ୍ତି ପରୀକ୍ଷା ଦେବେ ଦୁଇ ଦଳ

ଏହା ବି ପଢନ୍ତୁ...କାଲି ମାଷ୍ଟର ବ୍ଲାଷ୍ଟରଙ୍କ ୨୨ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ, ହୋମଗ୍ରାଉଣ୍ଡ ବନିବ ସାକ୍ଷୀ

ପ୍ରକାଶ ଥାଉ କି, ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗୁଣବତ୍ତା ଲଗାତାର ପଞ୍ଚମ ଦିନରେ 372 ରହିଛି ଯାହା ବହୁତ ଖରାପ ଶ୍ରେଣୀର । ମୁମ୍ବାଇରେ ବି ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି । ବମ୍ବେ ହାଇକୋର୍ଟ ଗତକାଲି(ମଙ୍ଗଳବାର) ଏହି ମୁଦ୍ଦା ଉପରେ ଚିନ୍ତା ପ୍ରକାଶ କରିଥିଲେ । ଆସନ୍ତାକାଲି(ଗୁରୁବାର) ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ରହିଛି । ଦୁଇ ଦଳ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନଭେମ୍ବର 6 ତାରିଖରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ରହିଛି । ସେହିପରି ମୁମ୍ବାଇରେ ନଭେମ୍ବର 7 ତାରିଖରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ରହିଛି । ଏହା ପରେ ମୁମ୍ବାଇରେ ନଭେମ୍ବର 15 ତାରିଖରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ ଖେଳାଯିବ ।

ABOUT THE AUTHOR

...view details